Categories: ଫୁରସତ

ନୂଆରୋଗ ଏବେ ବୃଦ୍ଧିପାଉଛି

ଡୁଣ୍ଡେ ବିଶ୍ୱବିଦ୍ୟାଳୟ,ସ୍କଟ୍‌ଲ୍ୟାଣ୍ଡର ଗବେଷକମାନେ କହିଛନ୍ତି ଯେ, ବିଶ୍ୱରେ ଯେଉଁମାନେ ଯକ୍ଷ୍ମାରୁ ଆରୋଗ୍ୟ ଲାଭ କରୁଛନ୍ତି ସେମାନେ ଦୀର୍ଘଦିନ ଧରି ଫୁସ୍‌ଫୁସ୍‌ ସମସ୍ୟା ଭୋଗୁଛନ୍ତି। ଡୁଣ୍ଡେ ବିଶ୍ୱବିଦ୍ୟାଳୟର ଗବେଷକମାନେ ଭାରତର ରେସିପିରେଟୋରୀ ରିସର୍ଚ୍ଚ ନେଟ୍‌ଓ୍ବର୍କ ସହଭାଗିତାରେ ଭାରତରେ ଏକ ଅନୁଧ୍ୟାନ କରିଥିଲେ। ଏଥିରେ ଦୀର୍ଘଦିନ ଧରି ଫୁସ୍‌ଫୁସ୍‌ ସମସ୍ୟାରେ ପୀଡ଼ିତ ୨ହଜାର ବ୍ୟକ୍ତିଙ୍କୁ ଅନୁଧ୍ୟାନରେ ସାମିଲ କରି ଏହି ସମସ୍ୟା ସମ୍ପର୍କିତ ତଥ୍ୟ ସଂଗ୍ରହ କରିଥିଲେ    । ଏହି ପୀଡ଼ିତଙ୍କ ମଧ୍ୟରୁ ତିନି ଭାଗରୁ ଏକ ଭାଗ ରୋଗୀ ଯେଉଁମାନେ ଯକ୍ଷ୍ମାରୁ ପୂରା ଭଲ ହୋଇଛନ୍ତି ,ସେମାନଙ୍କ ଫୁସ୍‌ଫୁସ୍‌ ସ୍ଥାୟୀ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଯେଉଁମାନେ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କ ଫୁସ୍‌ଫୁସ୍‌ରେ ଛିଦ୍ର ରହିଥିବା ଜଣାପଡିଛି ଓ ଶ୍ୱାସନଳୀ ମଧ୍ୟ ଚଉଡ଼ା ହୋଇଯାଇଛି। ଏହି କାରଣରୁ ସେମାନଙ୍କଠାରେ କାଶ ଲାଗିରହୁଛି। ଛାତିରେ ବିଭିନ୍ନ ସଂକ୍ରମଣ ମଧ୍ୟ ଦେଖାଯାଉଛି। ସେମାନଙ୍କ ଜୀବନଶୈଳୀ ମଧ୍ୟ ପ୍ରଭାବିତ ହେବା ଲକ୍ଷ୍ୟ କରାଯାଇଛି। ଏହି ରୋଗୀମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତଙ୍କୁ ମେଡ଼ିକାଲରେ ଚିକିତ୍ସା କରିବାକୁ ପଡୁଛି।

Share