ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନାଁରେ ଗିରଫ ଓ୍ବାରେଣ୍ଟ ଜାରି

ଢାକା,୧୧।୧୦:ବାଲାଂଦେଶର ଅର୍ଥନୀତିଜ୍ଞ ତଥା ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନାଁରେ ଗିରଫ ଓ୍ବାରେଣ୍ଟ ଜାରି ହୋଇଛି। ଢାକାର ଏକ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ୟୁନୁସଙ୍କ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ବରଖାସ୍ତକୁ ନେଇ କୋର୍ଟରେ ମାମଲା ଚାଲିଥିଲେ ମଧ୍ୟ ସେ ଶୁଣାଣିରେ ଯୋଗ ଦେଉ ନ ଥିବାରୁ ତାଙ୍କ ନାଁରେ ଗିରଫ ଓ୍ବାରେଣ୍ଟ ଜାରି କରାଯାଇଛି ବୋଲି ସୂଚନା ମିଳିଛି।

Share