Categories: ନୂଆପଡ଼ା

ନୂଆପଡ଼ା କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆପଡା ଅଫିସ/ଖଡିଆଳ,୮ା୫-ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଶୁକ୍ରବାର ଦିନିକିଆ ନୂଆପଡ଼ା ଜିଲା ଗସ୍ତରେ ଆସି ଫେରିଛନ୍ତି। ନୂଆପଡ଼ା ଜିଲା ସଦର ମହକୁମାର ଅନ୍ବେଷା ହଷ୍ଟେଲ୍‌ରେ ୨ ଶହ ଶଯ୍ୟାବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଲାଗି କାମ ଚାଲିଛି। ଏହାକୁ ସେ ବୁଲି ଦେଖିବା ସହ ଖଡିଆଳରେ ନିର୍ମିତ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଜିଲାପାଳ ମଧୁସ୍ମିତା ସାହୁ, ଏସ୍‌ପି ବିନୀତ କୁମାର ଅଗ୍ରୱାଲ, ସିଡିଏମଓ କାଳୀଚରଣ ବେହେରା, ଜିଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, କଳାହାଣ୍ଡି ଏମ୍‌ପି ବସନ୍ତ କୁମାର ପଣ୍ଡା, ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ଢୋଲକିଆ, ଅଧିରାଜ ମୋହନ ପାଣିଗ୍ରାହୀ, ଲମ୍ବୋଦର ନିଆଲ, ଜିଲାପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପ ସିଂ ମାଝି, ମନୋଜ କୁମାର ମିଶ୍ର, ପ୍ରମୁଖ ଯୋଗ ଦେଇଥିଲେ।