ନେପାଳ ପୋଲିସକୁ ୨୮ଟି ସ୍ଥାନରେ ମିଳିଲା ସନ୍ଦିଗ୍ଧ ପ୍ୟାକେଟ

କାଠମାଣ୍ଡୁ,୨୫।୬: ନେପାଳ ପୋଲିସକୁ ୨୮ଟି ସ୍ଥାନରୁ ସନ୍ଦିଗ୍ଧ ପ୍ୟାକେଟ ମିଳିଥିବା କହିଛନ୍ତି ପୋଲିସ ପ୍ରବକ୍ତା ବିଶ୍ୱରାଜ ପୋଖରେଲ। ଏହାପରେ ସବୁଠି ଭୟର ବାତାବରଣ ଦେଖାଯାଇଛି। ତେବେ କୌଣସିରେ ବିସ୍ଫୋରକ ବା ବୋମା ନ ଥିବା ସ୍ପଷ୍ଟ ହୋଇଛି। ତେବେ ଡରାଇବା ପାଇଁ କେହି ଏଭଳି କରିଥିବା କୁହାଯାଉଛି। ହେଲେ କିଏ କାହିଁକି ଏଭଳି ଡରାଇବା ଭଳି ପରିସ୍ଥିତି ଉପୁଜାଇଛି ତାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି।

Share