‘ନେତାଜୀଙ୍କ ଭଳି ସ୍ବାଭିମାନୀ ହୁଅ’

ଖଇରା, ୨୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ ଅଧୀନ ତିଳଦା ଗ୍ରାମର ନେତାଜୀ ଯୁବକ ସଂଘ ଆନୁକୂଲ୍ୟରେ ରୌପ୍ୟ ଜୟନ୍ତୀ ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି ା ସଂଘ ସଭାପତି ଜଗବନ୍ଧୁ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ସତ୍ୟସାଇ ଗ୍ରୁପ ଅଫ ଇନଷ୍ଟିଚ୍ୟୁଶନ ଅଧ୍ୟକ୍ଷ ଡ ବେଣୁଧର ପଣ୍ଡା ମୁଖ୍ୟଅତିଥି, ପ୍ରାକ୍ତନ ସମିତିସଭ୍ୟ ନିଳାମ୍ବର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସଭ୍ୟମାନେ ନେତାଜୀଙ୍କ ଭଳି ସ୍ବାଭିମାନୀ ହେବାକୁ ପରାମର୍ଶ ଦେଇଥିଲେ। ଭାସ୍କର ଚନ୍ଦ୍ର ରାଉଳ, ଅନାଦି ପରିଡା, ଦୈତାରୀ ବହଳ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ା ସମ୍ପାଦକ ସୁରେଶ କୁମାର ଓଝା ବିବରଣୀ ପାଠ କରିଥିଲେ ା ସଭ୍ୟ ବିଜୟ ପରିଡା, ଉମାକାନ୍ତ ନାୟକ, ଶଙ୍କର୍ଷଣ ଓଝା, ପ୍ରଦୀପ ନାୟକ, ପ୍ରଦୀପ ଓଝା, ଶତ୍ରୁଘ୍ନ ବିନାତ, କାର୍ତ୍ତିକ ବିନାତ, ଗୟାଧର ନାୟକ, ଗୋପାଳ ରାଉତ, ବାବାଜୀ ବେହେରା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ପ୍ରଦୀପ ଓଝା ଧନ୍ୟବାଦ ଅର୍ପଣ କରିଥିଲେ ା ପ୍ରଥମେ ଜଗନ୍ନାଥ ଏବଂ ନେତାଜୀ ସୁବାଷ ବୋଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା।