ନେହାଙ୍କୁ ବିବାହ କରିବା ପୂର୍ବରୁ ଦୁଇଟି ବିବାହ କରିଛନ୍ତି ଶାର୍ଦ୍ଦୂଳ

ବମ୍ବେ: ଅଭିନେତ୍ରୀ ନେହା ପେଡ୍‌ନସେ ହଠାତ୍‌ ବିବାହ କରିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେ ପ୍ରେମ ବିବାହ କରିବା ନେଇ ସ୍ପଷ୍ଟ ହେବା ପରେ କିଏ ସେହି ଯୁବକ ସେ ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପରେ ସେ ଶାର୍ଦ୍ଦୂଳ ସିଂ ବ୍ୟାସଙ୍କୁ ବିବାହ କରୁଥିବା ଜଣାପଡ଼ିଥିଲା। ହେଲେ ସେ ଜଣେ ବ୍ୟବସାୟୀ ବ୍ୟତୀତ ତାଙ୍କ ବିଷୟରେ ଆଉ କିଛି ଜଣାପଡ଼ି ନ ଥିଲା। ନିକଟରେ ଉଭୟଙ୍କ ବିବାହ ମଧ୍ୟ ସମ୍ପନ୍ନ ହୋଇଛି। ଏବେ ନେହା ବିବାହ ସମୟର ଅନେକ ଫଟୋ ନିଜର ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି, ଯାହାକି ଭାଇରାଲ ହେଉଛି। ନେହା ଶାର୍ଦ୍ଦୂଳଙ୍କ ତୃତୀୟ ସ୍ତ୍ରୀ ହୋଇଛନ୍ତି। ଏହା ପୂର୍ବରୁ ଶାର୍ଦ୍ଦୂଳ ଦୁଇଥର ବିବାହ କରିସାରିଛନ୍ତି। ପୂର୍ବ ସ୍ତ୍ରୀଙ୍କୁ ସେ ଛାଡ଼ପତ୍ର ଦେଇସାରିଛନ୍ତି। ଶାର୍ଦ୍ଦୂଳଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି। ହେଲେ ନିଜ ବିଷୟରେ ସବୁ କଥା ଶାର୍ଦ୍ଦୂଳ କହିବା ପରେ ନେହା ବିବାହ ପାଇଁ ରାଜି ହୋଇଥିବା କୁହାଯାଉଛି।

Share