Categories: ଖେଳ

ନୂଆବର୍ଷରେ କୋହଲିଙ୍କ ନୂଆ ଲୁକ୍‌

ଆଜିକାଲି କ୍ରିକେଟରେ ଫ୍ୟାଶନ୍‌ ଏବଂ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚା ଚାଲିଛି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ନୂଆବର୍ଷରେ ନୂଆ ଲୁକ୍‌ରେ ନଜର ଆସିଛନ୍ତି ବିରାଟ। ଶ୍ରୀଲଙ୍କ ବିପକ୍ଷରେ ଟି-୨୦ ସିରିଜ୍‌ ପୂର୍ବରୁ ସେ ନୂଆ ହେୟାରଷ୍ଟାଇଲ୍‌ କରିଛନ୍ତି। ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ଆଲିମ ହକିମ କୋହଲିଙ୍କ କେଶକୁ ସଜାଇଛନ୍ତି। ହକିମ ନିଜ ଇନଷ୍ଟାଗ୍ରାମରେ ତାଙ୍କ ସହ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ନୂଆ ହେୟାର କଟ୍‌ ପାଇଁ କୋହଲି ହକିମଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥର ନୂଆବର୍ଷ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ସୁଇଜରଲାଣ୍ଡରେ ବିତାଇଥିଲେ ବିରାଟ। ସୂଚନାଯୋଗ୍ୟ, ଭାରତୀୟ ଦଳ ଜାନୁଆରୀ ୫ ତାରିଖରୁ ଶ୍ରୀଲଙ୍କା ବିପକ୍ଷ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ସିରିଜର ପ୍ରଥମ ମ୍ୟାଚ ଗୌହାଟୀରେ, ଦ୍ୱିତୀୟ ମ୍ୟାଚ ଜାନୁଆରୀ ୭ ତାରିଖରେ ଇନ୍ଦୋର ଏବଂ ତୃତୀୟ ତଥା ଅନ୍ତିମ ମ୍ୟାଚ ୯ ତାରିଖରେ ପୁଣେରେ ଖେଳାଯିବ।

Share