Posted inଖେଳ

ନୂଆ କୋଚ୍‌ ଚୟନ ଦୌଡ଼ରେ ଆଡହକ କମିଟି ସବୁଠାରୁ ଆଗରେ; ପରବର୍ତ୍ତୀ ଶୁଣାଣି ପରେ ଅନ୍ତିମ ନିଷ୍ପତ୍ତି ନିଆଯିବ

ନୂଆଦିଲ୍ଲୀ,୧୮।୭(ପି.ଟି.)- ପୂର୍ବତନ ଅଧିନାୟକ କପିଳଦେବଙ୍କ ଅଧ୍ୟକ୍ଷତାରେ ଗଠିତ ଆଡ୍‌ହକ୍‌ କମିଟି ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ନିଯୁକ୍ତ କରିବା ପ୍ରକ୍ରିୟା ଦୌଡ଼ରେ ସବୁଠାରୁ ଆଗରେ ରହିଛି। କପିଳଙ୍କ ସମେତ ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍‌ଓ୍ବାଡ୍‌ ଓ ଶାନ୍ତା ରଙ୍ଗାସ୍ବାମୀଙ୍କୁ ନେଇ ଗଠିତ ଆଡହକ୍‌ କମିଟି ପୂର୍ବରୁ ଗତ ଡିସେମ୍ବରରେ ପୂର୍ବତନ କ୍ରିକେଟର ଡବ୍ଲ୍ୟୁ.ଭି. ରମଣଙ୍କୁ ଭାରତୀୟ ମହିଳା କ୍ରିକେଟ ଦଳର କୋଚ୍‌ ନିଯୁକ୍ତ କରିଥିଲା। ଏବେ ମୁଖ୍ୟ ଦଳର କୋଚ୍‌ ନିଯୁକ୍ତ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରସ୍ତାବ ଦେଇଛି ବୋଲି କମିଟିର ଜଣେ ସଦସ୍ୟ ସୂଚନା ଦେଇଛନ୍ତି। ତେବେ ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ପରେ ଯାଇ ଏହି ଆଡହକ କମିଟି ଗଠନ ଉପରେ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି କ୍ରିକେଟ ପ୍ରଶାସକ କମିଟି (ସିଓଏ) ସୂଚନା ଦେଇଛି। ପୁଣି ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ନେଇ ଗଠିତ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ପୂର୍ବପରି କାର୍ଯ୍ୟ ଚାଲୁରଖିବା ନେଇ ସିଓଏ କୋର୍ଟଙ୍କ ନିକଟରେ ଆବେଦନ କରିଛି। ଯଦି କୋର୍ଟଙ୍କ ନିକଟରୁ ସିଏସି ଚାଲୁ ରହିବା ନେଇ କୌଣସି ନିର୍ଦ୍ଦେଶ ନ ଆସେ ତାହେଲେ ସିଓଏ ଆଡହକ୍‌ କମିଟିକୁ କୋଚ୍‌ ଚୟନ ଦାୟିତ୍ୱ ଦେବା ଛଡ଼ା ଅନ୍ୟ ରାସ୍ତା ରହିବ ନାହିଁ। ଅର୍ଥାତ୍‌ ଅନ୍ୟପଟେ କହିବାକୁ ଗଲେ ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ କୌଣସି ପ୍ୟାନେଲ ବା କମିଟି ଗଠିତ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇପାରେ। ଏହା ହେଲେ ସିଓଏ ପୁଣି ଦୁଇ ଭାଗରେ ବିଭକ୍ତ ହେବା ଆଶଙ୍କା ସୃଷ୍ଟି ହେବ। ଏବେ ସବୁ କିଛି କୋର୍ଟଙ୍କ ଶୁଣାଣି ଉପରେ ନିର୍ଭର କରୁଛି।
ପୂର୍ବରୁ ଅଧ୍ୟକ୍ଷ ବିନୋଦ ରାଏ ଓ ପୂର୍ବତନ ମହିଳା କ୍ରିକେଟ ଅଧିନାୟିକା ଡାଏନା ଇଦୁଲଜୀଙ୍କୁ ନେଇ ଗଠିତ ଦୁଇଜଣିଆ ସିଓଏ ମହିଳା କୋଚ୍‌ ନିଯୁକ୍ତି ପ୍ରକ୍ରିୟାକୁ ଅଣସାମ୍ବିଧାନିକ ବୋଲି କହିଥିଲେ। କେବଳ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) କୋଚ୍‌ ନିଯୁକ୍ତି ଦେଇପାରିବ ବୋଲି ସେତେବେଳେ ଇଦୁଲଜୀ କହିଥିଲେ। ଏବେ ସିଓଏରେ ଆଉ ଜଣେ ନୂଆ ସଦସ୍ୟ ଯୋଗ ଦେଇଛନ୍ତି। ଲ୍ୟୁଟ୍‌ନାଣ୍ଟ ଜେନେରାଲ ରବି ଥୋଡଗେ ଗତ ଫେବୃୟାରୀରେ ସିଓଏରେ ଯୋଗ ଦେଇଛନ୍ତି। ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ନେଇ ଗଠିତ ସିଏସିର ଭବିଷ୍ୟତ ନେଇ ଏବେ ସଂଶୟ ସୃଷ୍ଟି ହୋଇଛି। ବର୍ତ୍ତମାନ ଆଡହକ୍‌ କମିଟିକୁ ଦାୟିତ୍ୱ ଦିଆଯିବା ଏକ ଚତୁର ପଦକ୍ଷେପ ବୋଲି ସିଓଏ ତରଫରୁ କୁହାଯାଇଛି।
ଇତିମଧ୍ୟରେ ତେନ୍ଦୁଲକର କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗରୁ ମୁକ୍ତ ହୋଇଛନ୍ତି। ପୁଣି ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କୁ ମଧ୍ୟ ବିସିସିଆଇ ସମ୍ବିଧାନ ଅନୁଯାୟୀ ଏକାଧିକ ପଦ ଛାଡି ଗୋଟିଏ ପଦରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଓଏ ଏ ସଂକ୍ରାନ୍ତରେ ଅନ୍ତିମ ନିଷ୍ପତ୍ତି ନେଇ ନାହିଁ। କପିଳ ଓ ରଙ୍ଗାସ୍ବାମୀ ମଧ୍ୟ ସ୍ବାର୍ଥ ନିହତ ଦ୍ୱନ୍ଦ୍ୱ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ବିସିସିଆଇ ସମ୍ବିଧାନ ଅନୁସାରେ ଏହି ଦୁଇଜଣ ପ୍ଲେୟାର୍ସ ଆସୋସିଏଶନ ଗଠନ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।
ମଙ୍ଗଳବାର ବିସିସିଆଇ ନୂଆ ହେଡ କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତ ନେଇ ଦରଖାସ୍ତ ଆହ୍ବାନ କରିଥିଲା। ହେଡ କୋଚ୍‌ ପ୍ରାର୍ଥୀଙ୍କ ବୟସ ୬୦ରୁ କମ୍‌ ହେବା ସହିତ ତାଙ୍କର ଅତିକମ୍‌ରେ ଅନ୍ତର୍ଜାତୀୟ କ୍ରିକେଟରେ ଦୁଇବର୍ଷ ଅଭିଜ୍ଞତା ରହିବା ଜରୁରୀ ବୋଲି କୁହାଯାଇଥିଲା। ଜୁଲାଇ ୩୦କୁ ଦରଖାସ୍ତ ଆବେଦନ କରିବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ହେଡ୍‌ କୋଚ୍‌ ରବି ଶାସ୍ତ୍ରୀଙ୍କ ସମେତ ଏବେକାର ସପୋର୍ଟ ଷ୍ଟାଫ୍‌ରେ ବୋଲିଂ କୋଚ୍‌ ଭାରତ ଅରୁନ, ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର ଓ ଫିଲ୍ଡିଂକୋଚ୍‌ ଆର. ଶ୍ରୀଧର ସାମିଲ ରହିଛନ୍ତି। ବିଶ୍ୱକପ ପରେ ଏମାନଙ୍କ କାର୍ଯ୍ୟକାଳକୁ ଆହୁରି ୪୫ ଦିନକୁ ବୃଦ୍ଧି କରାଯାଇଛି। ଫଳରେ ରବି ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଭାରତ ଅଗଷ୍ଟ ୩ରୁ ସେପ୍ଟେମ୍ବର ୩ ତାରିଖ ମଧ୍ୟରେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଇ ସିରିଜ ଖେଳିବ। ଉଲ୍ଲେଖଥାଉ କି, ଚୟନ ପ୍ରକ୍ରିୟାରେ ଶାସ୍ତ୍ରୀଙ୍କ ସମେତ ସବୁ ସପୋର୍ଟ ଷ୍ଟାଫ୍‌ ସ୍ବତଃ ସାମିଲ ହେବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri