ନୂଆ ଲୁକ୍‌ରେ ଆସୁଛନ୍ତି ଅମିର ଖାଁ

ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ଭାବେ ଜଣାଶୁଣା ଅମିର ଖାଁ ଅନେକ ଦିନ ପରେ ପୁଣି ପରଦାକୁ ଫେରୁଛନ୍ତି। ଲମ୍ବା ଚୁଟି, ଲମ୍ବା ଦାଢ଼ି ଓ ତା’ସହ ଏକ ଭିନ୍ନ ଲୁକ୍‌ରେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ଅମିର। ତାଙ୍କୁ ହଠାତ୍‌ ଦେଖିଲେ ଚିହ୍ନି ହେଉନାହିଁ। ଆମୀରଙ୍କ ଅପକମିଂ ଫିଲ୍ମ ‘ଲାଲ ସିଂହ ଚଢ଼ା’ର ଶୁଟିଂ ଆରମ୍ଭ ହୋଇଯାଇଛି। ଏହି ଫିଲ୍ମରେ ଅମିରଙ୍କ ପଞ୍ଜାବୀ ବ୍ୟକ୍ତି ଭୂମିକାରେ ନଜର ଆସିବେ। ଅମିରଙ୍କ ସହ ଏହି ଫିଲ୍ମରେ କରୀନା କପୁର ନଜର ଆସିବେ। ‘ଲାଲ ସିଂହ ଚା’ ୧୯୯୪ରେ ଆସିଥିବା ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ରିମେକ। ଏହି ଫିଲ୍ମଟି ୬ଟି ଓସ୍କର୍‌ ଆୱାର୍ଡ ଜିତିଥିଲା। ‘ଲାଲ ସିଂହ ଚା’ ଆସନ୍ତା ବର୍ଷ ଡିସେମ୍ବର ୨୫ ତାରିଖରେ ରିଲିଜ ହେବ।

Share