ନୋଟ୍‌ ମାସ୍କ

ମିରଟ୍‌: ଲକ୍‌ଡାଉନ ପାଇଁ ଏବେ ସବୁଆଡ଼େ କଟକଣା। ରାତି ୭ରୁ ସକାଳ ୭ ଯିବାଆସିବା ବନ୍ଦ। ଏଥିସହ ବାଇକ୍‌ ଚାଳକଙ୍କ ଲାଗି ପାସ୍‌ ସହିତ ମାସ୍କ ଓ ହେଲ୍‌ମେଟ୍‌ ବାଧ୍ୟତାମୂଳକ। ଏବେ ଲକ୍‌ଡାଉନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ କେତେଜଣ କଟକଣା କୋହଳ କରାଯାଇଛି। ହେଲେ କେତେକ ଲୋକ ଅଛନ୍ତି, ସବୁ କଟକଣାକୁ ଫୁ କରିଦେଉଛନ୍ତି। ଫଳରେ ପୋଲିସ ସେମାନଙ୍କ ଉପରେ ଦାଉ ସାଧୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମିରଟ୍‌ରେ। ଲକ୍‌ଡାଉନ୍‌ରେ ସରକାରୀ କଟକଣାକୁ ନ ମାନି ବାଇକ୍‌ରେ ଯାଉଥିବା କେତେଜଣ ବ୍ୟକ୍ତି ମୁହଁରେ ମାସ୍କ ପିନ୍ଧି ନ ଥିବାରୁ ପୋଲିସ ହାବୁଡ଼ରେ ପଡ଼ିଥିଲେ। ପୋଲିସ ସେମାନଙ୍କଠାରୁ ଜରିମାନା ସହ ଦଣ୍ଡବିଧାନ କରିଥିଲା। ସେତିକି ବେଳେ ସେଇପଟ ଦେଇ ଯାଉଥିବା ଦୁଇ ବାଇକ୍‌ ଆରୋହୀ ପୋଲିସ ହାବୁଡ଼ରେ ପଡ଼ିଥିଲେ। ବାଇକ୍‌ ଚାଳକ ଜଣକ ମୁହଁରେ ରୁମାଲ ବାନ୍ଧିଥିବା ବେଳେ ପଛରେ ବସିଥିବା ବ୍ୟକ୍ତି ଜଣକ ଏକ ୧୦ ଟଙ୍କଆ ନୋଟ୍‌କୁ ମାସ୍କଭାବେ ମୁହଁରେ ପିନ୍ଧିଦେଇଥିଲେ। ହେଲେ ମିରଟ୍‌ର ସିଭିଲ ଲାଇନ୍ସ ଥାନାର ସର୍କଲ ଅଫିସର ସଞ୍ଜୀବ ଦେଶଓ୍ବାଲ ତାଙ୍କୁ ଧରିଥିଲେ। କାହିଁକି ମାସ୍କ ନ ପିନ୍ଧି ବାହାରକୁ ବାହାରିଛ ବୋଲି ପଚରାଯିବାରୁ ସେମାନଙ୍କଠାରୁ ସନ୍ତୋଷଜନକ ଉତ୍ତର ପୋଲିସ ପାଇ ନ ଥିଲା। ନୋଟ୍‌ ମାସ୍କ ପିନ୍ଧିଥିବା ବ୍ୟକ୍ତି ମାସ୍କ ଦର ଅନୁଯାୟୀ ତାଙ୍କ ପାଖରେ ଟଙ୍କା ନ ଥଇବା କଥା କହିବାରୁ ପୋଲିସ ସେମାନଙ୍କୁ ୨ଟି ମାସ୍କ ପ୍ରଦାନ କରିଥିଲେ। ବିନା ମାସ୍କରେ ବାହାରକୁ ଆସିଲେ ଜରିମାନା ସହ କଠୋର ଦଣ୍ଡ ମିଳିବ ବୋଲ ପୋଲିସ ସେମାନଙ୍କୁ ଚେତାବନୀ ଶୁଣାଇଥିଲା। ପ୍ରକାଶଥାଉ କି, ମିରଟ୍‌ରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୪ ରହିଛି। ଏହି ଜିଲାରେ ୨୦୦ ଆକ୍ଟିଭ୍‌ ମାମଲା ରହିଥିବା ବେଳେ ୧୭ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

‘ପ୍ରଧାନମନ୍ତ୍ରୀଙ୍କ ସହ କିଛି ବି ହୋଇଥାଆନ୍ତା’, କାହିଁକି ଏମିତି କହିଲେ ଓମ ବିର୍ଲା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ମୁଲତବୀ କରାଯିବା ଉପରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ…

ହୋଲି-ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର; ଜାଣନ୍ତୁ ଆପଣଙ୍କୁ କିପରି ମିଳିବ ଲାଭ…

ନୂଆଦିଲ୍ଲୀ,୫।୨: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଦିଲ୍ଲୀର ରେଖା ଗୁପ୍ତା ସରକାର ନିଜର ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରି…

SIR ନେଲାଣି ୧୦୭ ଲୋକଙ୍କ ଜୀବନ

କୋଲକାତା,୫।୨: ଗୁରୁବାର, ଫେବୃଆରୀ ୫, ୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ଜରୁରୀ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଦାବି କରାଯାଇଛି ଯେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)…

ତତ୍ପରତା ଦେଖାଇଲା ଜିଲା ପ୍ରଶାସନ, ଜେସିବି ମେଶିନ ସାହାଯ୍ୟରେ ହଟାଗଲା ହମ୍ପସ

ବଞ୍ଚୋ,୫ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଜୀବନରେଖା କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ଛକ ଦୁର୍ଘଟଣାର ହଟ୍‌ସ୍ପଟ୍‌ ପାଲଟିଛି। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା…

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

୧ ବଲ୍‌ ୯ ରନ୍‌: ବିନା ଓ୍ବାଇଡ୍‌-ନୋ ବଲ୍‌ରେ କେମିତି ହେଲା ସମ୍ଭବ, ଜାଣନ୍ତୁ କ୍ରିକେଟ୍‌ ପଡ଼ିଆରେ ରୋଚକ ଘଟଣା

ହରାରେ,୫।୨: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ ମ୍ୟାଚ କ୍ରିକେଟ ପଡ଼ିଆରେ ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବ୍ୟାଟିଂ…

ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଜୋରଦାର୍‌ ଝଟ୍‌କା: ଯନ୍ତ୍ରଣାରେ ଛଟ୍‌ପଟ୍‌ ହୋଇ…

ନୂଆଦିଲ୍ଲୀ,୫।୨: ICC ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିଙ୍କ ଆଘାତର ଧାରା ଜାରି ରହିଛି। ଦ୍ରୁତ ବୋଲର ହର୍ଷିତ ରାଣା ଏବେ ଏହି ତାଲିକାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri