ନେଟ୍‌ ଜୋନ୍‌ରେ ଆର୍‌ପିଏଫ୍‌ ପକ୍ଷରୁ ଚଢ଼ାଉ, ନକଲି ରେଳ ଟିକେଟ ଜବତ

ଅତାବିରା,୧୯।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଥାନା ଗୋଡ଼ଭଗା-ଲହଣ୍ଡା ରାସ୍ତା ପାଶର୍‌ବରେ ଥିବା ଏକ ନେଟ୍‌ ଜୋନ ଉପରେ ସୋମବାର ପୂର୍ବାହ୍ନରେ ବରଗଡ଼ ଆର୍‌ପିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉରେ ଉକ୍ତ ନେଟ୍‌ ଜୋନ୍‌ରୁ ନକଲି ରେଳ ଟିକେଟ ଆଦି ଜବତ ହୋଇଛି। ଏହା ସହ ନେଟ୍‌ ଜୋନ୍‌ର ମାଲିକ ତଥା ଗୋଡ଼ଭଗା ନିକଟ କର୍ଣ୍ଣପାଲି ଗ୍ରାମର ସୁରେନ୍ଦ୍ର କର୍ଣ୍ଣଙ୍କୁ ଗିରଫ କରାଯାଇଛି। ଆର୍‌ପିଏଫ୍‌ ଅଧିକାରୀ ଡି. କେ ମିଶ୍ର, ଏସ୍‌ଆଇ ଏସ୍‌. ସି ପଣ୍ଡା ପ୍ରମୁଖ ଏହି ଚଢାଉରେ ସାମିଲ ହୋଇଥିଲେ। ଏହି ଅବସରରେ ଗୋଡ଼ଭଗା ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ଛଡ୍ରିଆ ମଧ୍ୟ ଉପସ୍ଥିତ ଥିଲେ।