Categories: ଜାତୀୟ

ନୂଆବର୍ଷରେ ଦୁର୍ନୀତି କମିବ: ଲୋକଙ୍କ ଆଶା

ନୂଆଦିଲ୍ଲୀ,୧ା୧(ଆଇଏଏନ୍‌ଏସ୍‌): ନୂଆବର୍ଷ ୨୦୨୦ ଦେଶବାସୀଙ୍କ ପାଇଁ ସାଙ୍ଗରେ ନେଇଆସିଛି ଅନେକ ଆଶା। ଦୁର୍ନୀତି ସମାଜର ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରୁଥିବା ଏକ ପ୍ରସଙ୍ଗ ହୋଇଥିବାରୁ ଏହାକୁ ନେଇ ଆଇଏଏନ୍‌ଏସ୍‌-ସିଭୋଟର ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା। ୫୦% ଉତ୍ତରଦାତା ଅଶା କରିଛନ୍ତି ଯେ ଏହି ବର୍ଷ ଦୁର୍ନୀତି କମିଯିବ। ୨୦୨୦ ସରକାରୀ କାର୍ଯ୍ୟରେ କେତେକ ପରିବର୍ତ୍ତନ ଆସିବ ବୋଲି ଅନେକେ କହିଛନ୍ତି। ୨୦୧୯ ଡିସେମ୍ବର ୩୧ ଶେଷ ସମୟରେ କରାଯାଇଥିବା ଏହି ସର୍ଭେ ଅନୁସାରେ ୪୮.୪% ଲୋକଙ୍କ ବିଶ୍ୱାସ ଯେ ଦୁର୍ନୀତି କମିଯିବ ଏବଂ ସରକାରୀ କାର୍ଯ୍ୟ ଲୋକଙ୍କ ମଙ୍ଗଳରେ ଆସିବ। ୨୧.୧% ମତଦାତାଙ୍କ କହିବା ହେଲା ଦୁର୍ନୀତି ହେଉଛି ଦେଶର ବିକାଶ ଆଗରେ ସବୁଠୁ ବଡ଼ ପ୍ରତିବନ୍ଧକ। ଏହାକୁ ରୋକାଯାଇ ପାରିବ ନାହିଁ। ତେଣୁ ଦୁର୍ନୀତି ପୂର୍ବବତ ଚାଲିବ। ସେହିପରି ଦୁର୍ନୀତି ରୋକିବା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ପ୍ରଭାବହୀନ ହୋଇ ରହିବ ବୋଲି ୩୦.୫% ଲୋକ ବିଶ୍ୱାସ କରନ୍ତି।

Share