Categories: ଜାତୀୟ

ନୂଆ ଆଇଭିଏଫ୍‌ ଜ୍ଞାନକୌଶଳରେ କେବଳ ଗାଈ ହେବେ ଜନ୍ମ; କ୍ଷୀର ଦେବେ ୨୦ ଲିଟର: ଗିରିରାଜ ସିଂ

ନୂଆଦିଲ୍ଲୀ,୧।୯: ନୂଆ ଆଇଭିଏଫ୍‌ ଜ୍ଞାନକୌଶଳ ବ୍ୟବହାର କରି ଭାଜପା ସରକାର ଦେଶରେ ଗାଈ କାରଖାନା ତିଆରି କରିବେ। ଏହି ଜ୍ଞାନକୌଶଳରେ କେବଳ ଗାଈ ଜନ୍ମ ହେବେ। ଏସବୁ ଗାଈ ୨୦ ଲିଟର କ୍ଷୀର ଦେବେ ବୋଲି ପଶୁପାଳନମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି। ସରକାରଙ୍କ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଦୁଗ୍ଧ ଚାଷୀ ଉପକୃତ ହେବେ। ସେମାନଙ୍କ ଆର୍ଥିକ ବିକାଶ ହେବା ସହିତ ଦେଶରେ କ୍ଷୀରର ଅଭାବ ରହିବ ନାହିଁ ବୋଲି ଗିରିରାଜ କହିଛନ୍ତି। ତେବେ ତାଙ୍କର ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share