Categories: ଜାତୀୟ

ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି-ରାହୁଲ

ନୂଆଦିଲ୍ଲୀ,୨୭।୫: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ୫୬ ତମ ଶ୍ରାଦ୍ଧବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ଟୁଇଟ୍‌ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ମଧ୍ୟ ଟୁଇଟ୍‌ କରି ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ କହିଛନ୍ତି ଆଧୁନିକ ଭାରତର ବିନ୍ଧାଣୀ ହେଉଛନ୍ତି ନେହେରୁ। ତାଙ୍କର ବିଦେଶନୀତି ବେଶ୍‌ ଉଲ୍ଲେଖନୀୟ ଥିଲା। ସୂଚନାଯୋଗ୍ୟ, ନେହେରୁ ୧୮୮୯ ନଭେମ୍ବର ୧୪ରେ ଆହ୍ଲାବାଦଠାରେ ଜନ୍ମଗ୍ରହଣ କରିଥିଲେ। ୧୯୧୯ରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୬୪ ମେ ୨୭ରେ ସେ ଦେହତ୍ୟାଗ କରିଥିଲେ।

Share