ନୂଆ ମନ୍ତ୍ରୀ ପାଇଲେ ବ୍ୟକ୍ତିଗତ ସଚିବ

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ରାଜ୍ୟର ନବଗଠିତ ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଭିନ୍ନ ପଦପଦବୀରେ ଥିବା ବ୍ୟକ୍ତିବିଶେଷଙ୍କୁ ଶୁକ୍ରବାର ବ୍ୟକ୍ତିଗତ ସଚିବ ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସଂସଦୀୟ ବ୍ୟାପାର ତତ୍ତ୍ୱାବଧାନରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀମାନଙ୍କୁ ଏହି ଦାୟିତ୍ୱଗୁଡିକ ପ୍ରଦାନ କରାଯାଇଛି।
ବିଡିଏର ପ୍ରଶାସନିକ ଅଧିକାରୀ ଥିବା ଅଞ୍ଜନ କୁମାର ଦାସ ଅର୍ଥ ଏବଂ ଅବକାରୀ ବିଭାଗ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(ପି.ଏସ୍‌)ଭାବେ କାର୍ଯ୍ୟ କରିବେ। ସେହିପରି ଦେବାଶିଷ ସିଂ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପି.ଏସ୍‌ . ସରୋଜ କୁମାର ସାହୁଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ପି.ଏସ୍‌., ଚିନ୍ମୟ କୁମାର ଆଚାର୍ଯ୍ୟଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ପି.ଏସ.୍‌, ବିଜୟ କୁମାର ସ୍ବାଇଁଙ୍କୁ ଶକ୍ତି,ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀଙ୍କ ପି.ଏସ୍‌. ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ମାନସରଞ୍ଜନ ପାଢୀଙ୍କୁ ପର୍ଯ୍ୟଟନ ମନ୍ତ୍ରୀଙ୍କ ପି.ଏସ୍‌., ସୁକାନ୍ତ କୁମାର ପ୍ରଧାନଙ୍କୁ ଜଳସମ୍ପଦ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗୀୟ ମନ୍ତ୍ରୀଙ୍କ ପି.ଏସ୍‌. ଭାବେ ଦାୟିତ୍ୱ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କୈଳାସ ଚନ୍ଦ୍ର ଦାସ, ଇସ୍ପାତ ଓ ଖଣି ଏବଂ ପୂର୍ତ୍ତ ବିଭାଗର ଓଏସ୍‌ଡି ଭାବେ ପ୍ରବୀର ଖିଲାରଙ୍କୁ ଦାୟିତ୍ୱ ମିଳିଛି। ଅନ୍ୟମାନଙ୍କ ରଶ୍ମିରଞ୍ଜନ ସାହୁଙ୍କୁ (ବିଜ୍ଞାନ ଓ କାରିଗରୀ,ଏଏସ୍‌ଇ ଏବଂ ପିଡି), ଦୀପ୍ତିରଞ୍ଜନ ବେହେରା( ଜଙ୍ଗଲ ଓ ପରିବେଶ ବିଭାଗ), କାଳିପ୍ରସନ୍ନ ମହାପାତ୍ର(ଇସ୍ପାତ ଓ ଖଣି, ପୂର୍ତ୍ତ), ସରୋଜ କୁମାର ରାଉତ(ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ), ମନମୋହନ ବାରିକ ( ବାଣିଜ୍ୟ ଓ ପରିବହନ), ସୁରଞ୍ଜନ ପ୍ରଧାନ (ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ଆଇନ), ପ୍ରଦୀପ କୁମାର ରାଉତ(ଶ୍ରମ, ଇଏସ୍‌ଆଇ ଏବଂ ଗ୍ରାମ୍ୟ ଉନ୍ନୟନ) ଏବଂ ପ୍ରମୋଦ କୁମାର ମିଶ୍ର ( ମହିଳା ଓ ଶିଶୁ କଲ୍ୟାଣ) ପ୍ରମୁଖ। ଅନ୍ୟମାନଙ୍କ ମଧ୍ୟରେ ଅରୂପ କୁମାର ସାହୁ (ଏସ୍‌ସି, ଏସ୍‌ଟି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ), ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ (ସ୍କୁଲ ଓ ଗଣଶିକ୍ଷା ବିଭାଗ ), ଗୌରହରି ବେହେରା(ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା) ଏବଂ ଏସ୍‌.କେ ଜମିରୁଦ୍ଦିନଙ୍କୁ ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀଙ୍କ ପି.ଏସ୍‌. ଭାବେ ଦାୟିତ୍ୱ ମିଳିଛି। ସେହିପରି ଓଏଏସ୍‌ ଅଧିକାରୀ ପ୍ରତାପ ଚନ୍ଦ୍ର ହୋତାଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ବ୍ୟକ୍ତିଗତ ସଚିବଭାବେ ନିଯୁକ୍ତି ଦିଆଯାଇଛି।