Categories: ଜାତୀୟ

ନୋଏଡା ସ୍ପାଇସ୍‌ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୨୬।୮: ରାଜଧାନୀ ଦିଲ୍ଲୀର ନୋଏଡା ସେକ୍ଟର ୨୫-ଏ ସ୍ଥିତ ସ୍ପାଇସ୍‌ ମଲ୍‌ରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଏତେ ଭୟଙ୍କର ଥିଲା ଯେ, ଦୂର ଦୂରାନ୍ତରୁ ଏହାର ଧୂଆଁ ଦେଖାଯାଉଥିଲା। ଖବରପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଅଁାକୁ ଆୟତ୍ତ କରିଛି। ସୂଚନାଯୋଗ୍ୟ, ସୋମବାର ଅପରାହ୍ନ ମଲ୍‌ର ଉପର ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହାପରେ ତୁରନ୍ତ ମଲ୍‌ରୁ ଲୋକମାନଙ୍କୁ ବାହାରକୁ ବାହାର କରାଯାଇଥିଲା। ଘଟଣାସ୍ଥଳରେ ଦମକଳ ବାହିନୀର ୧୦ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ତେବେ ଏହି ଅଗ୍ନିକାଣ୍ଡ ଏକଜେଷ୍ଟ ଫ୍ୟାନରୁ ଘଟିଥିବା ନେଇ ଅନୁମାନ କରାଯାଉଛି।

Share