ନୂଆ ଅତିରିକ୍ତ ଜିଲାପାଳଙ୍କ ଯୋଗଦାନ

ଅନୁଗୋଳ ଅଫିସ, ୨୭।୩ : ଅନୁଗୋଳ ଜିଲାର ନୂତନ ଅତିରିକ୍ତ ଜିଲାପାଳ (ରାଜସ୍ବ) ଭାବେ ସନ୍ତୋଷ କୁମାର ପ୍ରଧାନ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ଗୃହ ବିଭାଗରେ ଯୁଗ୍ମ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ। ପ୍ରଧାନଙ୍କ ଯୋଗଦାନ ଫଳରେ ଜିଲାରେ ରାଜସ୍ବ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ସୂଚାରୁରୂପେ ପରିଚାଳିତ ହୋଇପାରିବ ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି।