Posted inଖେଳ

ଆଇରନ ମ୍ୟାନ୍‌ ସୌଭାଗ୍ୟ

ଦିନେ ସେ ଏକ ସମୟରେ ୨୦ ମିନିଟ୍‌ ଯାଏ ଦୌଡି ପାରୁ ନ ଥିଲେ । ୨୦ ମିନିଟ୍‌ ଧରି ଦୌଡି ସାରିଲା ପରେ ହାଲିଆ ହୋଇ ବସିପଡି ଭାବୁଥିଲେ ଲୋକଙ୍କ ଷ୍ଟାମିନା ଆଉ ପରଫରମାନ୍ସର କଥା। କେମିତି ଲୋକମାନେ ଏକସମୟରେ ଘଣ୍ଟା ଘଣ୍ଟା ଧରି ଦୌଡୁଛନ୍ତି। ପାଣିରେ ପହଁରୁଛନ୍ତି ଆଉ ସାଇକେଲ ଧରି ଛୁଟି ଯାଉଛନ୍ତି କିଲୋମିଟର ପରେ କିଲୋମିଟର। ତାଙ୍କର ଏପରି ଦକ୍ଷତାର ରହସ୍ୟ କ’ଣ? କ’ଣ ଆଉ କେମିତି ଲୁହା ପରି ଶରୀର ଧାରଣ କରିଛନ୍ତି ଆଉ କେମିତି ଘଣ୍ଟା ଘଣ୍ଟା ଧରି ଶାରୀରିକ ପରିଶ୍ରମ ଜଣେ କରିପାରୁଛି ବେଶ୍‌ ଅନାୟାସରେ? ଏ ପ୍ରଶ୍ନର ଉତ୍ତର ହୁଏତ ତାଙ୍କ ପାଖରେ ନ ଥିଲା। ତେବେ ସେ ଜାଣିଥିଲେ ଯେ ନିୟମିତ ଏବଂ ପ୍ରଚୁର ପରିଶ୍ରମ କୌଣସି ଲୋକର ଭାଗ୍ୟକୁ ପରିବର୍ତ୍ତନ କରି ଦେଇପାରେ। ଆଉ ଏହି ଚିନ୍ତାଧାରାକୁ ନେଇ ସେ କାମରେ ଲାଗିଗଲେ। ମହାନଦୀର ଖୋଲା ଛାତିରେ ପହଁରିବା ହେଉ କିମ୍ବା ସାଇକେଲ ଧରି ଏକୁଟିଆ କଟକରୁ କେନ୍ଦୁଝରଯାଏ ଯିବା ହେଉ। ଏ ସବୁ ମାଇଲ ଖୁଣ୍ଟ ପାର ହେଉଥିବା ଲୋକଟିଏ ନିଜ ନା ଆଗରେ ଆଇରନ ମ୍ୟାନ ଲଗାଇବାର ପ୍ରଚେଷ୍ଟା କରି ଚାଲିଥିଲା। ସେଦିନ ସେ ଲୋକ ଆଖିରେ ଦପ୍‌ କରି ଜଳି ଉଠିଥିବା ଏହି ଝୁଙ୍କ୍‌ ସମୟକ୍ରମେ ବଡ ହେଉଛି ସିନା କମିବାର ନାମ ଧରୁନାହିଁ, କେବେ ବି ଧରିନାହିଁ।
ଆମେ ନୟାଗଡର ସୌଭାଗ୍ୟଙ୍କ କଥା ହିଁ କହୁଛୁ। ସେହି ସୌଭାଗ୍ୟ ଯିଏ ନୟାଗଡର ଇଟାମାଟିରେ ୧ ଜୁଲାଇ ୧୯୮୯ରେ ଜନ୍ମ ହୋଇଥିଲେ। ଯିଏ ବି ଟେକ ପାଠ ପଢିଥିଲେ ବି ଟା୍ରଇଥଲନ ପାଇଁ ଏବେ ଓଡିଶାରେ ପରିଚିତି ପାଇଛନ୍ତି। ଯିଏ ନିକଟରେ ଗତ ଫେବୃୟାରୀରେ ହାଫ ଆଇରନ ମ୍ୟାନର ଉପାଧି ପ୍ରଥମେ ପାଇଥିଲେ। ଶ୍ରୀଲଙ୍କାର ଟୁରିଜମ ପ୍ରମୋଶନ ବ୍ୟୁରୋ ଦ୍ୱାରା ଆୟୋଜିତ ଟ୍ରାଇଥଲନ ପ୍ରତିଯୋଗିତାରେ ସୌଭାଗ୍ୟ ଜୀବନରେ ପ୍ରଥମ ଥର ପାଇଁ ହାଫ୍‌ ଆଇରନ ମ୍ୟାନ୍‌ର ଉପାଧି ପାଇଲେ। କିଛିମାସ ପରେ ସୌଭାଗ୍ୟ ଆଉ ପାଦେ ଆଗେଇଯାଇ ଜର୍ମାନୀର ହାମବର୍ଗରେ ନୂଆ ଇତିହାସ ସ୍ଥାପନ କଲେ। କଲମ୍ବୋରେ ଥିଲା ହାଫ ମାରାଥନ୍‌ କିନ୍ତୁ ଜର୍ମାନୀରେ ସେ ଦୌଡିଥିଲେ ଫୁଲ ମାରାଥନ। ଏଇଠି ହିଁ ତାଙ୍କୁ ମିଳିଲା ଫୁଲ୍‌ ଆଇରନ ମ୍ୟାନର ଉପାଧି। ଟ୍ରାଇଥଲନ କହିଲେ ଏକ ଏପରି ଆମେରିକାନ ଏବଂ ୟୁରୋପୀୟ ପ୍ରତିଯୋଗିତାକୁ ବୁଝାଏ ଯେଉଁଥିରେ ପ୍ରତିଯୋଗୀକୁ ୩.୮ କିମି ପହଁରିବା, ୧୮୦ କିଲୋମିଟରର ସାଇକେଲ ଚଳାଇବା ଏବଂ ୪୨.୨ କିମିର ଗୋଟିଏ ଫୁଲମାରାଥନ ଦୌଡିବାକୁ ହୋଇଥାଏ । ୨୨୬ କିମିର ଏହି କଷ୍ଟସାଧ୍ୟ ପ୍ରତିଯୋଗିତାକୁ ସାରିବା ପାଇଁ ପ୍ରତିଯୋଗୀଙ୍କୁ ବେଳେ ବେଳେ ୧୬ ଘଣ୍ଟାଯାଏ ଅବିରତ ପରିଶ୍ରମ କରିବାକୁ ହୋଇଥାଏ। ପ୍ରାୟ ୪୦ ବର୍ଷ ତଳେ ହାୱାଇ ଆଇଲାଣ୍ଡରୁ ଆରମ୍ଭ ହୋଇଥିବା ଏହି ଖେଳ ଏବେ ବିଶ୍ୱର ଅନ୍ୟତମ ଏକ୍ସଟ୍ରିମ୍‌ ସ୍ପୋଟର୍‌ସ ଭାବେ ପରିଚିତ। ଭାରତରେ ଏହି ଖେଳ ବିଷୟରେ ଲୋକ ୨୦୧୬ରେ ଜାଣିଲେ ଯେତେବେଳେ ପୂର୍ବତନ ସୁପର ମଡେଲ ମିଲିନ୍ଦ୍‌ ସୋମେନ ୫୦ ବର୍ଷ ବୟସରେ ଏହି ଖେଳରେ ନିଜର ପରାକାଷ୍ଠା ଦେଖାଇ ଏହି ଆଇରନ ମ୍ୟାନ୍‌ ଉପାଧି ହାସଲ କରିଥିଲେ। ଏବେ ଭାରତରେ ପାଖାପାଖି ୧୦୦ ଜଣ ଏପରି ଆଇରନ ମ୍ୟାନ୍‌ ଥିବା ବେଳେ ସୌଭାଗ୍ୟଙ୍କ ପରି ତିନିଜଣ ଓଡ଼ିଆ ଏହି ଉପାଧି ପାଇଛନ୍ତି। କୁହାଯାଏ ବିଶ୍ୱକ୍ରୀଡ଼ାରେ ଏମିତି ଅନେକ ନଜିର ଅଛି ଯେଉଁଠାରେ ଗୋଟିଏ କ୍ରୀଡାରେ ଜଣଙ୍କର ସଫଳତା ଅନ୍ୟ ଅନେକଙ୍କ ପାଇଁ ସୁଯୋଗର ଦୁଆର ସବୁକୁ ମେଲିଦେଇଥାଏ। ସୌଭାଗ୍ୟ ମଧ୍ୟ ମିଳିନ୍ଦଙ୍କ ଏହି ସଫଳତା ଦେଖି କାମରେ ଲାଗି ପଡିଲେ। କାମ କହିଲେ ଦିନକୁ ପାଞ୍ଚ ଘଣ୍ଟାର ଚାଲି, ଆଉ ରବିବାର ଦିନ ୬-୮ ଘଣ୍ଟାର ସାଇକ୍ଲିଂ। ଏତିକିରେ କାମ ସରିଲାନି ବରଂ ୨୦୧୬ରେ ସେ ଓସିଏରେ ସନ୍ତରଣ ଶିଖିଲେ।
ଯଦି ନୟାଗଡର ସୌଭାଗ୍ୟ ରଥ ଆଜି ଆଇରନ ମ୍ୟାନ ସୌଭାଗ୍ୟ ହୋଇପାରିଛନ୍ତି ସେଥିପାଇଁ ୨୦୧୬ ମସିହାକୁ ହିଁ ଶ୍ରେୟ ଦେବାକୁ ପଡିବ। ୨୦୧୬ରୁ ହିଁ ସେ ବିଧିବଦ୍ଧ ଭାବେ ମାରାଥନ ସବୁକୁ ଦୌଡିବାକୁ ଆରମ୍ଭ କଲେ । ଜାନୁୟାରୀ ୧୬ ଭୁବନେଶ୍ୱର ହାଫ ମାରାଥନରେ ପ୍ରଥମେ ଦୌଡି ୧୦ କିମି ଦୂରତାକୁ ୧ ଘଣ୍ଟା ୨୦ ମିନିଟରେ ପୂରଣ କଲେ। ତା’ ପର ବର୍ଷ ସେ ସେଇ ପ୍ରତିଯୋଗିତାର ହାଫ ମାରାଥନକୁ ଦୌଡିଲେ ୨ ଘଣ୍ଟା ୨୫ ମିନିଟ୍‌ରେ। ଏଯାଏ ହାଫ ମାରାଥନ ଦୌଡୁଥିବା ସୌଭାଗ୍ୟ ୨୦୧୭ରେ ଥୋନ୍ନୁର ଟା୍ରଇଥଲନରେ ଭାଗ ନେଲେ ପ୍ରଥମ ଥର କରି। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ଟା୍ରଇଥଲନରେ ସେ ଭାଗ ନେଇ ସେ ପ୍ରତିଯୋଗିତାରେ ନିଜର ଅଲିଭା ସ୍ବାକ୍ଷର ଛାଡି ଯାଇଛନ୍ତି। ଓଡ଼ିଶାର ଏହି ଗର୍ବିତ ଆଇରନ ମ୍ୟାନ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡିଶାର ପରିଚୟ ପାଲଟିଛନ୍ତି। କେବଳ ୨୦୧୮ରେ ହିଁ ସେ ଭାଗ ନେଇଛନ୍ତି ଏକାଧିକ ଜାତୀୟ ସ୍ତରୀୟ ଇଭେଣ୍ଟରେ। ସତାରାର ନାଇଟ ଚ୍ୟାଲେଞ୍ଜ ମାରାଥନ, ୧୧,୫୦୦ ଫୁଟ ଉପରେ ଅନୁଷ୍ଠିତ ହେଉଥିବା ଲଦାଖ ମାରାଥନ ଛଡା, ହାଇଦ୍ରାବାଦ, ରାୟପୁର ଏବଂ ଗୋଆ ହାଫ ମାରାଥନ ମଧ୍ୟ ଦୌଡିଛନ୍ତି।
ଆକାଶବାଣୀ କଟକରେ କାମ କରୁଥିବା ସୌଭାଗ୍ୟଙ୍କ ପାଇଁ ଏ ଯାତ୍ରା ଏବେ ବି ବେଶ୍‌ କାଠିକର ମନେ ହେଉଛି। ଓଡ଼ିଶାରେ କୌଣସି ଟ୍ରାଇଥଲନ କ୍ଲବ ନାହିଁ। ତାଙ୍କୁ ଏ ନେଇ କୋଚିଂ ଦେବାକୁ କିମ୍ବା ମାନସିକ ସମର୍ଥନ ଦେବାକୁ ବି କେହି ନାହାନ୍ତି। ଟ୍ରାଇଥଲନ ପାଇଁ ବ୍ୟବହୃତ ସାଇକେଲର ଦାମ ୧.୫ରୁ ୨ ଲକ୍ଷ ଭିତରେ ହେଉଥିବା ବେଳେ ପ୍ରତିଯୋଗିତାରେ ଭାଗ ନେବାକୁ ପଞ୍ଜୀକରଣ ପାଇଁ ୬୦,୦୦୦ ଯାଏ ଦେବାକୁ ହୁଏ। ଏହା ବାଦ୍‌ ପୁଣି ଯିବା ଆସିବା ଏବଂ ରହିବା ଖର୍ଚ୍ଚ ଅଲଗା। ଟ୍ରାଇଥଲନ ଚାଲୁନଥିବା ବେଳେ ଏ ନେଇ ଅଭ୍ୟାସ କରିବା ଏବଂ ପୁଷ୍ଟିକର ଖାଦ୍ୟ ବାବଦ ମାସକୁ ୧୨ ହଜାରର ରୁ ୨୦ ହଜାରଯାଏ ଟଙ୍କା ଖର୍ଚ୍ଚ କରିବାକୁ ହୋଇଥାଏ। ଏପରି ସ୍ଥିିତିରେ ନିୟମିତ ସହାୟତା ନ ମିଳିଲେ ସୌଭାଗ୍ୟଙ୍କର ଏ ନିଶା ଯେ ବେଶି ଦିନଯାଏ କାଏମ ରହିବା ତାହା ଚିନ୍ତା କରିବା କଷ୍ଟକର।

ରୁଦ୍ର ପ୍ରସନ୍ନ ରଥ


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?