ନୂତନ ବର୍ଷ ଆରମ୍ଭ ନ ହେଉଣୁ ଅକ୍ଷୟ-ଜାହ୍ନବୀଙ୍କ ହାତରେ ଗୋଟିଏରୁ ବଳି ଗୋଟିଏ ଫିଲ୍ମ

ବମ୍ବେ: ବର୍ଷ ଆରମ୍ଭ ନ ହେଉଣୁ ବଲିଉଡ୍‌ ଅଭିନେତା ତଥା ଅଭିନେତ୍ରୀମାନେ ଗୋଟିଏ ପରେ ଗୋଟିଏ ଫିଲ୍ମ ସାଇନ୍‌ କରିଚାଲିଛନ୍ତି। ଫଳରେ ଏବେ ସେମାନଙ୍କ ହାତରେ ଫିଲ୍ମର ଏକ ଲମ୍ବା ତାଲିକା। ସେହିଭଳି ଦୁଇଜଣ ହେଲେ ଶ୍ରୀଦେବୀ ଲଳନା ଜାହ୍ନବୀ କପୁର ଏବଂ ଖିଲାଡି କିଙ୍ଗ ଅକ୍ଷୟ କୁମାର।

ପ୍ରଥମେ କଥା ହେବା ଜାହ୍ନବୀଙ୍କ ବିଷୟରେ। କରଣ ଜୋହର, ଅନୁରାଗ କଶ୍ୟପ, ଜୋୟା ଅଖତର ଏବଂ ଦିବାକର ବାନାର୍ଜୀଙ୍କ ସୁପର ଟିମ୍‌ ସହ ଜାହ୍ନବୀ କାମ କରିବେ। ଏହାପରେ ଫିଲ୍ମ ‘ଘୋଷ୍ଟ ଷ୍ଟୋରିଜ୍‌, ‘କାରଗିଲ୍‌ ଗର୍ଲ, ‘ରୁହୀ ଆଫଜା’, ‘ଦୋସ୍ତାନା-୨’, ‘ତଖ୍‌ତ’ ଆଦି ଫିଲ୍ମ ତାଙ୍କ ହାତରେ ରହିଛି। ସେହିଭଳି ଅକ୍ଷୟ ‘ଲକ୍ଷ୍ମୀ ବମ୍‌’, ‘ବଚ୍ଚନ ପାଣ୍ଡେ’, ‘ପୃଥ୍ବିରାଜ’, ‘ସୂର୍ଯ୍ୟବଂଶୀ’ ଆଦି ସାଇନ୍‌ କରି ଶୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଏପରିକି ସେ ୨୦୨୧ ଲାଗି ଫିଲ୍ମ ‘ବେଲ ବଟମ୍‌’ର ମଧ୍ୟ ଘୋଷଣା କରିଛନ୍ତି। ଏହା ୨୦୨୧ ଜାନୁୟାରୀ ୨୨ରେ ପରଦାକୁ ଆସିବ।

Share