Posted inଜାତୀୟ

ନେତାମାନଙ୍କୁ ବାଟକୁ ଆଣିବା ପାଇଁ ଆବଦ୍ଧାବସ୍ଥାରେ କଶ୍ମୀର ହାଜତରେ: ଚାପୁଡ଼ା, ଗୋଇଠା ଓ ମୂଷା

ଶ୍ରୀନଗର,୩ା୧୨: ଜମ୍ମୁ ଓ କଶ୍ମୀର ସ୍ବାୟତ୍ତତା ହରାଇବାର ଦୁଇ ସପ୍ତାହ ପରେ ରାଜଧାନୀ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଆସୁଥିବା ୧୫୦ ବର୍ଷ ପୁରୁଣା ଷାଣ୍ମାସିକ ପରମ୍ପରାର ଉଚ୍ଛେଦ ହେଲା। ଏଠିସେଠି ଥିବା ସଂଘବାଦୀ କଶ୍ମୀରୀ ରାଜନେତାଙ୍କୁ ଶ୍ରୀନଗରର ସେଣ୍ଟାଉର ଲେକ୍‌ ଭ୍ୟୁ ହୋଟେଲରେ ଗୃହବନ୍ଦୀ କରାଗଲା। ସେଠାରେ ଲୋକଙ୍କ କଷ୍ଟ ଉପାର୍ଜିତ ଧନ ଖର୍ଚ୍ଚରେ ସେମାନଙ୍କୁ ବିଳାସପୂର୍ଣ୍ଣ ଜୀବନ ବିତାଇବା ମନା। ଶ୍ରୀନଗର ଓ ଦେଶର ଅନ୍ୟ ସ୍ଥାନଗୁଡ଼ିକରେ ଗଣମାଧ୍ୟମକୁ ନିୟନ୍ତ୍ରଣ କରି ଉକ୍ତ ସ୍ଥାନାନ୍ତରଣକୁ ଏପରି ଚାଲାକି କରି ଦେଖାଗଲା, ଯେମିତି ଗୃହବନ୍ଦୀ ଥିବା ନେତାମାନଙ୍କ ସୁବିଧା ପାଇଁ ପଦକ୍ଷେପ ନିଆଯାଉଛି। ବଢ଼ୁଥିବା ଶୀତର ପ୍ରକୋପରୁ ବର୍ତ୍ତିଯିବା ଭଳି ସେଠାରେ ପର୍ଯ୍ୟାପ୍ତ ବ୍ୟବସ୍ଥା ନ ଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ଏହି ରିପୋର୍ଟ ବିଲକୁଲ ସତ ନୁହେଁ। ସେଣ୍ଟାଉର୍‌ ହୋଟେଲ ହେଉଛି ଏକ ଚତୁଃତାରକା ହୋଟେଲ, ଯେଉଁଠି ସେଣ୍ଟ୍ରାଲ ହିଟିଂ ବ୍ୟବସ୍ଥା ରହିଛି। ଅତୀତରେ ତାହା ଭଲ ଚାଲୁଥିଲା, କିନ୍ତୁ ହଠାତ୍‌ କମ୍‌ ହୋଇଗଲା।
ରାଜନୀତିର ମୂଳସ୍ରୋତରେ ସାମିଲ ଥାଇ କଶ୍ମୀରୀଙ୍କ ଆକାଂକ୍ଷାଗୁଡ଼ିକର ନିୟନ୍ତ୍ରଣ ଓ ପରିଚାଳନାକୁ ନେଇ ନୂଆଦିଲ୍ଲୀର ଉଦାରତାରୁ ଲାଭାନ୍ବିତ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ଅମଲାତନ୍ତ୍ରୀଙ୍କ ଭଳି ବନ୍ଦୀମାନଙ୍କର ସ୍ଥାନାନ୍ତରଣ ହେଉଛି ଭୟଙ୍କର ଅବନତି। ଅଟକ ରହିଥିବା ବ୍ୟକ୍ତିଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିବା ପାଇଁ ଏହା ଥିଲା ଏକ ଷଡ଼ଯନ୍ତ୍ର। ଜଣେ ବନ୍ଦୀଙ୍କ ପରିବାର ସଦସ୍ୟଙ୍କ ମତରେ ସଂକୀର୍ଣ୍ଣ ବ୍ୟବସ୍ଥାରେ ସେମାନଙ୍କ ସ୍ଥାନ ଦେଖାଇବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।
ନୂଆ ବନ୍ଦୀଶାଳା ହେଉଛି ଏମ୍‌ଏଲ୍‌ଏ ହଷ୍ଟେଲର ଏକ ଅଂଶ। ସେଠାରେ ଥିବା ଓ୍ବାନ୍‌-ରୁମ୍‌ କିମ୍ବା ଷ୍ଟୁଡିଓ ଫ୍ଲାଟ୍‌ଗୁଡ଼ିକରେ ଖରା ପାଇବା ପାଇଁ ସ୍ଥାନ ନାହିଁ କହିଲେ ଚଳେ। ହସ୍ତଗତ ତଥ୍ୟାନୁସାରେ, ସେଠାରେ ପ୍ରଥମ ରାତିରେ ଉତ୍ତାପୀକରଣ ପାଇଁ କୌଣସି ବନ୍ଦୋବସ୍ତ କରାଯାଇ ନ ଥିଲା। ସେମାନଙ୍କୁ ସ୍ଥାନାନ୍ତର କରାଯିବା ବେଳର ଖରାପ ବ୍ୟବହାରକୁ ନେଇ ଥରିସାରିଥିବା ବନ୍ଦୀମାନେ ରାତିରେ ଶିହରି ଯାଇଥିଲେ। ପରଦିନ ସକାଳେ ସେମାନଙ୍କୁ ଗୋଟିଏ ଲେଖାଏ ସିଙ୍ଗଲ୍‌ ରଡ୍‌ ଇଲେକ୍ଟ୍ରିକ୍‌ ରୁମ୍‌ ହିଟର୍‌ ଦିଆଯାଇଥିଲା। ତାହା ସେମାନଙ୍କ ହାତକୁ ଉଷୁମ କରିପାରୁ ନ ଥିଲା, ଏପରିକି ଖୁବ୍‌ ପାଖରୁ ବି। ଅଟକ ରଖାଯାଇଥିବା ସ୍ଥାନକୁ ଏକ ବୃହତ୍‌ ଷ୍ଟିଲ୍‌ ଚାଦରରେ ଘେରାଇ ଦିଆଯାଇଛି। ତାହା ମଧ୍ୟରେ ଛୋଟ ଛୋଟ ହଷ୍ଟେଲ ତିଆରି କରାଯାଇଛି। ପ୍ରବେଶଦ୍ୱାର ଓ ଝରକାଗୁଡ଼ିକ ଉପରେ ଚିପ୍‌ବୋର୍ଡ ଚଢ଼ାଇ ଦିଆଯାଇଛି। କୌଣସି ପ୍ରାକୃତିକ ଆଲୋକର ପ୍ରବେଶକୁ ନିୟନ୍ତ୍ରଣ କରିବା ଲାଗି ଗ୍ଳାସ୍‌ ପେନ୍‌ର ଅବଶିଷ୍ଟ ଜାଗାକୁ ଏକ କଳା ଫିଲ୍ମ ଆଚ୍ଛାଦିତ କରିଛି। ଏହା ସେମାନଙ୍କ ପାଇଁ ଏକ ଘୃଣ୍ୟ ସ୍ଥିତି ତିଆରି କରିବ, ଯେଉଁମାନେ ଏଥିରେ ସହଯୋଗ କରିଛନ୍ତି।
ସେଣ୍ଟାଉର୍‌ ହୋଟେଲ ପରି ନୂଆ ସ୍ଥାନରେ ମଧ୍ୟ ବାରମ୍ବାର ପାଓ୍ବାର କଟ୍‌ କରାଯିବ, ଯାହାକି କଶ୍ମୀରରେ ଶୀତଋତୁରେ ସାଧାରଣ କଥା। ଏଥିଯୋଗୁ ଉତ୍ତପୀକରଣ ସୁବିଧା ଅନୁପଯୋଗୀ ହୋଇଯିବ। ପ୍ରାୟ ସମସ୍ତ ଗୃହବନ୍ଦୀଙ୍କ ପାଇଁ ଏହା ହେବ ଏହି ଧରଣର ପ୍ରଥମ ଅନୁଭୂତି। ହୁରିୟାତ୍‌ ନେତା ମିରଓ୍ବାଇଜ୍‌ ଉମର ଫାରୁକ୍‌ଙ୍କ ସହ ଇମ୍ରାନ୍‌ ରଜା ଅନ୍‌ସାରୀ (ପିପୁଲ୍ସ କନ୍‌ଫରେନ୍ସ), ରଫି ଅହମଦ ମିର (ପିଡିପି), ଖାଲିଦ୍‌ ନଜିବ ସୁହରାଓ୍ବର୍ଦ୍ଦି (ଏନ୍‌ସି)ଙ୍କ ଭଳି ଅନେକ ଭାରତ-ସପକ୍ଷବାଦୀ ରାଜନେତାମାନେ ସେମାନଙ୍କ ନୀରବତା ବଦଳରେ ପାଠାଗାରରୁ କେତେଖଣ୍ଡ ବହି ଆଣି ପଢ଼ିବା ଲାଗି ବଣ୍ଡ୍‌ ସ୍ବାକ୍ଷର କରିଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନନ୍‌ଆଇଏ) ନେତୃତ୍ୱାଧୀନ ପ୍ରଶ୍ନକର୍ତ୍ତାଙ୍କ ପକ୍ଷରୁ ଦଣ୍ଡବିରାମ ପାଇଥିବା ମିରଓ୍ବାଇଜ୍‌ (ଅଜ୍ଞାତ ସ୍ରୋତରୁ ସମ୍ପତ୍ତି ଠୁଳ ଅଭିଯୁକ୍ତ)ଙ୍କୁ ଛାଡ଼ିଦେଲେ ସେମାନଙ୍କ ମଧ୍ୟରୁ ଅନ୍ୟ ସମସ୍ତେ ଏବେ ମୁକ୍ତ ହୋଇଛନ୍ତି।
ବିଳାସପୂର୍ଣ୍ଣ ଜୀବନ ଶୈଳୀରୁ ବଞ୍ଚତ୍ତ ହୋଇଥିବା ରାଜନେତାମାନଙ୍କ ପାଇଁ ସେଣ୍ଟାଉର୍‌ ହୋଟେଲରେ ଶତାଧିକ ଦିନ ଅଟକ ରହିବା ସହଜ ନ ଥିଲା। ପଦ ଓ ସମ୍ମାନ ଚାଲିଯିବାର ପହିଲି ଝଟକା ପରେ ସେମାନଙ୍କ ମଧ୍ୟରୁ କେତେଜଣ ଏସବୁକୁ ଏକ ନିୟମିତ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିନେଇଥିଲେ। ଏକଦା ସେମାନଙ୍କ ଇଙ୍ଗିତରେ କ୍ରୀଡ଼ନକ ସାଜିଥିବା ପୋଲିସଠାରୁ ସେମାନେ ଅନେକ ଅସ୍ବାଭାବିକ ପରିସ୍ଥିତିକୁ ସାମ୍ନା କରିଥିଲେ। ବାହାରେ ବିସ୍ତୀର୍ଣ୍ଣ ଲନ୍‌କୁ ଯିବା ପାଇଁ କାହାକୁ ଅନୁମତି ଦିଆଯାଉ ନ ଥିଲା। ବନ୍ଦୀମାନେ ଶେଷରେ ହୋଟେଲ କରିଡରରେ ଚଲାବୁଲା କରୁଥିବାବେଳେ ସେମାନଙ୍କୁ ପୋଲିସ କିମ୍ବା ସାଦା ପୋଷାକଧାରୀ ଅଚିହ୍ନା ବ୍ୟକ୍ତିମାନେ ଅଟକାଉଥିଲେ। ଉଦାହରଣ ସ୍ବରୂପ ସଜାଦ୍‌ ଗନି ଲୋନ୍‌ ଚଲାବୁଲା କରିବାକୁ ବାହାରିଥିବାବେଳେ ଜଣେ ଅଣକଶ୍ମୀରୀ ବ୍ୟକ୍ତି ତାଙ୍କ କାନ୍ଧ ଉପରେ ହାତ ରଖି ବାଧା ଦେଇଥିଲେ। ସଜାଦ୍‌ଙ୍କ ପରିଚୟ ଜାଣିବା ପାଇଁ ସେ ପ୍ରଶ୍ନ କରିଥିଲେ, ତୁ କିଏ? ସେ ଏହି ପ୍ରଶ୍ନ ଏପରି ଢଙ୍ଗରେ ପଚାରିଥିଲେ ଯେମିତି କି ସେଠାରେ ଥିବା ଅନ୍ୟ ବନ୍ଦୀମାନେ ଶୁଣିପାରିବେ ଓ ଆମତ୍ସମ୍ମାନ ଯିବା ଭୟରେ ବାହାରେ ଚଲାବୁଲା କରିବେ ନାହିଁ। ସମ୍ପୃକ୍ତ ବ୍ୟକ୍ତି ଜଣକ ଗର୍ଜନ କରି ନିଜର ପରିଚୟ ଦେଇଥିଲେ ଯେ, ସେ ପୂର୍ବର ମେହବୁବା ମୁଫ୍‌ତି ସରକାରରେ ଚୌଧୁରୀ ଜୁଲ୍‌ଫିକର ଅଲିଙ୍କୁ ମନ୍ତ୍ରୀ କରାଇଥିଲେ। ପୂର୍ବରୁ ସଜାଦ ଜଣେ ପୋଲିସ ଅଧିକାରୀଙ୍କ ସହିତ ମଧୁର କଥାବାର୍ତ୍ତା ହୋଇ ଦିଲ୍ଲୀର ଜଣେ ମନ୍ତ୍ରୀଙ୍କ ସହ ତାଙ୍କ ଫୋନରୁ କଥା ହେବାରେ ସକ୍ଷମ ହୋଇଥିଲେ। ଦୁଇ ମିନିଟର ଆଲୋଚନା ପରେ ସଜାଦ୍‌ ଜଣେ ଛୋଟପିଲା ଭଳି ପ୍ରତ୍ୟୁତ୍ତର ଦେଇଥିଲେ। ଦେଶ, ଭାଜପା ଓ ରାଜ୍ୟ ପାଇଁ ସଜାଦ୍‌ ଏବଂ ତାଙ୍କ ପରିବାର ଲୋକଙ୍କ ତ୍ୟାଗ ସମ୍ପର୍କରେ ବ୍ୟକ୍ତି ଜଣକ ଶୁଣିଥିଲେ। କଲ୍‌ ରିସିଭ୍‌ କରିଥିବା ବ୍ୟକ୍ତି ତାଙ୍କ ସହ ପରେ ପୁଣି କଥା ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କିଛି ସମୟ ନ ଯାଉଣୁ ପୋଲିସ ମୁଖ୍ୟଙ୍କୁ କଲ୍‌ ସମ୍ପର୍କରେ ଅବଗତ କରାଗଲା ଓ ସେନେଇ ତଦନ୍ତ ନିର୍ଦ୍ଦେଶ ଦିଆଗଲା। କର୍ତ୍ତବ୍ୟ ପାଳନ କରୁଥିବା ପୋଲିସ ଅଫିସର ଜଣକ ତୁରନ୍ତ ନିଲମ୍ବିତ ହେଲେ। ଏବଂ ବାହ୍ୟ ଦୁନିଆକୁ ପହଞ୍ଚତ୍ଥିବା ଅସଲ ସନ୍ଦେଶରୁ ଗୋଟିଏ କଥା ବୁଝାଗଲା ଯେ, ତାଙ୍କୁ ଭୟ ଦେଖାଇ ସମ୍ପୂର୍ଣ୍ଣ ନୀରବ କରାଇବା ପାଇଁ ସଜାଦ୍‌ଙ୍କ ଉପରେ ଚାପ ବଢ଼ିଛି।


ଓମାର ଅବ୍‌ଦୁଲ୍ଲା ଓ ତାଙ୍କ ବାପା ଫାରୁକ୍‌ ଏସବୁକୁ କ୍ୱଚିତ୍‌ ବିରୋଧ କରିଛନ୍ତି। ଫାରୁକ୍‌ ନିଜ ରାଜନୈତିକ କ୍ଷତିକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଅନେକ ସମୟରେ ସେ ବିନା କାରଣରେ ହସୁଥିଲେ ଓ ସ୍ଥିତିକୁ ନେଇ ସନ୍ତୁଷ୍ଟ ନ ଥିବା ତାଙ୍କ ପରିବାର ସୂତ୍ରରୁ ପ୍ରକାଶ। ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ବିକ୍ଷୋଭ ବଢ଼ିଚାଲିଥିଲା। ଗୋଟିଏ ସମୟରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ତାଙ୍କ ଅସନ୍ତୁଷ୍ଟ ପରିବାରର ଜଣେ ସଦସ୍ୟ ନୂଆଦିଲ୍ଲୀରେ କହିଲେ ଯେ, ମେହବୁବା ଏକ ମନସ୍ତାତ୍ତ୍ୱିକ ଆବର୍ଜନାରେ ପରିଣତ ହୋଇଛନ୍ତି। ମେହବୁବା ଦିନେ ଦର୍ପଣ ସାମ୍ନାରେ ନିଜକୁ ମୃତବତ୍‌ ଦେଖିବାକୁ ପାଇଥିଲେ। ଏଥିଯୋଗୁ ବିବାଦ ଉପୁଜିଥିଲା। ମହିଳା କନଷ୍ଟେବଳ ମେହବୁବାଙ୍କ ମୁହଁ ଓ ମୁଣ୍ଡରେ କେତୋଟି ଚାପୁଡ଼ା ମାରି ତାଙ୍କୁ ଶାନ୍ତ କରି ଦେଇଥିଲେ। ଅନୁଚ୍ଛେଦ ୩୭୦ ସଂଶୋଧନ ପୂର୍ବରୁ ଚାକିରି ଅବଧି ବୃଦ୍ଧି କରାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ପରେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ବାହାରକୁ ସବୁ ଠିକ୍‌ଠାକ୍‌ ଦର୍ଶାଇବା ଭଳି ସୁବିଧା କରାଯିବା ପରେ ସ୍ଥିତି ସ୍ଥିର ହୋଇଯାଇଥିଲା। ଚଷମାସାହି ଗେଷ୍ଟହାଉସ୍‌ରୁ ଏକ ସରକାରୀ ବିଲ୍ଡିଂ (ଯାହାକି ୨୦୧୪ ବନ୍ୟା ପରେ ନିର୍ମାଣ କରାଯାଇଥିଲା)କୁ ମେହବୁବାଙ୍କ ସମ୍ମାନର ଅବମୂଲ୍ୟାୟନ ପରେ ତାଙ୍କ ଦୁର୍ବଳ ସ୍ବାସ୍ଥ୍ୟକୁ ନେଇ ଝିଅ ଇଲ୍‌ତିଜାଙ୍କ ପ୍ରତିକ୍ରିୟା ଟୁଇଟର୍‌ରେ ଝଡ଼ ସୃଷ୍ଟି କରିଥିଲା। ସେଣ୍ଟାଉର୍‌ ଭିତରେ ଜୀବନର ଚାପ ଅନେକ ପୂର୍ବତନ ବିଧାୟକଙ୍କୁ ବ୍ୟତିବ୍ୟସ୍ତ କରିସାରିଥିଲା। ଗୃହବନ୍ଦୀ ରହିବାର ସପ୍ତାହେ ପରେ ନ୍ୟାଶନାଲ କନ୍‌ଫରେନ୍ସ ଏମ୍‌ଏଲ୍‌ସି ଶୌକତ୍‌ ହୁସେନ ଗନାଇ ନିଜ ଦଳର ପ୍ରତିଷ୍ଠାତା ଶେଖ୍‌ ମହମ୍ମଦ ଅବ୍‌ଦୁଲ୍ଲା (ଫାରୁକ୍‌ଙ୍କ ବାପା)ଙ୍କୁ ସମାଲୋଚନା କରି ‘କଶ୍ମୀରର ଦାସ’ ବୋଲି ଅଭିହିତ କଲେ। ସେ ନିଜ କଟୁଭାଷାକୁ ନିୟନ୍ତ୍ରଣ କରି ନ ପାରିବାରୁ ଅନ୍ୟ ଜଣେ ଏନ୍‌ସି ନେତା ତାଙ୍କୁ ପିଟିବାରେ ଲାଗିଲେ। ପିଡିପି ସରକାରରେ ଶିକ୍ଷାମନ୍ତ୍ରୀ ଥିବା ନୈମ୍‌ ଅଖ୍‌ତାର ନିଜ ଅନୁଚିତ ହସ୍ତକ୍ଷେପ ପାଇଁ ଅନେକ ନିନ୍ଦା ଅପବାଦ ପାଇଲେ। ବସିର ଭୀରି, ନିଜାମ୍‌-ଉଦ୍‌-ଦିନ୍‌ ଭଟ ଓ ଶାହ ଫୈଜାଲଙ୍କ ଭଳି କୁହାଳିଆମାନଙ୍କୁ ଦଣ୍ଡସ୍ବରୂପ ସେମାନଙ୍କ କଠୋରିରେ ଛଡ଼ାଯାଇଥିବା ମୂଷାମାନେ କାମୁଡ଼ିବାରେ ଲାଗିଥିଲେ।
ଅଗଷ୍ଟ ୫ରେ କଶ୍ମୀରରେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦ ଅନୁଯାୟୀ ଦିଆଯାଇଥିବା ସମସ୍ତ ସୁବିଧାକୁ ହଟାଇ ଦିଆଯିବା ପୂର୍ବରୁ ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା। ଆତଙ୍କବାଦ ନିରୋଧୀ ଅଭିଯାନ ପାଇଁ ଗଠିତ ଜମ୍ମୁ-କଶ୍ମୀର ପୋଲିସର ସ୍ପେଶାଲ ଅପରେଶନ ଗ୍ରୁପ୍‌ (ଏସ୍‌ଓଜି) ଏହି ଅପରେଶନର ନେତୃତ୍ୱ ନେଇଥିଲା। ସେମାନଙ୍କୁ ସେଣ୍ଟାଉର୍‌କୁ ନିଆଯିବା ପୂର୍ବରୁ ବିଭିନ୍ନ ପୋଲିସ ଲାଇନ୍‌ କିମ୍ବା ସରକାରୀ କୋଠାରେ ରଖାଯାଇଥିଲା, ଯାହାକି ସାଧାରଣ ଲୋକଙ୍କ ପାଇଁ ନିଷିଦ୍ଧ ଓ ବାହ୍ୟ ଦୁନିଆ ସହ ବିଚ୍ଛିନ୍ନ ଥିଲା। ପୂର୍ବତନ ମନ୍ତ୍ରୀ ତଥା ମେହବୁବାଙ୍କ କାକା ସର୍‌ତାଜ ମଦ୍‌ନୀ ଏବଂ ପୂର୍ବତନ ଏମ୍‌ଏଲ୍‌ସି ଅଲ୍‌ତାଫ୍‌ କାଲୁଙ୍କ ଭଳି କେତେଜଣଙ୍କୁ ଶ୍ରୀନଗରକୁ ସ୍ଥାନାନ୍ତର ପୂର୍ବରୁ ଦୁର୍ବ୍ୟବହାର କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ। ଏପରି କି ସେ ଜଣେ ପୂର୍ବତନ ମନ୍ତ୍ରୀ ବୋଲି ମଦ୍‌ନୀ କହିବାକୁ ପଛାଇ ନ ଥିଲେ। କିନ୍ତୁ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଅଟକ ରଖାଯିବା ପରେ ସେ ଏକପ୍ରକାର ନିସ୍ତେଜ ହୋଇଯାଇଛନ୍ତି। ନୂଆ ସ୍ଥାନ ସମସ୍ତଙ୍କୁ ବାଟକୁ ଆଣିବା ସହ ସେମାନଙ୍କ ମନ ଓ ହୃଦୟରୁ ବିଦ୍ରୋହର ଯେଉଁ ଦାଗ ଥିଲା ତାହାକୁ ମୋଡ଼ି କାଢ଼ିଆଣିବ। ଏହି ବନ୍ଦୀଶାଳା ସେମାନଙ୍କୁ ବିଶ୍ୱସ୍ତ ସହଯୋଗୀ ନ ହେଲେ ବି ସରକାରଙ୍କ ନିର୍ଭରଯୋଗ୍ୟ ସମ୍ପତ୍ତିରେ ପରିଣତ କରିବ ବୋଲି ମନେକରାଯାଉଛି।

ସୌଜନ୍ୟ: ‘ଦି ଟେଲିଗ୍ରାଫ୍‌’


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri