ନୋବେଲ ପୁରସ୍କାର ରସାୟନ ବିଜ୍ଞାନ -୨୦୧୯ : ସମାଜକୁ ଜୀବାଶ୍ମ ଇନ୍ଧନ ମୁକ୍ତ କରିବା ବ୍ୟାଟେରି

”ଏବେ ଆମେ ବ୍ୟବହାର କରୁଥିବା ଅସଂଖ୍ୟ ସ୍ମାର୍ଟଫୋନ୍‌, ଲ୍ୟାପ୍‌ଟପ୍‌ ତଥା ଅନ୍ୟାନ୍ୟ ବହନୀୟ ଇଲେକ୍‌ଟ୍ରୋନିକ୍‌ ଯନ୍ତ୍ରପାତି ଏବଂ ରାଜମାର୍ଗରେ ଗଡ଼ିବାକୁ ଆରମ୍ଭ କରିଥିବା ନୂତନ ପିଢ଼ିର ଯାନବାହନ ଯେଉଁ ପୁନଃ ଚାର୍ଜକ୍ଷମ ବ୍ୟାଟେରି ଦ୍ୱାରା ଚାଳିତ ତାହା ହେଲା ଲିଥିୟମ୍‌ ଆୟନ୍‌ ବ୍ୟାଟେରି । ସାମରିକ ଏବଂ ବିମାନ ଚାଳନା କ୍ଷେତ୍ରରେ ମଧ୍ୟ ଏହାର ବ୍ୟବହାର ବ୍ୟାପକ ହେବାରେ ଲାଗିଛି। ଏହି ଅତ୍ୟାବଶ୍ୟକ ତଥା ସୁଦୂରପ୍ରସାରୀ ଭବିଷ୍ୟତ ସମ୍ପନ୍ନ ବ୍ୟବସ୍ଥାଟିର ଉଦ୍ଭାବନ ତଥା ବିବିଧ କ୍ଷେତ୍ରରେ ତାହାର ବ୍ୟବହାର ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି ଆମେରିକାର ଜନ୍‌ ବି.ଗୁଡ୍‌ଏନ୍‌ଫ୍‌ ଏବଂ ଏମ୍‌.ଷ୍ଟାନ୍‌ଲୀ ଉଇଟିଂହାମ୍‌ ଓ ଜାପାନର ଅକିରା ୟୋସିନୋ । ଦ୍ରୁତ କ୍ଷୟପ୍ରାପ୍ତ ସଂସାଧନ ଜୀବାଶ୍ମ ଇନ୍ଧନର ବିକଳ୍ପ ରୂପେ ଉଭାହେବା ସହ ବାୟୁ ପ୍ରଦୂଷଣ ହ୍ରାସ କରିବା ଦିଗରେ ଏହାର ଭୂମିକାର ଗୁରୁତ୍ୱ କଥା ବିଚାରକୁ ନେଇ ସେମାନଙ୍କୁ ପ୍ରଦାନ କରାଯାଇଛି ଚଳିତ ବର୍ଷର ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର। “

ଏବେ ଆମେ ବ୍ୟବହାର କରୁଥିବା ଅସଂଖ୍ୟ ସ୍ମାର୍ଟଫୋନ୍‌, ଲ୍ୟାପ୍‌ଟପ୍‌ ତଥା ଅନ୍ୟାନ୍ୟ ବହନୀୟ ଇଲେକ୍‌ଟ୍ରୋନିକ୍‌ ଯନ୍ତ୍ରପାତି ଏବଂ ରାଜମାର୍ଗରେ ଗଡ଼ିବାକୁ ଆରମ୍ଭ କରିଥିବା ନୂତନ ପିଢ଼ିର ଯାନବାହନ ଯେଉଁ ପୁନଃ ଚାର୍ଜକ୍ଷମ ବ୍ୟାଟେରି ଦ୍ୱାରା ଚାଳିତ ତାହା ହେଲା ଲିଥିୟମ୍‌ ଆୟନ୍‌ ବ୍ୟାଟେରି। ସାମରିକ ଏବଂ ବିମାନ ଚାଳନା କ୍ଷେତ୍ରରେ ମଧ୍ୟ ଏହାର ବ୍ୟବହାର ବ୍ୟାପକ ହେବାରେ ଲାଗିଛି। ଏହି ଅତ୍ୟାବଶ୍ୟକ ତଥା ସୁଦୂରପ୍ରସାରୀ ଭବିଷ୍ୟତ ସମ୍ପନ୍ନ ବ୍ୟବସ୍ଥାଟିର ଉଦ୍ଭାବନ ତଥା ବିବିଧ କ୍ଷେତ୍ରରେ ତାହାର ବ୍ୟବହାର ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି ଆମେରିକାର ଜନ୍‌ ବି.ଗୁଡ୍‌ଏନ୍‌ଫ୍‌ ଏବଂ ଏମ୍‌.ଷ୍ଟାନ୍‌ଲୀ ଉଇଟିଂହାମ୍‌ ଓ ଜାପାନର ଅକିରା ୟୋସିନୋ। ଦ୍ରୁତ କ୍ଷୟପ୍ରାପ୍ତ ସଂସାଧନ ଜୀବାଶ୍ମ ଇନ୍ଧନର ବିକଳ୍ପ ରୂପେ ଉଭାହେବା ସହ ବାୟୁ ପ୍ରଦୂଷଣ ହ୍ରାସ କରିବା ଦିଗରେ ଏହାର ଭୂମିକାର ଗୁରୁତ୍ୱ କଥା ବିଚାରକୁ ନେଇ ସେମାନଙ୍କୁ ପ୍ରଦାନ କରାଯାଇଛି ଚଳିତବର୍ଷର ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର।
ଜେନାଠାରେ ୧୯୨୨ ମସିହାରେ ଜନ୍ମଲାଭ କରିଥିଲେ ଗୁଡ୍‌ଏନଫ୍‌। ସେ ଶିକାଗୋ ବିଶ୍ୱବିଦ୍ୟାଳୟରୁ ୧୯୫୨ ମସିହାରେ ପିଏଚ୍‌.ଡି. ପ୍ରାପ୍ତ ହୋଇଥିଲେ ଏବଂ ଏବେ ଟେକ୍‌ସାସ୍‌ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ବିଭାଗରେ ଥିବା ଏଚ୍‌.କୋକ୍ରେଲ୍‌ ଚେୟାରରେ ପ୍ରଫେସର ରୂପେ ଅଧିଷ୍ଠିତ । ନୋବେଲ ପୁରସ୍କାର ଇତିହାସରେ ଏହା ଲାଭ କରିବାରେ ସେ ହେଉଛନ୍ତି ସବୁଠାରୁ ବୟସ୍କ ବ୍ୟକ୍ତି। ସେହିପରି ଇଂଲଣ୍ଡରେ ୧୯୪୧ ମସିହାରେ ଜନ୍ମିତ ଉଇଟିଂହାମ୍‌ ୧୯୬୮ ମସିହାରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ପିଏଚ୍‌.ଡି. ଲାଭ କରିଥିଲେ। ବର୍ତ୍ତମାନ ସେ ବିଂହାମନ୍‌ ବିଶ୍ୱବିଦ୍ୟାଳୟ ଏବଂ ନ୍ୟୁୟର୍କ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟରେ ପ୍ରଫେସର ରୂପେ କାର୍ଯ୍ୟରତ। ଅନ୍ୟପକ୍ଷରେ ୟୋସିନୋଙ୍କ ଜନ୍ମ ହୋଇଥିଲା ଜାପାନର ସୁଇଟାଠାରେ ୧୯୪୮ ମସିହାରେ। ତାଙ୍କୁ ୨୦୦୫ ମସିହାରେ ଓସାକା ବିଶ୍ୱବିଦ୍ୟାଳୟରୁ ପିଏଚ୍‌.ଡି. ମିଳିଲା ପରେ ସେ ଟୋକିଓସ୍ଥିତ ଆଶି କାସେଇ କର୍ପୋରେଶନର ଫେଲୋ ଏବଂ ନାଗୋୟା(ଜାପାନା)ସ୍ଥିତ ମେଇଜୋ ବିଶ୍ୱବିଦ୍ୟାଳୟଠାରେ ପ୍ରଫେସର ଦାୟିତ୍ୱରେ ଅଛନ୍ତି।
ଲିଥିୟମ୍‌-ଆୟନ୍‌ ବ୍ୟାଟେରିର ଇତିହାସ ଆରମ୍ଭ ହୋଇଛି ୧୯୭୦ ଦଶକରୁ-ଉପସାଗରୀୟ ଯୁଦ୍ଧକାଳରେ ତୈଳ ସଙ୍କଟ ଉପୁଜିବା କାଳରୁ। ସେତେବେଳେ ଶକ୍ତି ଉତ୍ପାଦନ ଲାଗି ଜୀବାଶ୍ମ ଇନ୍ଧନମୁକ୍ତ ଟେକ୍ନୋଲୋଜିର ବିକାଶ କରିବାକୁ ଉଇଟିଂହାମ୍‌ ଗବେଷଣା ଆରମ୍ଭ କରିଥିଲେ। ଫଳରେ ସେ ଲିଥିୟମ ବ୍ୟାଟେରିର କ୍ୟାଥୋଡ୍‌ ମେରୁ (ବିଯୁକ୍ତ ମେରୁ) ରୂପେ କାର୍ଯ୍ୟ କରିବା ପାଇଁ ଉପଯୁକ୍ତ ହୋଇଥିବା ଟାଇଟାନିୟମ ଡାଇସଲ୍‌ଫାଇଡ୍‌ର ସନ୍ଧାନ ପାଇଲେ। ଆଣବିକ ସ୍ତରରେ ତହିଁରେ ଲିଥିୟମ୍‌ ଆୟନକୁ ସନ୍ନିବିଷ୍ଟ କରିବା ଲାଗି ଯଥେଷ୍ଟ ଖାଲିସ୍ଥାନ ଥିଲା। ଏହି ବ୍ୟାଟେରିର ଆନୋଡ୍‌ ମେରୁ (ଯୁକ୍ତ ମେରୁ) ଆଂଶିକ ଭାବେ ଧାତବ ଲିଥିୟମ୍‌ରେ ତିଆରି ହୋଇଥିଲା, ଯାହାର ଇଲେକ୍‌ଟ୍ରନ ବିମୁକ୍ତ କରିବାର ଶକ୍ତିଶାଳୀ ସାମର୍ଥ୍ୟ ଥିଲା। ଏହି ବ୍ୟାଟେରିର ଅନ୍ତର୍ନିହିତ ଶକ୍ତି ଥିଲା ୨ ଭୋଲ୍ଟ ମଧ୍ୟରେ। ତେବେ ବ୍ୟବହାରଯୋଗ୍ୟ ହୋଇପାରିଲା ନାହିଁ। କାରଣ ତହିଁରେ ବ୍ୟବହୃତ ଲିଥିୟମ୍‌ ଧାତୁ ଅତ୍ୟଧିକ କ୍ରିୟାଶୀଳ ଥିଲା।
ଏହା ପରେ ଗୁଡ୍‌ଏନଫ୍‌ ବ୍ୟାଟେରିର ଅନ୍ତର୍ନିହିତ ସାମର୍ଥ୍ୟ ବୃଦ୍ଧି ପାଇଁ ଚିନ୍ତାକଲେ।ସେ ଉଇଟିଂହାମ ବ୍ୟବହାର କରିଥିବା ଧାତବ ସଲ୍‌ଫାଇଡ୍‌ ବଦଳରେ ଅନ୍ୟ ଏକ ଧାତବ ଅକ୍ସାଇଡ୍‌କୁ କ୍ୟାଥୋଡ୍‌ ମେରୁ ରୂପେ ବ୍ୟବହାର କରିବାକୁ ଚିନ୍ତାକଲେ।  ଅତଏବ ୧୯୮୦ ମସିହାରେ ସେ ଲିଥିୟମ୍‌ ଆୟନରେ ସନ୍ନିବିଷ୍ଟ ହୋଇଥିବା କୋବାଲ୍ଟ ଅକ୍ସାଇଡ୍‌କୁ ଏ କାର୍ଯ୍ୟରେ ଲଗାଇଲେ। ଫଳରେ ୪ ଭୋଲ୍ଟ ପର୍ଯ୍ୟନ୍ତ ଶକ୍ତି ଉତ୍ପନ୍ନ ସମ୍ଭବ ହେଲା ଏବଂ ଅଧିକ ଶକ୍ତିଶାଳୀ ବ୍ୟାଟେରି ପ୍ରସ୍ତୁତି ଲାଗି ପଥ ଉନ୍ମୁକ୍ତ ହେଲା। ତତ୍ପରେ ଏହି କ୍ୟାଥୋଡ୍‌ ମେରୁ ବ୍ୟବହାରକରି ୟୋସିନୋ ବ୍ୟବସାୟିକ ଭାବେ ସଫଳ ହୋଇପାରିଲା ଭଳି ପ୍ରଥମ ବ୍ୟାଟେରି ତିଆରି କଲେ ୧୯୮୫ ମସିହାରେ। ତା’ପରେ ଅଙ୍ଗାରକରେ ଗଢ଼ା ପେଟ୍ରୋଲିୟମ କେକ୍‌କୁ ମଧ୍ୟ ଏଥିପାଇଁ ସେ ବିନିଯୋଗ କରିବାକୁ ଲାଗିଲେ। କ୍ୟାଥୋଡ୍‌ ମେରୁରେ ଥିବା କୋବାଲ୍ଟ ଅକ୍ସାଇଡ୍‌ ଭଳି ଏହା ମଧ୍ୟ ଲିଥିୟମ ଆୟନକୁ ସନ୍ନିବିଷ୍ଟ କରିପାରିଲା। ଏସବୁ ପରୀକ୍ଷା ନିରୀକ୍ଷା ଫଳରେ କ୍ରମେ ହାଲୁକା ଏବଂ ଦୃଢ଼ତା ସମ୍ପନ୍ନ ବ୍ୟାଟେରିମାନ ତିଆରି ସମ୍ଭବ ହେଲା; ଯାହାକି ଶହ ଶହ ଥର ପୁନଃ ପୁନଃ ଭାବେ ଚାର୍ଜ କରାଯାଇପାରିବ। ଏଗୁଡ଼ିକ ବଜାରରେ ଉପଲବ୍ଧ ହେଲା। ୧୯୯୧ ମସିହାରେ ଉକ୍ତ ବ୍ୟାଟେରିଗୁଡ଼ିକର ସୁବିଧା ହେଲା ଯେ, ତାହା କ୍ୟାଥୋଡ୍‌ ମେରୁକୁ କ୍ଷୟ କରୁଥିବା ରାସାୟନିକ ପ୍ରକ୍ରିୟାଭିତ୍ତିକ ନୁହେଁ, ବରଂ ଆନୋଡ୍‌ ଓ କ୍ୟାଥୋଡ୍‌ ମଧ୍ୟରେ ନିୟମିତ ଏପାଖ ସେପାଖ ହୋଇ ପ୍ରବାହିତ ହେଉଥିବା ଲିଥିୟମ ଆୟନ ଉପରେ ନିର୍ଭରଶୀଳ।
ବର୍ତ୍ତମାନ ଅନେକ ପ୍ରକାର ଲିଥିୟମ- ଆୟନ ବ୍ୟାଟେରି ଉପଲବ୍ଧ ହେଲାଣି। ଉଦାହରଣ ସ୍ବରୂପ, କେତେକ କମ୍ପାନୀ ମୁଖ୍ୟତଃ ଲିଥିୟମ ପଲିମର ବ୍ୟାଟେରି ପ୍ରସ୍ତୁତ କରୁଛନ୍ତି। ଏଥିରେ ଲିଥିୟମ କୋବାଲ୍ଡ ଅକ୍ସାଇଡ୍‌କୁ କ୍ୟାଥୋଡ୍‌ ମେରୁ ଏବଂ ଅଧିକ ଦହନଗୁଣଧାରୀ ଜୈବ ରାସାୟନ (ଇଥର୍‌ ଭଳି) ବଦଳରେ ଏକ ପ୍ରକାର ପଲିମର ଜେଲ୍‌କୁ ବିଦ୍ୟୁତ୍‌ ଦ୍ରବଣରେ ଉପଯୋଗ କରାଯାଇଛି। ଏହାବ୍ୟତୀତ, ଲିଥିୟମ-ଲୌହ ଫସ୍‌ଫେଟ୍‌, ଲିଥିୟମ-ମାଙ୍ଗାନିଜ୍‌ ଅକ୍‌ସାଇଡ୍‌ ଏବଂ ନିକେଲ ମାଙ୍ଗାନିଜ୍‌-କୋବାଲ୍ଟ ଅକ୍‌ସାଇଡ୍‌କୁ କ୍ୟଥୋଡ୍‌ ରୂପେ ବ୍ୟବହର କରୁଥିବା ବ୍ୟାଟେରିମାନ ମଧ୍ୟ ଏବେ ମିଳିଲାଣି। ସେଗୁଡିକ କମ୍‌ ଶକ୍ତି-ସାନ୍ଧ୍ରତା ବିଶିଷ୍ଟ, କିନ୍ତୁ ଦୀର୍ଘସ୍ଥାୟୀ ଓ ନିରାପଦ। ଏ ପ୍ରକାର ବ୍ୟାଟେରି ଏବେ ବିବିଧ ଉଚ୍ଚମାନର ଇଲେକ୍‌ଟ୍ରୋନୀୟ ତଥା ମେଡିକାଲ ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ବ୍ୟବସ୍ଥାରେ ବ୍ୟବହୃତ ହେଉଛି। ଗାଡ଼ିମୋଟରରେ ବ୍ୟବହାର କଥା ବିଚାରକୁ ନେଇ ଏଗୁଡିକ ମଧ୍ୟରେ ସର୍ବାଧିକ ଗୁରୁତ୍ୱ ଲାଭ କରିଛି ଶେଷୋକ୍ତଟି।
ଉନ୍ନତମାନର ଲିଥିୟମ-ଆୟନ୍‌ ବ୍ୟାଟେରି ତିଆରି ଲାଗି ଏବେ ମଧ୍ୟ ଉଦ୍ୟମ ଚାଲୁ ରହିଛି। ଫଳରେ ଆଗାମୀ ଦିନରେ ଏହାର ଉପଯୋଗ କାଳ, ଶକ୍ତି ସାନ୍ଧ୍ରତା, ନିରାପତ୍ତା, ଚାର୍ଜିଂ ବେଗ ଆଦି ବୃଦ୍ଧି ତଥା ଦାମ୍‌ ହ୍ରାସ ପାଇବ ବୋଲି ଆଶା କରାଯାଏ। ତେବେ ବର୍ତ୍ତମାନ ଅଧିକ ଧ୍ୟାନ ଦିଆଯାଉଛି ସହଜରେ ନିଅଁା ନ ଧରିଲା ଭଳି ବିଦ୍ୟୁତ୍‌ ଦ୍ରବଣର ବିକାଶ ଉପରେ। ସେଥିପାଇଁ ଯେଉଁ ପନ୍ଥାମାନ ଅନୁସରଣ କରାଯାଉଛି ତାହାର ଅନ୍ତର୍ଭୁକ୍ତ ହେଲେ ଜଳଯୁକ୍ତ ଲିଥିୟମ- ଆୟନ୍‌ ବ୍ୟାଟେରି , ସେରାମିକ କଠିନ ବିଦ୍ୟୁତ୍‌ ଦ୍ରବଣ, ପଲିମର ବିଦ୍ୟୁତ୍‌ ଦ୍ରବଣ, ଆୟନଯୁକ୍ତ ତରଳ ପଦାର୍ଥ ଏବଂ ଫ୍ଲୋରିନ୍‌ଯୁକ୍ତ ରସାୟନ।
ବିକାଶ ମନରେ ପ୍ରତ୍ୟୟ ଆଣେ ଯେ ନିକଟରେ ଦିନେ ଲିଥିୟମ-ଆୟନ୍‌ ବ୍ୟାଟେରି ସମାଜକୁ ଜୀବାଶ୍ମ ଇନ୍ଧନମୁକ୍ତ କରିବା ସଙ୍ଗେ ସଙ୍ଗେ ବାୟୁ ପ୍ରଦୂଷଣ ହ୍ରାସ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଅତଏବ ଏଭଳି ଯୁଗାନ୍ତକାରୀ ଉଦ୍ଭାବନ ମାଧ୍ୟମରେ ଗୁଡ୍‌ଏନଫ୍‌ , ଉଇଟିଂହାମ ଓ ୟୋସିନୋ ମାନବଜାତିର କଲ୍ୟାଣ ପାଇଁ ଯେଉଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି ତାହା ସେମାନଙ୍କୁ ୯ ନିୟୁତ ସ୍ବିଡିସ୍‌ କ୍ରୋନାର ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଦେବାର ଯଥାର୍ଥତା ପ୍ରମାଣ କରିଛି। କାରଣ ନୋବେଲ କମିଟିର ସଦସ୍ୟ ସାରା ସ୍ନୋଗେରୂପ ଲିନ୍‌ସେଙ୍କ ଭାଷାରେ ଏହା ଆମକୁ ଏକ ବୈଷୟିକ ବିପ୍ଲବ ମଧ୍ୟକୁ ବାଟ କଢ଼ାଇ ନେଇପାରିଛି।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର-୩୦
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

ପ୍ରେମିକାଙ୍କୁ ଭେଟିବା ପାଇଁ କରିଥିଲେ ସୀମା ପାର୍, ଯୁବକଙ୍କୁ LOCରେ….

ଶ୍ରୀନଗର,୩୧ା୫: ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ପାର କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ…

‘ଜାତି-ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ଆଗକୁ ବଢ଼ିବାକୁ ହେଲେ କେବଳ ଏକତା ଜରୁରୀ’

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଜାତି ଏବଂ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଆଗକୁ ବଢ଼ିବାକୁ ହେଲେ ଏକତା ମନୋଭାବ ହିଁ ଜରୁରୀ ବୋଲି ନିଖିଳ ଉତ୍କଳ…

ବିଦେଶରେ ସୁନା ଶସ୍ତା କିନ୍ତୁ ଭାରତରେ ମହଙ୍ଗା କାହିଁକି? ଲକ୍ଷେ ଟଙ୍କାର ସୁନା କିଣିଲେ ୧୮ହଜାର ଅଧିକ କାହିଁକି ଦେବାକୁ ପଡ଼େ

ନୂଆଦିଲ୍ଲୀ,୩୧ା୫: ବିବାହ ହେଉ କିମ୍ବା ଦୀପାବଳି କିମ୍ବା ଧନତେରସ ଭଳି ପର୍ବ, ଲୋକମାନେ ଏପରି ପ୍ରତ୍ୟେକ ଅବସରରେ ସୁନା କିଣିବାକୁ ପସନ୍ଦ କରନ୍ତି । ତଥାପି, ବାସ୍ତବତା…

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

‘ଯଦି ତୁମେ ଭାଜପାକୁ ସମର୍ଥନ କରିବ ତୁମେ ଦେଶଭକ୍ତ’, ନଚେତ୍‌…

କୋଲକାତା,୩୧ା୫: ପଶ୍ଚିମବଙ୍ଗର ଦକ୍ଷିଣ ଚବିଶି ପ୍ରଗଣା ଜିଲାର ସୋନାରପୁରରେ ତୃଣମୂଳ କଂଗ୍ରେସ (TMC) ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…

ସ୍ବାମୀଙ୍କ ନଜରରେ ପଡିଗଲା ସ୍ତ୍ରୀଙ୍କ ପରକୀୟା ପ୍ରୀତି, ପ୍ରେମିକଙ୍କ ସହ ମିଶି କରିଥିଲେ ହତ୍ୟା ଉଦ୍ୟମ, ଏବେ ଗଲେ ଜେଲ୍

ଦିଗପହଣ୍ଡି,୩୧|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁ ଛକରେ ରହୁଥିବା ଏସ.ଶଙ୍କର ରେଡ୍ଡୀଙ୍କ  ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଏସ.ରଶ୍ମିତା ରେଡ୍ଡୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri