ନୂଆପଡ଼ାରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସ୍ପିଟାଲ: ରହିଛି ୧୬୫ ଶଯ୍ୟା, ୫ ଆଇସିୟୁ

ଭୁବନେଶ୍ୱର, ୮।୫(ବ୍ୟୁରୋ): ନୂଆପଡ଼ା ଜିଲାରେ ଥିବା କୋଭିଡ ହସ୍ପିଟାଲକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଶୁକ୍ରବାର ବୁଲି ଦେଖିବା ସହ ଏହାର କାର୍ଯ୍ୟ କାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏଠାରେ ୧୬୫ଟି ଶଯ୍ୟା ଉପଲବ୍ଧ ଥିବାବେଳେ ୫ଟି ଆଇସିୟୁର ବ୍ୟବସ୍ଥା ରହିଛି। କୋଭିଡ ହସ୍ପିଟାଲରେ ଆବଶ୍ୟକ ଭେଣ୍ଟିଲେଟରର ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ଦାସ ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକାଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ଏଠାରେ କୋଭିଡର ଉପଯୁକ୍ତ ଚିକିତ୍ସା ପାଇଁ ମେଡିକାଲ କଲେଜରୁ ସ୍ବତନ୍ତ୍ର ଡାକ୍ତର ଦଳ ପଠାଇବାକୁ ଡିଏମ୍‌ଇଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପରେ ମନ୍ତ୍ରୀ ଦାସ ଖରିଆରଠାରେ ନବ ନିର୍ମିତ ମାତୃ ଓ ଶିଶୁ ହସ୍ପିଟାଲ କାର୍ଯ୍ୟକ୍ଷମ ଅବସରରେ ଯୋଗ ଦେଇଥିଲେ।