ନୋବେଲ ବିଜେତା ଅର୍ଥନୀତିଜ୍ଞ ଏରିକ ମାକ୍ସିନଙ୍କ ଆହ୍ବାନ; ସବୁ ଦେଶ ମିଶି ଆର୍ଥତ୍କ ସଙ୍କଟର ସାମ୍ନା କରନ୍ତୁ

ନୂଆଦିଲ୍ଲୀ,୫-୧: ବିଶ୍ୱସ୍ତରରେ ଏବେ ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥତ୍କ ସଙ୍କଟ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ସମସ୍ୟାକରୁ ବାହାରକୁ ଆସିବା ପାଇଁ ସବୁ ଦେଶ ମିଳିତ ହୋଇ ଲଢିବାର ଆବଶ୍ୟକତା ରହିଛି। ନୋବେଲ ବିଜେତା ଅର୍ଥନୀତିଜ୍ଞ ଏରିକ ମାକ୍ସିନ ଶନିବାର ବିଶ୍ୱସମୁଦାୟକୁ ଏହି ଆହ୍ବାନ ଦେଇଛନ୍ତି। ବିଶ୍ୱର ବିଭିନ୍ନ ଦେଶ ଏ କ୍ଷେତରେ ଉଭୟେ ଉଭୟଙ୍କୁ ସହଯୋଗ କରବା ସହ ଭେଦଭାବ ସୃଷ୍ଟି କରୁଥିବା ନୀତିକୁ ବିରୋଧ କରିବା ଉଚିତ ବୋଲି ମାକ୍ସିନ ମତ ରଖିଛନ୍ତି। ସବୁ ଦେଶ ଏକ ହୋଇ କାମ କରିବା ଏତେଟା ସହଜ କଥା ନୁହେଁ। କାରଣ ଦେଶଗୁଡିକ ନିଜ ସ୍ବାର୍ଥକୁ ଆଗେ ଦେଖୁଛନ୍ତି।
ବିଶ୍ୱ ସାମ୍ନାରେ ରହିଥିବା ଚ୍ୟାଲେଞ୍ଜ ଉପରେ ମତ ରଖି ସେ କହିଛନ୍ତି ଯେ, ବିଶ୍ୱ ସମୁଦାୟ ଅନ୍ତର୍ଜାତୀୟ ଚୁକ୍ତିରେ ସାମିଲ ହୋଇ ଏ ଦିଗରେ ଅଗ୍ରସର ହୋଇ ପାରିବେ। ଅଙ୍ଗାରକାମ୍ଳ ନିର୍ଗମନକୁ ଏକ ସୁରକ୍ଷିତ ସ୍ଥିତିରେ ରଖିବା ନେଇ ଚୁକ୍ତି ଦ୍ୱାରା ଦେଶଗୁଡିକ ନିଜର ଯୋଗଦାନ ରଖି ପାରିବେ। ଏହା ଏତେଟା ସହଜ ପ୍ରସଙ୍ଗ ନୁହେଁ। ଅନ୍ୟ ଦେଶର ଅଙ୍ଗାରକାମ୍ଳ ହ୍ରାସ କଥା ଉଠିଲେ କିଛି ଦେଶ ଖୁସି ହୋଇଥାନ୍ତି। ମାତ୍ର ନିଜ ଉପରକୁ କଥା ଆସିଲେ ଏହାକୁ ପାଳନ କରିବା ପରିବର୍ତ୍ତେ ଓହରିବାକୁ ଚିନ୍ତା କରନ୍ତି। ଆର୍ଥତ୍କ ସ୍ବାର୍ଥ ଜଡିତ ଥିବା କାରଣରୁ ଦେଶ ସମୂହ ଏଦିଗରେ ଅନେକ କଥା ଚିନ୍ତା କରନ୍ତି ବୋଲି ସେ ମତ ରଖିଛନ୍ତି।
ମାକ୍ସିନ ୨୦୦୭ରେ ଅର୍ଥନୀତିରେ ନୋବେଲ ପୁରସ୍କାର ଲାଭ କରିଥିଲେ। ସେ କହିଛନ୍ତି ଯେ, ଆର୍ଥତ୍କ ସଙ୍କଟ ରୋକିବା ଲାଗି ଏକ ବିସ୍ତୃତ ବ୍ୟବସ୍ଥାର ଆବଶ୍ୟକତା ରହିଛି। ୧୦ ବର୍ଷ ଏକ ବଡ ଆର୍ଥତ୍କ ସଙ୍କଟ ଆସିଥିଲା, ଯାହା ୧୯୩୦ ପରେ ସବୁଠାରୁ ବଡ ଥିଲା। ଏହା ଆର୍ଥତ୍କ ସଙ୍କଟର ରୂପ ନେଇଥିଲା। ୧୦ ବର୍ଷ ପୂର୍ବର ଏହି ସମସ୍ୟା ଠାରୁ ବର୍ତ୍ତମାନ ଯାଏ ସମ୍ପୂର୍ଣ୍ଣ ମୁକୁଳିବା ସମ୍ଭବ ହୋଇ ପାରି ନାହିଁ। ଆର୍ଥତ୍କ ସଙ୍କଟକୁ ରୋକିବା ଲାଗି ଜ୍ଞାନକୌଶଳ ସହ ରାଜନୈତିକ ସମସ୍ୟା ରହିଥିବା ସେ ମତ ଦେଇଛନ୍ତି। ଏ କ୍ଷେତ୍ରରେ ନୀତି ନିର୍ଦ୍ଧାରଣ ବେଳେ ଦେଶ ଗୁଡିକ ବିଶ୍ୱ ସ୍ତରୀୟ ହେବା ପରିବର୍ତ୍ତେ ରାଷ୍ଟ୍ର ସ୍ତରରେ ହିଁ ଯାଉଛନ୍ତି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ଆର୍ଥତ୍କ ସଙ୍କଟ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା କେବଳ ଅନ୍ତର୍ଜାତୀୟ ସହଯୋଗ ଦ୍ୱାରା ହିଁ ସମ୍ଭବ। ଦେଶଗୁଡିକ ଏକ୍ଷେତ୍ରରେ ସଙ୍କୁଚିତ ମନୋଭାବ ରଖିଲେ ଏହା ସେମାନଙ୍କ ଲାଗି ଫାଇଦା ଦେବ ନାହିଁ ବୋଲି ମାକ୍ସିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାରିରୀକ ସମ୍ପର୍କ ରଖିବାକୁ ମନାକଲେ ଯୁମନା: ପ୍ରେମିକ-ମା’ ମିଶି କଲେ ଏମିତି କାମ

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ଗତ ୧୭ ତାରିଖରେ ଘଟିଥିବା ମହିଳାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଶାରୀରିକ ସମ୍ପର୍କ…

ହର୍ମୁଜ ଷ୍ଟ୍ରେଟରୁ ଭାରତ ଅଭିମୁଖେ ଆସିବାକୁ ଦୁଇଟି ଗ୍ୟାସ ଟ୍ୟାଙ୍କର୍‌ ପ୍ରସ୍ତୁତ, ଲଙ୍ଗର ନିକଟରେ କରିଛି ଅପେକ୍ଷା

ନୂଆଦିଲ୍ଲୀ,୨୧।୩: କିଛି ଦିନ ଅଟକିବା ପରେ ଦୁଇଟି ଭାରତୀୟ ପତାକାଯୁକ୍ତ LPG ଟ୍ୟାଙ୍କର୍‌ ହର୍ମୁଜ ପ୍ରଣାଳୀ ଦେଇ ଘରକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଉଭୟ ଟ୍ୟାଙ୍କର୍‌ ବର୍ତ୍ତମାନ…

ଗିନିଜ ୱାଲର୍‌ଡ ରେକଡର୍‌ସରେ ଓଡ଼ିଶା ପଖାଳ: ୧,୧୭୭ କିଲୋଗ୍ରାମ ଓଜନର…

ଭୁବନେଶ୍ୱର,୨୧ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ପର୍ଯ୍ୟଟନ ବିଭାଗ ଏକ ଐତିହାସିକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛି। ୧,୧୭୭ କିଲୋଗ୍ରାମ ଓଜନର ପଖାଳ ପ୍ରସ୍ତୁତ କରିବା ସହ ଏକ ବିଶାଳ ପାତ୍ରରେ…

ବନ୍ଦ ହେବ ଯୁଦ୍ଧ! ‘ସାମରିକ ଅଭିଯାନକୁ ହ୍ରାସ କରିବ ଆମେରିକା’ – ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଦାବି

ଓ୍ବାଶିଂଟନ,୨୧।୩: ଶନିବାର ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ୨୨ ତମ ଦିନ। ସଂଘର୍ଷ ଚତୁର୍ଥ ସପ୍ତାହରେ ପ୍ରବେଶ କରିବା ସତ୍ତ୍ୱେ, ପରିସ୍ଥିତି ଅସ୍ଥିର ରହିଛି। ଉଭୟ ପକ୍ଷ ଡ୍ରୋନ…

ଅଧରାତିରେ ପ୍ରଧାନ ଶିକ୍ଷୟିତ୍ରୀ-ରାତ୍ର ଜଗୁଆଳିଙ୍କୁ ହାଣିଲେ ଦୁର୍ବୃତ୍ତ:କ୍ଲିନିକ୍‌ ଯାଉଥିବାବେଳେ…

ବାରିପଦା,୨୧।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୁତ୍ତଙ୍କ ମରଣାନ୍ତ୍ରକ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ…

ବସୁଧା ଯୋଜନା ଅପହଞ୍ଚ: ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ

ଦାରିଙ୍ଗବାଡ଼ି ୨୧।୩ ( ଅରୁଣ ସାହୁ ) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ସିର୍କାବର୍ଗ ପଞ୍ଚାୟତର ବାଞ୍ଜାମାହା ଗାଁ ନାହୁଡ଼ିମାହା ସାହି ଏବଂ ପାଙ୍ଗାମାହାରେ ଜଳ…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri