ନୂଆ ପରିଚୟ ପାଇଲେ ଶ୍ରାବଣୀ: ପୁରୀ ରେଳଷ୍ଟେଶନରୁ ୟୁରୋପ

କଣାସ,୨୫-୯(ସ୍ବ.ପ୍ର.):ସେବେ ରୋଗିଣା ମା’ଙ୍କ ପାଖରେ ବସି ରେଳ ଷ୍ଟେଶନରେ ଲୁହ ଗଡ଼ାଉଥିଲେ। ଏବେ ୟୁରୋପ ଦମ୍ପତିଙ୍କ ଏକମାତ୍ର ଅଲିଅଳି କନ୍ୟା। ଏଭଳି ନୂଆ ପରିଚୟ ପାଇଥିବା ଶ୍ରାବଣୀଙ୍କୁ କୋଳେଇ ନେବା ପରେ ସୋମବାର ଏହି ବିଦେଶୀ ଦମ୍ପତିଙ୍କ ମନରେ ଦେଖିବାକୁ ମିଳିଥିଲା କାହିଁ କେତେ ଖୁସି। ଏଥିପାଇଁ ପୁରୀ ଜିଲା କଣାସ ବ୍ଲକ୍‌ ଦୟାବିହାରସ୍ଥିତ ନୀଳାଚଳ ସେବା ପ୍ରତିଷ୍ଠାନ ଶିଶୁଗୃହରେ ଦିନତମାମ ଲାଗି ରହିଥିଲା ଉତ୍ସବର ପରିବେଶ।
୩ବର୍ଷ ତଳେ ପୁରୀ ରେଳ ଷ୍ଟେଶନରେ ଶ୍ରାବଣୀଙ୍କ ଅସହାୟ ଅବସ୍ଥାରେ ଦେଖିବାକୁ ମିଳିଥିଲା। ମା’ ରୋଗଗ୍ରସ୍ତ ଅବସ୍ଥାରେ ଚଟାଣରେ ପଡ଼ି ରହିଥିବାବେଳେ ତାଙ୍କ ପାଖରେ ବସି ଶ୍ରାବଣୀ କାନ୍ଦୁଥିଲେ। ପୁରୀ ଜିଲା ଶିଶୁ କଲ୍ୟାଣ କମିଟି ଖବର ପାଇବା ପରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିଥିଲେ। ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରାଯାଇ ତାଙ୍କୁ ଲାଳନ ପାଳନ ପାଇଁ ୨୦୧୭ ଜୁନ୍‌ ୮ରେ ନୀଳାଚଳ ସେବା ପ୍ରତିଷ୍ଠାନକୁ ପଠାଇ ଦିଆଯାଇଥିଲା। ଶ୍ରାବଣୀ ମାନସିକ ଅନଗ୍ରସର ଥିବାରୁ ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା। ୟୁରୋପ ମହାଦେଶର ମାଲଟା ନିବାସୀ ଇମାନୁଏଲ ଫଇଜୋନ୍‌ ଏବଂ ରୋଜାନା ଫାଇଜୋନ୍‌ଙ୍କର ଚାରି ପୁତ୍ର ଥିବାବେଳେ ଝିଅଟିଏ ପାଇଁ ସେମାନେ ଅନ୍‌ଲାଇନରେ ସେବା ପ୍ରତିଷ୍ଠାନ ସହ ଯୋଗାଯୋଗ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଇମାନୁଏଲଙ୍କ ଆବେଦନର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବା ପରେ ଶ୍ରାବଣୀକୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିବା ପାଇଁ ସ୍ବୀକୃତି ପ୍ରଦାନ କରାଯାଇଥିଲା। ଗତ ସୋମବାର ପୁରୀ ଜିଲା ଶିଶୁ ସୁରକ୍ଷା ଅଧିକାରୀ ତ୍ରିପାଠୀ ନୀଳାଚଳ ପ୍ରତିଷ୍ଠାନ ଶିଶୁଗୃହ ଅଧ୍ୟକ୍ଷ ପ୍ରିୟଙ୍କା ପ୍ରିୟଦର୍ଶିନୀ ପଟ୍ଟନାୟକ ଉପସ୍ଥିତରେ ଶ୍ରାବଣୀକୁ ତାଙ୍କ ମାତାପିତାଙ୍କୁ ହସ୍ତାନ୍ତର କରିଥିଲେ। ଶ୍ରାବଣୀର ଚିକିତ୍ସା ଓ ସମସ୍ତ ସେବା କରୁଥିବା ନର୍ସ ସୁକାନ୍ତି ସେଠୀ, ଗୃହମାତା ଭାବେ ପାଳୁଥିବା ସନ୍ଧ୍ୟାରାଣୀ ପଟ୍ଟନାୟକ, ପ୍ରମୋଦିନୀ ସାହୁ, ସନ୍ଧ୍ୟାରାଣୀ ସ୍ବାଇଁ ପ୍ରମୁଖ ଶ୍ରାବଣୀଙ୍କ ସୁଖ ତଥା ସମୃଦ୍ଧ ଜୀବନ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri