Posted inଖେଳ

ନୂଆ ସ୍ପ୍ରିଣ୍ଟ ସେନ୍‌ସେସନ କୋଲମେନ

ଦୋହା ବିଶ୍ୱ ଚାମ୍ପିୟନଶିପ୍‌ରେ ୧୦୦ମି.ରେ ସ୍ବର୍ଣ୍ଣ ପଦକ ହାସଲ କରି ଆମେରିକୀୟ ଯୁବ ଧାବକ ଖ୍ରୀଷ୍ଟିଆନ କୋଲମେନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ୯.୭୬ ସେକେଣ୍ଡ ସମୟ ନେଇ ସେ ଇତିହାସର ଷଷ୍ଠ ଦ୍ରୁତତମ ଧାବକ ସାବ୍ୟସ୍ତ ହୋଇଛନ୍ତି। ୨୩ ବର୍ଷୀୟ ଏହି ଧାବକ ୨୦୨୦ ଅଲିମ୍ପିକ୍ସର ଫେଭରାଇଟ୍‌ ବିବେଚିତ ହେଉଛନ୍ତି..

ସୁପରଷ୍ଟାର ତଥା କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଟଙ୍କ ଯୁଗର ଅବସାନ ହେବା ପରେ ଆଉ ଜଣେ ସ୍ପ୍ରିଣ୍ଟର ଅଭ୍ୟୁଦୟ ହୋଇଛି। ସେ ହେଉଛନ୍ତି ଆମେରିକୀୟ ଧାବକ ଖ୍ରୀଷ୍ଟିଆନ କୋଲମେନ। ଦୋହାରେ ଚାଲିଥିବା ଇଣ୍ଟରନ୍ୟାସନାଲ ଆସୋସିଏଶନ ଅଫ୍‌ ଆଥଲେଟିକ ଫେଡେରେଶନ (ଆଇଏଏଏଫ) ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ କୋଲମେନ ନିଜର ଦକ୍ଷତା ତଥା ପ୍ରତିଭାର ପରିଚୟ ଦେଇଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ର ଗ୍ଲାମରିୟସ ୧୦୦ମି. ଦୌଡ଼ରେ କୋଲମେନ ୯.୭୬ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ଅନ୍ୟତମ ଆମେରିକୀୟ ଧାବକ ତଥା ଗତଥରର ଚାମ୍ପିୟନ ୩୭ ବର୍ଷୀୟ ଜଷ୍ଟିନ ଗାଟଲିନ୍‌ କୋଲମେନଙ୍କଠାରୁ ୦.୧୩ ସେକେଣ୍ଡ କମ୍‌ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି କାନାଡ଼ାର ଆନ୍ଦ୍ରେ ଡି ଗ୍ରାସି ୯.୯୦ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ୍‌ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।
କୋଲମେନଙ୍କ ଏହି ସଫଳତା ବିଭିନ୍ନ ଦୃଷ୍ଟିରୁ ବିଶେଷ ଗୁରୁତ୍ୱ ବହନ କରୁଛି। ୧୦୦ମି, ଦୌଡ଼ରେ କିମ୍ବଦନ୍ତୀ ଆଥଲେଟ୍‌ ବୋଲ୍ଟଙ୍କଠାରୁ ମାତ୍ର ୦.୧୮ ସେକେଣ୍ଡ କମ୍‌ ସମୟ ନେଇଛନ୍ତି। ଏହି ବିଜୟ ପରେ ଆଉ ମାତ୍ର ବର୍ଷେ ପରେ ଆୟୋଜନ ହେବାକୁ ଥିବା ୨୦୨୦ ଟୋକିଓ ଅଲିମ୍ପିକ୍ସରେ କୋଲମେନଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ବୋଲ୍ଟଙ୍କ ଯୁଗ ପରେ କୋଲମେନ ଆଥଲେଟର ନୂଆ ପୋଷ୍ଟର ବୟ ହେବାକୁ ଯାଉଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ଜିତିବା ସହ ସେ ବିଶ୍ୱର ଷଷ୍ଠ ଦ୍ରୁତତମ ଧାବକର ମାନ୍ୟତା ପାଇଛନ୍ତି।
ଯଦିଓ କୋଲମେନ ଡ୍ରଗ୍‌ ଟେଷ୍ଟରେ ସାମିଲ ନ ହୋଇପାରି ବେଶ୍‌ ସମାଲୋଚିତ ହୋଇଥିଲେ ଓ ଏଥିପାଇଁ ତାଙ୍କ କ୍ୟାରିୟର ବିପଦକୁ ଯିବାର ଯଥେଷ୍ଟ ସମ୍ଭାବନା ଥିଲା। ଯଦି ସେ ଏହି କାରଣ ପାଇଁ ବାସନ୍ଦ ହୋଇଥାନ୍ତେ ତାହାଲେ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିପାରି ନ ଥାନ୍ତେ। ସାଥୀ ଆମେରିକୀୟ ଲିଜେଣ୍ଡ ମାଇକେଲ ଜନସନ ମଧ୍ୟ ଏ ନେଇ କୋଲମେନଙ୍କ ଏହି ସଫଳତାକୁ ନେଇ ଲଘୁ ମନ୍ତବ୍ୟ ଦେଇ ତାଙ୍କୁ ପରିହାସ କରିବାକୁ ପିଛାଇନାହାନ୍ତି। ଜନସନଙ୍କ ମନ୍ତବ୍ୟ ଅବାଞ୍ଚିତ ବୋଲି ସେ କହିଛନ୍ତି।
ବିଶ୍ୱ ଚାମ୍ପିୟନଶିପ୍‌ ହାସଲ କରିବାପରେ କୋଲମେନ ଭବିଷ୍ୟତ ସ୍ପ୍ରିଣ୍ଟ ତାରକା ବୋଲି ଆକଳନ କରାଯାଉଛି। ଆଉ ବର୍ଷେପରେ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରେ ସେ ଫେଭରାଇଟ୍‌ ବିବେଚିତ ହେଉଛନ୍ତି। ଆଟଲାଣ୍ଟାର ଜର୍ଜିଆ ସହରରେ ଜନ୍ମିତ ନିଜର ଦୁଇ ଭଉଣୀଙ୍କ ସହ ବଡ଼ ହୋଇଥିଲେ। ସେ ଏକ କ୍ରୀଡ଼ାବିତ ପରିବାରରୁ ଆସିଛନ୍ତି। ପିଲା ବେଳୁ ସେ ଟ୍ରାକ୍‌ ସହିତ ଜଡିତ ରହିଆସିଛନ୍ତି। ୨୦୦୭ ଆମେଚର ଆଥଲେଟିକ୍‌ ୟୁନିୟନ ଚାମ୍ପିୟନଶିପ୍‌ରେ ସେ ତାଙ୍କ ବୟସ ବର୍ଗରେ ଲଙ୍ଗ ଜମ୍ପରେ ବିଜୟୀ ହୋଇଥିଲେ। ସ୍କୁଲ ଓ କଲେଜ ସ୍ତରରେ ସେ ସବୁ ପ୍ରକାର ସଫଳତା ପାଇଥିଲେ। ଲଣ୍ଡନ ୨୦୧୭ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ୧୦୦ମି. ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ସେ ୪ ଗୁଣା ୧୦୦ମି. ରିଲେ ମଧ୍ୟ ରୌପ୍ୟ ପଦକ ପାଇଥିଲେ। ତାଙ୍କ ପାଖରେ ଥିବା ଅସାଧାରଣ ପ୍ରତିଭା ଓ ଦକ୍ଷତା ତାଙ୍କୁ ଦିନେ ଉସେନ ବୋଲ୍ଟଙ୍କ ଭଲି ଧାବକରେ ପରିଣତ କରିବାରେ ସହାୟକ ହେବ। ବୟସ ତାଙ୍କ ସପକ୍ଷରେ ରହିଛି। ବିଶ୍ୱ ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ଜାମାଇକାର ଆଧିପତ୍ୟକୁ ସେ ପ୍ରତିହତ କରିବେ ବୋଲି ଆଶା କରାଯାଉଛି। ତେବେ ଏଥିପାଇଁ ତାଙ୍କୁ ଫିଟ୍‌ ରହିବା ସହ ଆହୁରି କଠିନ ପରିଶ୍ରମ କରିବାକୁ ହେବ ଓ ଏକଥା ସେ ହୃଦୟଙ୍ଗମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri