ନୂଆ ମୋଟର ଯାନ ଆଇନ ଲାଗୁ ପରେ ବଢୁଛି ଜାଲିଆତି

ଭୁବନେଶ୍ୱର,୯ା୯(ବ୍ୟୁରୋ) : ନୂଆ ମୋଟର ଯାନ ଆଇନ-୨୦୧୯ ସେପ୍ଟେମ୍ବର ପହିଲାରୁ ଲାଗୁହେବା ପରେ ପୋଲିସ୍‌ ଏବଂ ଆରଟିଓ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଯେଉଁମାନଙ୍କର ଡ୍ରାଇଭିଂ ଲାଇସେନ୍ସ, ଗାଡ଼ିର ଫିଟ୍‌ନେସ୍‌, ପଲ୍ୟୁଶନ୍‌ ସାର୍ଟିଫିକେଟ, ପର୍‌ମିଟ୍‌ ଏବଂ ଇନ୍ସୁରାନ୍ସ ନାହିଁ ସେମାନଙ୍କୁ ମୋଟା ରକମର ଜରିମାନା ଆଦାୟ କରାଯାଉଛି। ଆଚାର୍ଯ୍ୟବିହାର ଛକରେ ଜଣେ ଅଟୋ ଚାଳକଙ୍କଠାରୁ ଆରଟିଓଙ୍କ ପକ୍ଷରୁ ୫ ନିୟମ ଉଲ୍ଲଂଘନ ପାଇଁ ୪୭ ହଜାର ୫ଶହ ଟଙ୍କା ଜରିମାନା କରାଯାଇଥିଲା। ଏହାସହ ବାଣୀବିହାର ଓଭରବ୍ରିଜ ଉପରେ ୧୫ ହଜାର ଓ ନାଲକୋ ଛକରେ ବିଏମ୍‌ସି ଗାଡ଼ିକୁ ୧୭ ହଜାର ଟଙ୍କା ଜରିମାନା ହୋଇଥିଲା। ଏଭଳି ଯାଞ୍ଚକୁ ଦେଖି ଅନେକ ଗାଡ଼ିଚାଳକ ଛାନିଆ ହୋଇଯାଇଛନ୍ତି। ଅବଶ୍ୟ ଲୋକଙ୍କ ପ୍ରବଳ ଅସନ୍ତୋଷକୁ ଦେଖି ଯାଞ୍ଚ ଓ ଜରିମାନା ଆଦାୟରେ ରବିବାରଠାରୁ କୋହଳ କରାଯାଇଛି। କିନ୍ତୁ ସାରା ରାଜ୍ୟରେ ରାସ୍ତାରେ ଗାଡ଼ି ଚଳାଇବାକୁ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି। ବିଶେଷ କରି ଯେଉଁମାନଙ୍କର ଗାଡ଼ିର କାଗଜପତ୍ରର ଅବଧି ଶେଷ ହୋଇଯାଇଛି ସେମାନେ ଏବେ ଚିନ୍ତାରେ ଅଛନ୍ତି। ଯାଞ୍ଚବେଳେ ସେମାନେ କ’ଣ କାଗଜପତ୍ର ଦେଖାଇବେ ତାହା ସେମାନଙ୍କୁ ଘାରୁଛି। ଆରଟିଓ ଅଫିସ ଯାଇ ଲାଇନ୍‌ରେ ଛିଡ଼ା ହେଲେ ମଧ୍ୟ ହଠାତ୍‌ ପ୍ରମାଣପତ୍ର ମିଳିବା ସମ୍ଭବ ନୁହେଁ। ତେଣୁ ସେମାନଙ୍କ ମଧ୍ୟରୁ ଅନେକ ଏବେ ଗଳାବାଟ ବାଛିଛନ୍ତି। ତାହା ହେଉଛି ଜାଲ୍‌ କାଗଜପତ୍ର।
ଭୁବନେଶ୍ୱରର ଏକାଧିକ କମ୍ପ୍ୟୁଟର ସେଣ୍ଟରରେ ଏଭଳି ଜାଲ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି। ଏହି ଜାଲ ସାର୍ଟିଫିକେଟ ପ୍ରସ୍ତୁତି ପାଇଁ ପ୍ରାୟ ୨ ହଜାର ଟଙ୍କା ପର୍ଯ୍ୟନ୍ତ ନେଉଥିବା ଦେଖିବାକୁ ମିଳୁଛି। ଚିହ୍ନାଜଣାଙ୍କୁ କମ୍‌ ଏବଂ ଅନ୍ୟମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନିଆଯାଉଛି। ଲୋକେ ଥରେ ଅଧିକ ପଇସା ଦେଇ ଝିଞ୍ଜଟ ଗଲା ବୋଲି ଭାବିନେଉଛନ୍ତି। ବିଶେଷ କରି ରବିଟକିଜ୍‌, କଳ୍ପନା, ବରମୁଣ୍ଡା, ଶହୀଦନଗର, ବାପୁଜୀନଗର, ୟୁନିଟ୍‌-୪ ଆଦି ସ୍ଥାନରେ ଏଭଳି ଜାଲ୍‌ କାଗଜପତ୍ର ପ୍ରସ୍ତୁତି ଜୋରସୋରରେ ଚାଲିଛି। ସରକାରୀ ରେକର୍ଡ କିମ୍ବା ଓ୍ବେବ୍‌ସାଇଟ୍‌ ବିନା ଉକ୍ତ କାଗଜପତ୍ରକୁ ଜାଲ୍‌ ବୋଲି କେହି ଜାଣିପାରିବେ ନାହିଁ।
ରବିବାର ଜଣେ ବ୍ୟକ୍ତି ରବିଟକିଜ ଛକ ନିକଟ ଏକ କମ୍ପ୍ୟୁଟର ସେଣ୍ଟରକୁ ଯାଇ ଜାଲ କାଗଜପତ୍ର ପ୍ରସ୍ତୁତ କରିବାକୁ କହିଥିଲେ। କିନ୍ତୁ ପ୍ରଥମେ ତାଙ୍କୁ ମନା କରାଯାଇଥିଲା। ସେ ଫେରି ଆସୁଥିବାବେଳେ ଉକ୍ତ ସେଣ୍ଟର ମାଲିକ ତାଙ୍କୁ ଡାକି ୧ ହଜାର ଟଙ୍କା ଦେଲେ କହିବା ମୁତାବକ କାଗଜପତ୍ର ପ୍ରସ୍ତୁତ କରିଦେବେ ବୋଲି କହିଥିଲେ। ହେଲେ ଏତେ ଟଙ୍କା ଆଣି ନ ଥିବା କହି ବ୍ୟକ୍ତି ଜଣକ ସେଠାରୁ ଫେରି ଆସିଥିଲେ। କିନ୍ତୁ ଆଉ ଜଣେ ବ୍ୟକ୍ତି ସେଠାରୁ ଗାଡ଼ିର କାଗଜପତ୍ର ନକଲି କରି ନେଇଥିଲେ। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ, ଏନେଇ ଆମ ନିକଟରେ କୌଣସି ସୂଚନା ନାହିଁ। ଏଭଳି ହେଉଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri