ନୀଳାଦ୍ରିବିଜେ:ଦିନକ ପାଇଁ ଶ୍ରୀମନ୍ଦିରରେ ହୁଏ ରସଗୋଲା ଭୋଗ

ପୁରୀ ଅଫିସ, ୧୪ା୭: ପରମ୍ପରା ଅନୁଯାୟୀ ଠାକୁରମାନେ ନବଦିନାତ୍ମକ ରଥଯାତ୍ରା ଶେଷ କରି ବାହୁଡାରେ ଫେରିଆସନ୍ତି। ଏହା ପରଦିନ ସିଂହଦ୍ୱାରଠାରେ ରଥ ଉପରେ ସୁନାବେଶରେ ଦର୍ଶନ ଦିଅନ୍ତି। ସୁନାବେଶ ପରଦିନ ଅଧରପଣା ନୀତି ସାରି ତା ପରଦିନ ନୀଳାଦ୍ରିବିଜେ କରିଥାନ୍ତି। ତେବେ ଏହି ଗୋଟିଏ ଦିନ ହିଁ ଶ୍ରୀମନ୍ଦିରରେ ରସଗୋଲା ଭୋଗ ହୋଇଥାଏ।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ନୀଳାଦ୍ରିବିଜେ ଦିନ ତିନିରଥରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ଯାଇଥାଏ। ବିଜେ କାହାଳୀ ବାଜିବା ପରେ ବନ୍ଦାପନା ଓ ଭୋଗ ଲାଗି ନୀତି ସମ୍ପନ୍ନ ହୁଏ। ପ୍ରଥମେ ମହାଜନ ସେବକ ମଦନମୋହନ, ରାମ ଓ କୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣିଘରକୁ ବିଜେ କରାଇଥାନ୍ତି। ଏହାପରେ ଗୋଟି ପହଣ୍ଡି କ୍ରମରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ରତ୍ନସିଂହାସନକୁ ନିଆଯାଏ। ପହଣ୍ଡିବିଜେ ପୂର୍ବରୁ ରତ୍ନସିଂହାସନ ମାର୍ଜନା, ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ଓ ଅଖଣ୍ଡ ବଇଠା ବସିଥାଏ। ଠାକୁରମାନେ ପହଣ୍ଡିରେ ଯିବା ବେଳେ ମନ୍ଦିର ପରିସର ଶୁଆସାରୀ ଦେଉଳଠାରେ ପ୍ରସାଦ ଲାଗି, ଘସା, ବିଡିଆ ମଣୋହି ଓ ବନ୍ଦାପନା ନୀତି ହୋଇଥାଏ। ଠାକୁରମାନେ ଜଗମୋହନରେ ପ୍ରବେଶ କଲେ ସେଠାରେ ମଧ୍ୟ ଏହିପରି ନୀତି କରାଯାଇଥାଏ।
ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ବିଜେ କରି ଚାର ଉପରକୁ ଓହ୍ଲାଇ ଆସିଲେ ମହାଲକ୍ଷ୍ମୀ ଠାକୁରାଣୀ ରୋଷଘର ନିକଟବର୍ତ୍ତୀ ଭେଟ ମଣ୍ଡପକୁ ଆସିଥାନ୍ତି। ମହାପ୍ରଭୁ ଓ ମହାଲକ୍ଷ୍ମୀଙ୍କର ଭେଟ ହୋଇଥାଏ। ଏହାପରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ତରଫରୁ ଭିତରଚ୍ଛ ମହାପାତ୍ର ଓ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ପତିମହାପାତ୍ର ସେବକ ବନ୍ଦାପନା ନୀତି ବଢାଇଥାନ୍ତି। ପରମ୍ପରା ଅନୁଯାୟୀ, ପହଣ୍ଡି ବିଜେ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ସିଂହାଦ୍ୱାର ନିକଟରେ ପହଞ୍ଚତ୍ବା ବେଳେ କିଛି ସମୟ ପାଇଁ ଦ୍ୱାର ବନ୍ଦ ରହ ଓ କିଛି ସମୟ ପରେ ଖୋଲିଦିଆଯାଏ। ମହାପ୍ରଭୁ ଜୟ ବିଜୟ ଦ୍ୱାର ନିକଟରେ ବିଜେ କରିବା ସମୟରେ ଏହି ଦ୍ୱାରକୁ ଭିତରପଟୁ ବନ୍ଦ କରାଯାଏ। ଲକ୍ଷ୍ମୀ ଠାକୁରାଣୀଙ୍କ ତରଫରୁ ଜୟବିଜୟ ଦ୍ୱାରର ଭିତରପଟେ ଜନୈକ ଦେବଦାସୀ ଓ ମହାପ୍ରଭୁଙ୍କ ପକ୍ଷରୁ ଜଣେ ଦଇତାପତି ଦ୍ୱାରର ଅପର ପାର୍ଶ୍ୱରେ ରହନ୍ତି। ଉଭୟଙ୍କ ମଧ୍ୟରେ ଲୋକପରମ୍ପରାଗତ ବଚନିକା ହୁଏ। ବଚନିକା ପରେ ଜୟ ବିଜୟ ଦ୍ୱାର ଖୋଲାଯାଏ। ମହାପ୍ରଭୁ ପହଣ୍ଡିରେ ଯାଇ ଭଣ୍ଡାରଘର ସମ୍ମୁଖରେ ପହଞ୍ଚତ୍ବା ପରେ ରୁକ୍ମିଣୀ ବିବାହକାଳୀନ ଗଇଁଠାଳ ଫିଟେ ଏବଂ ବନ୍ଦାପନା ଓ ରସଗୋଲା ଭୋଗ ପ୍ରଭୃତି ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ସମ୍ପନ୍ନ କରାଯାଏ। ଏହାପରେ ଘସା, ବିଡ଼ିଆ ମଣୋହି ସରିଲେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥାନ୍ତି। ବର୍ଷକ ମଧ୍ୟରେ ଏହି ଗୋଟିଏ ଦିନ ଶ୍ରୀମନ୍ଦିର ଭିତରେ ରସଗୋଲା ଭୋଗ କରାଯାଇଥାଏ। ଭିତରଚ୍ଛ ମହାପାତ୍ରଙ୍କ ନିଜ ଘରେ ଶୁଦ୍ଧପୁତ ଭାବେ ଏହି ରସଗୋଲା ପ୍ରସ୍ତୁତ ହୋଇଥାଏ। କଥିତ ଅଛି, ରଥଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସଙ୍ଗରେ ନେଇ ନ ଥିବାରୁ ସେ ମାନ କରିଥାନ୍ତି। ଏହିଦିନ ମହାପ୍ରଭୁ ରସଗୋଲା ଖୁଆଇ ତାଙ୍କର ମାନ ଭଞ୍ଜନ କରିଥାନ୍ତି। ଏହିଦିନ ଅନେକ ବ୍ୟକ୍ତିବିଶେଷ, ମଠବାଡ଼ି ଓ ସେବକମାନେ ରଥ ଉପରେ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରିଥାନ୍ତି। ଦାରୁବିଗ୍ରହମାନେ ରତ୍ନସିଂହାସନକୁ ବିଜେ କରିବା ପରେ ଦଇତାପତି ସେବକ ରୁନ୍ଧା କାର୍ଯ୍ୟ ସମ୍ପନ୍ନ କରନ୍ତି। ମହାପ୍ରଭୁଙ୍କ ନୀଳାଦ୍ରିବିଜେ ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ ବୋଲି ଡ. ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri