ନୋଟ୍‌ ମାସ୍କ

ମିରଟ୍‌: ଲକ୍‌ଡାଉନ ପାଇଁ ଏବେ ସବୁଆଡ଼େ କଟକଣା। ରାତି ୭ରୁ ସକାଳ ୭ ଯିବାଆସିବା ବନ୍ଦ। ଏଥିସହ ବାଇକ୍‌ ଚାଳକଙ୍କ ଲାଗି ପାସ୍‌ ସହିତ ମାସ୍କ ଓ ହେଲ୍‌ମେଟ୍‌ ବାଧ୍ୟତାମୂଳକ। ଏବେ ଲକ୍‌ଡାଉନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ କେତେଜଣ କଟକଣା କୋହଳ କରାଯାଇଛି। ହେଲେ କେତେକ ଲୋକ ଅଛନ୍ତି, ସବୁ କଟକଣାକୁ ଫୁ କରିଦେଉଛନ୍ତି। ଫଳରେ ପୋଲିସ ସେମାନଙ୍କ ଉପରେ ଦାଉ ସାଧୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମିରଟ୍‌ରେ। ଲକ୍‌ଡାଉନ୍‌ରେ ସରକାରୀ କଟକଣାକୁ ନ ମାନି ବାଇକ୍‌ରେ ଯାଉଥିବା କେତେଜଣ ବ୍ୟକ୍ତି ମୁହଁରେ ମାସ୍କ ପିନ୍ଧି ନ ଥିବାରୁ ପୋଲିସ ହାବୁଡ଼ରେ ପଡ଼ିଥିଲେ। ପୋଲିସ ସେମାନଙ୍କଠାରୁ ଜରିମାନା ସହ ଦଣ୍ଡବିଧାନ କରିଥିଲା। ସେତିକି ବେଳେ ସେଇପଟ ଦେଇ ଯାଉଥିବା ଦୁଇ ବାଇକ୍‌ ଆରୋହୀ ପୋଲିସ ହାବୁଡ଼ରେ ପଡ଼ିଥିଲେ। ବାଇକ୍‌ ଚାଳକ ଜଣକ ମୁହଁରେ ରୁମାଲ ବାନ୍ଧିଥିବା ବେଳେ ପଛରେ ବସିଥିବା ବ୍ୟକ୍ତି ଜଣକ ଏକ ୧୦ ଟଙ୍କଆ ନୋଟ୍‌କୁ ମାସ୍କଭାବେ ମୁହଁରେ ପିନ୍ଧିଦେଇଥିଲେ। ହେଲେ ମିରଟ୍‌ର ସିଭିଲ ଲାଇନ୍ସ ଥାନାର ସର୍କଲ ଅଫିସର ସଞ୍ଜୀବ ଦେଶଓ୍ବାଲ ତାଙ୍କୁ ଧରିଥିଲେ। କାହିଁକି ମାସ୍କ ନ ପିନ୍ଧି ବାହାରକୁ ବାହାରିଛ ବୋଲି ପଚରାଯିବାରୁ ସେମାନଙ୍କଠାରୁ ସନ୍ତୋଷଜନକ ଉତ୍ତର ପୋଲିସ ପାଇ ନ ଥିଲା। ନୋଟ୍‌ ମାସ୍କ ପିନ୍ଧିଥିବା ବ୍ୟକ୍ତି ମାସ୍କ ଦର ଅନୁଯାୟୀ ତାଙ୍କ ପାଖରେ ଟଙ୍କା ନ ଥଇବା କଥା କହିବାରୁ ପୋଲିସ ସେମାନଙ୍କୁ ୨ଟି ମାସ୍କ ପ୍ରଦାନ କରିଥିଲେ। ବିନା ମାସ୍କରେ ବାହାରକୁ ଆସିଲେ ଜରିମାନା ସହ କଠୋର ଦଣ୍ଡ ମିଳିବ ବୋଲ ପୋଲିସ ସେମାନଙ୍କୁ ଚେତାବନୀ ଶୁଣାଇଥିଲା। ପ୍ରକାଶଥାଉ କି, ମିରଟ୍‌ରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୪ ରହିଛି। ଏହି ଜିଲାରେ ୨୦୦ ଆକ୍ଟିଭ୍‌ ମାମଲା ରହିଥିବା ବେଳେ ୧୭ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri