Categories: ଜାତୀୟ

ନୋଏଡା ଇଏସ୍‌ଆଇସି ହସ୍ପିଟାଲରେ ନିଆଁ

ନୋଏଡା,୯।୧: ଉତ୍ତର ପ୍ରଦେଶର ନୋଏଡାରେ ଥିବା ଇଏସ୍‌ଆଇସି ମଡେଲ ହସ୍ପିଟାଲରେ ଗୁରୁବାର ନିଆଁ ଲାଗିଥିବା ଜଣାପଡିଛି। ସେକ୍ଟର ୨୪ରେ ଥିବା ଏହି ହସ୍ପିଟାଲରେ ନିଆଁ ଲାଗିଥିବା ଖବର ପାଇ ୬ ଦମକଳ ଗାଡି ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି। ଏଥିରେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ନିଆଁ ଲାଗିବାର କାରଣ ମଧ୍ୟ ସ୍ପଷ୍ଟ ହୋଇନାହିଁ। ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା କୁହାଯାଉଛି।

Share