Categories: ନୂଆପଡ଼ା

ନୂଆପଡାରେ ପୁଣି ୮କରୋନା ପଜିଟିଭ

ନୂଆପଡା ଅଫିସ,୬ା୬-ନୂଆପଡା ଜିଲାରେ ପୁଣି ୮ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଏବେସୁଦ୍ଧା ମୋଟ କରୋନା ପଜିଟିଭ ସଂଖ୍ୟା ୬୭ରେ ପହଞ୍ଚିଛି। ତେବେ ଏହି ୮ ଜଣଙ୍କ ମଧ୍ୟରୁ ନୂଆପଡା ବ୍ଲକ ଟାନୱାଟ ଟିଏମ୍‌ସିରୁ ଜଣେ ଏବଂ ସିନାପାଲି ବ୍ଲକରୁ ୭ଜଣ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଥିବାବେଳେ ବାକି ୪ଜଣ ହୋମ୍‌ କ୍ୱାରାଣ୍ଟାଇନରେ ରହିଥିଲେ। ଏମାନଙ୍କୁ ବଲାଙ୍ଗୀରକୁ କୋଭିଡ୍‌ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି। ପରବର୍ତ୍ତୀ ସମୟରେ ନିୟମକୁ କଡାକଡି କରାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ କାଳୀଚରଣ ବେହେରା କହିଛନ୍ତି।