Posted inଖେଳ

ନେମାରଙ୍କ ସଫଳ ପ୍ରତ୍ୟାବର୍ତ୍ତନ : ଇଞ୍ଜୁରି ଟାଇମ୍‌ରେ ପିଏସ୍‌ଜିକୁ ଜିତାଇଲେ

ପ୍ୟାରିସ୍‌,୧୫।୯(ଏଏଫ୍‌ପି)- ବ୍ରାଜିଲ ଫୁଟବଲ ସୁପରଷ୍ଟାର ନେମାର ଦୀର୍ଘ ଦିନ ପରେ ନିଜ କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ(ପିଏସ୍‌ଜି)କୁ ପ୍ରତ୍ୟାବର୍ତ୍ତନ କରି ଚମକ ଦେଖାଇଛନ୍ତି। ଶନିବାର ଫ୍ରେଞ୍ଚ୍‌ ଲିଗ୍‌-୧’ରେ ଅନୁଷ୍ଠିତ ମ୍ୟାଚ୍‌ରେ ଷ୍ଟ୍ରାସବର୍ଗ ବିପକ୍ଷରେ ବିଜୟ ସୂଚକ ଗୋଲ ସ୍କୋର କରି ପିଏସ୍‌ଜିକୁ ବିଜୟୀ କରାଇଛନ୍ତି। ଏହି ଗୋଲ ଓ ବିଜୟ ନେମାରଙ୍କ ପାଇଁ ବିଶେଷ ଭାବେ ମହତ୍ତ୍ୱ ରଖୁଛି। ୨୭ ବର୍ଷୀୟ ନେମାର ପିଏସ୍‌ଜି ପାଇଁ ସେସନର ପ୍ରଥମ ୪ଟି ମ୍ୟାଚ୍‌ ଖେଳିପାରି ନ ଥିଲେ। ଗତ ସେସନରେ ମଧ୍ୟ ତାଙ୍କ ପ୍ରଦର୍ଶନ ସେତେଟା ଭଲ ହୋଇ ନ ଥିଲା। ପାର୍କ ଡେସ୍‌ ପ୍ରିନ୍ସେସ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୯୦ତମ ମିନିଟର ଜବରଦସ୍ତ ସଂଘର୍ଷ ପରେ ଇଞ୍ଜୁରୀ ଟାଇମ୍‌ରେ ସେ ଏକ ଚମତ୍କାର ଗୋଲ ଦେଇ ଦଳକୁ ଜିତାଇଥିଲେ।
ଅଫ୍‌ ସେସନରେ ନେମାର ତାଙ୍କ ପୂର୍ବତନ କ୍ଲବ ବାର୍ସିଲୋନାରେ ଯୋଗ ଦେବାକୁ ଖୋଲାଖୋଲି ଇଚ୍ଛା ପ୍ରକାଶ କରିଥିଲେ। ଫଳରେ ଷ୍ଟାଡିୟମରେ ପିଏସ୍‌ଜି ପ୍ରଶଂସକମାନେ ତାଙ୍କୁ ପରିହାସ କରିବା ସହ ଗାଳିଗୁଲଜ କରିଥିଲେ। ତାଙ୍କ ପ୍ରତି ଅପଶବ୍ଦ ମଧ୍ୟ ବ୍ୟବହାର କରିଥିଲେ। ତେବେ ଏ ସବୁକୁ ଖାତିର ନ କରି ନେମାର ତାଙ୍କ ସ୍ବାଭାବିକ ଖେଳ ପ୍ରଦର୍ଶନ କରି ଶେଷରେ ସମସ୍ତଙ୍କୁ ଚୁପ୍‌ କରାଇଥିଲେ। ଗତ ସପ୍ତାହରେ ନେମାର ବ୍ରାଜିଲ ତରଫରୁ ଖେଳି ଗୋଲ ସ୍କୋର କରିଥିଲେ। ସେଏହି ଲିଗ୍‌ର ୪ଟି ମ୍ୟାଚ୍‌ ଖେଳି ନ ଥିଲେ। ଏହି ବିଜୟ ସହ ପିଏସ୍‌ଜି ଫ୍ରେଞ୍ଚ୍‌ ଲିଗ୍‌ରେ ଅପରାଜେୟ ରହିଛି।
ଉଲ୍ଲେଖଥାଉକି, ବ୍ରାଜିଲ ଅଧିନାୟକ ନେମାର ୨୦୧୭ରେ ୨୨୨ ମିଲିୟନ ୟୁରୋ ବିନିମୟରେ ବାର୍ସିଲୋନା ଛାଡି ପିଏସ୍‌ଜିରେ ଯୋଗ ଦେଇ ବିଶ୍ୱ ଫୁଟବଲରେ ସବୁଠାରୁ ଦାମୀଖେଳାଳି ସାବ୍ୟସ୍ତ ହୋଇଥିଲେ। ୨୦୧୮ ମାର୍ଚ୍ଚରେ ଇଞ୍ଜୁରି କାରଣରୁ ତାଙ୍କ ଗୋଡ଼ରେ ଅସ୍ତ୍ରୋପଚାର କରାଯାଇଥିଲା। ଫଳରେ ସେ ସିଜନର ବାକି ମ୍ୟାଚ୍‌ଗୁଡିକ ଖେଳିପାରି ନ ଥିଲେ। ସେତେବେଳେ ସେ ପ୍ରଥମ ସେସନରେ ୩୦ଟି ମ୍ୟାଚ୍‌ ଖେଳି ୨୮ଟି ଗୋଲ ସ୍କୋର କରିଥିଲେ। ଏହାପରେ ୨୦୧୭-୧୮ ସିଜନରେ ପିଏସ୍‌ଜି ଫ୍ରେଞ୍ଚ୍‌-୧ ଲିଗ୍‌ ଟାଇଟଲ ହାସଲ କରିଥିଲା। ତେବେ ଇଞ୍ଜୁରି କାରଣରୁ ନେମାର ପୂରା ସେସନ ଖେଳିପାରି ନ ଥିଲେ ଓ ୧୮ଟି ମ୍ୟାଚ୍‌ରେ ଅଂଶଗ୍ରହଣ କରି ନ ଥିଲେ। ଫଳରେ ଚାମ୍ପିୟନ୍ସ ଲିଗ୍‌ରେ ପିଏସ୍‌ଜି ମାଞ୍ଚେଷ୍ଟର ୟୁନାଇଟେଡଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ସେ ମଧ୍ୟ କୋପା ଆମେରିକାରେ ଖେଳିପାରି ନଥିଲେ। ଯଦିଓ ବ୍ରାଜିଲ ଏଥିରେ ଚାମ୍ପିୟନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri