ନେହା ଯେଉଁ ସ୍କୁଲରେ ପଢୁଥିଲେ, ସେହି ସ୍କୁଲ ବାହାରେ ସିଙ୍ଗଡା ବିକୁଥିଲେ ତାଙ୍କ ବାପା: ଏମିତି ହେଲେ ଟପ୍‌ ସିଙ୍ଗର୍‌

ବଲିଉଡର ସୁନ୍ଦରୀ ଗାୟିକା ନେହା କକ୍କରଙ୍କ ଆଜି ଜନ୍ମଦିନ। ୧୯୮୮, ଜୁନ ୬ରେ ଉତ୍ତରାଖଣ୍ଡର ହୃଷିକେଶରେ ଜନ୍ମଗ୍ରହଣ କରିଥିଲେ ନେହା। ମାତ୍ର ୪ ବର୍ଷ ବୟସରେ ଗୀତ ଗାଇବା ଆରମ୍ଭ କରିଥିଲେ ସେ। ୨୦୦୬ରେ ଇଣ୍ଡିଆନ୍‌ ଆଇଡଲର ଦ୍ୱିତୀୟ ସିଜିନରେ ଅଡିସନ୍‌ ଦେଇ କ୍ୱାଲିଫାଏ କରିଥିଲେ। ଯାହା ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇଦେଇଥିଲା। ଛୋଟବେଳୁ ଗୀତ ଗାଇବାର ନିଶା ଥିଲେ ମଧ୍ୟ ପରିବାରର ଆର୍ଥତ୍କ ସଙ୍କଟ ଦେଖି ନିଜ ରୁଚିକୁ ଚାପି ଦେବାକୁ ଚେଷ୍ଟା କରିଥିଲେ ନେହା। କିନ୍ତୁ ପିତାଙ୍କ ପ୍ରେରଣାରେ ସେ ସଙ୍ଗୀତ ଶିକ୍ଷା ପାଇଁ ଆଡମିଶନ ନେଇଥିଲେ। ନେହା ଏକ ସାକ୍ଷାତ କାରରେ କହିଥିଲେ, ମୁଁ ଯେଉଁ ସ୍କୁଲରେ ପାଠ ପଢୁଥିଲି, ସେହି ସ୍କୁଲ ବାହାରେ ବାପା ସମୋସା(ସିଙ୍ଗଡା) ବିକୁଥିଲେ। କିନ୍ତୁ ମୋତେ କୌଣସି ଫରକ୍‌ ପଡି ନ ଥିଲା। ମୋ ସାଙ୍ଗମାନେ ମୋତେ ଚିଡାଉଥିଲେ ମଧ୍ୟ ମୁଁ କାହା କଥା ଶୁଣୁ ନ ଥିଲି ବୋଲି କହନ୍ତି ନେହା। ବଲିଉଡରେ ଟପ୍‌ ସିଙ୍ଗରଙ୍କ ମଧ୍ୟରେ ଅନ୍ୟତମ ନେହାଙ୍କ ଭଉଣୀ ସୋନୁ ଏବଂ ଭାଇ ଟୋନି କକ୍କର ମଧ୍ୟ ଜଣେ ଜଣାଶୁଣା ସିଙ୍ଗର।

Share