‘ନୀଳାଚଳ ଇସ୍ପାତ କାରଖାନାକୁ ଘରୋଇକରଣ ନିଷ୍ପତ୍ତି ଠିକ୍‌ ନୁହେଁ’: ଶ୍ରୀକାନ୍ତ

ଭୁବନେଶ୍ୱର,୨୭ା୨(ବ୍ୟୁରୋ): କଳିଙ୍ଗ ନଗରସ୍ଥିତ ସରକାରୀ ଉଦ୍ୟୋଗ, ‘ନୀଳାଚଳ ଇସ୍ପାତ କାରଖାନା’କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଘରୋଇକରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ବିରୋଧରେ କାରଖାନାର ୪ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଓ କର୍ମଚାରୀ ଶାନ୍ତିପୂର୍ଣ୍ଣ ଭାବେ ୪୫ଦିନ ହେବ ପ୍ରତିବାଦ ଚଳାଇଛନ୍ତି। ସ୍ଥାନୀୟ ଜନସାଧାରଣ ମଧ୍ୟ ଏହି ପ୍ରତିବାଦରେ ବହୁସଂଖ୍ୟାରେ ଯୋଗ ଦେଉଛନ୍ତି। ‘ନୀଳାଚଳ’ କ୍ଷତି କରୁଥିବା କୁହାଯାଉଛି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରଶ୍ନ ଉଠାଇଛନ୍ତି। ସମୁଦାୟ ୧୪ଶହ କୋଟି ଟଙ୍କା କ୍ଷତି ହୋଇଥିବା ସରକାର କହୁଛନ୍ତି। ଏହି କ୍ଷତିର ମୁଖ୍ୟ କାରଣ ‘କଞ୍ଚାମାଲ’-‘ଲୁହାପଥର’ ବୋଲି ଜଣାପଡିଛି । ବଜାର ଦରରେ ଏମ୍‌ସିଠାରୁ ‘ନୀଳାଚଳ’ ଲୁହାପଥର କିଣୁଛି । ଅନ୍ୟ ଘରୋଇ ଶିଳ୍ପଗୁଡ଼ିକ ତାଙ୍କ ନିଜସ୍ବ ଖଣିରୁ ମାତ୍ର ୫୦୦ ଟଙ୍କାରେ ଲୁହାପଥର ପାଉଥିଲାବେଳେ ‘ନୀଳାଚଳ’ ବଜାର ଦରରେ ହାରାହାରି ୩ ହଜାର ଟଙ୍କାରେ କିଣୁଛି। ଅର୍ଥାତ୍‌ ପ୍ରତି ଟନ୍‌ରେ ପ୍ରାୟ ୨୫ ଶହ ଟଙ୍କା ଅଧିକ ଦେବାକୁ ପଡ଼ୁଛି। ଏହି ସରକାରୀ ଉଦ୍ୟୋଗ କିପରି ଲାଭ କରିବ ଏବଂ ଅନ୍ୟ ଶିଳ୍ପ ସହ ପ୍ରତିଯୋଗିତା କରିବ ବୋଲି ଶ୍ରୀକାନ୍ତ ପ୍ରଶ୍ନ ଉଠାଇଛନ୍ତି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେନା ବିଧାୟକମାନଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ସେତେବେଳେ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଉପା ସରକାରଙ୍କ ନିଷ୍ପତ୍ତି ଯୋଗୁ ନୀଳାଚଳକୁ ୧୨୦ ମିଲିୟନ ଟନ୍‌ ଗଚ୍ଛିତ ଥିବା ଏକ ଲୁହାପଥର ଖଣି ମିଳିବାର ରାସ୍ତା ଖୋଲିଥିଲା । ଗତ ୫ବର୍ଷ ଧରି ଏହି ଖଣିର ଜମି ଅଧିଗ୍ରହଣରେ ବିଳମ୍ବ ହେଲା । ଏବେ ଏହି ଅନୁମତି ମିଳିଲା ପରେ ଖଣିରୁ ଉପତ୍ାଦନ ଆରମ୍ଭ ହୋଇଛି । ଠିକ୍‌ ଏହି ସମୟରେ ଘରୋଇକରଣ କରିବା ପାଇଁ ନିଷ୍ପତ୍ତି ସରକାର ନେଇଛନ୍ତିି । ଏହା ପଛରେ କ’ଣ ରହସ୍ୟ ନା ଭୟଙ୍କର ଷଡ଼ଯନ୍ତ୍ର ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଉକ୍ତ କାରଖାନା ପ୍ରତିଷ୍ଠା ବେଳେ ସେହି ଅଞ୍ଚଳର ସାଧାରଣ ଲୋକେ ତାଙ୍କ ୨୫ଶହ ଏକର ଜମିକୁ କମ୍‌ ଦାମରେ ସରକାରଙ୍କୁ ଦେଇଥିଲେ । ବର୍ତ୍ତମାନ ଏହାର ମୂଲ୍ୟ ଅତିକମ୍‌ରେ ଏକର ପିଛା ୩୦ ଲକ୍ଷ ଟଙ୍କାରୁ କମ୍‌ ହେବନାହିଁ । ଏବେ ତ ପୁରୀରେ ରାଜ୍ୟ ସରକାର ଏକର ପିଛା ପ୍ରାୟ ୯ କୋଟି ପ୍ୟାକେଜ ଦେଇ ଲୋକଙ୍କ ଜମି ଅଧିଗ୍ରହଣ କଲେ । କଳିଙ୍ଗ ନଗରବାସୀଙ୍କର ଏହି ମୂଲ୍ୟବାନ୍‌ ଜମିକୁ କାହିିଁକି ମାଗଣାରେ ଘରୋଇ ଶିଳ୍ପକୁ ହସ୍ତାନ୍ତର କରାଯିବ ତା’ର ଉତ୍ତର ରଖନ୍ତୁ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀଙ୍କ ଗୁପ୍ତ ବୁଝାମଣା ଲୋକଲୋଚନକୁ ଆସୁ ବୋଲି ଶ୍ରୀକାନ୍ତ କହିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ବିଧାନସଭା ଏବଂ ରାଜ୍ୟବାସୀଙ୍କୁ ଅନ୍ଧକାରରେ ରଖାଯାଇଛି। ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗରେ କାୈଣସି ପ୍ରଶ୍ନ ଉଠୁନାହିଁ। ଚୁପ୍‌ଚାପ୍‌ ରାଜ୍ୟ ଓ କେନ୍ଦ୍ର ସରକାର କେବଳ ଏକ ନିର୍ଦ୍ଦିଷ୍ଟ ଶିଳ୍ପପତିଙ୍କୁ ଓଡ଼ିଶାର ଏହି ‘ରତ୍ନଭଣ୍ଡାର’କୁ କାହିଁକି ହସ୍ତାନ୍ତର କରୁଛନ୍ତି, ସେନେଇ ଲୋକମାନଙ୍କ ଜାଣିବାର ଅଧିକାର ଅଛି। ରାଜ୍ୟର ବୃହତ୍ତର ସ୍ବାର୍ଥ ପାଇଁ ‘ନୀଳାଚଳ କାରଖାନା’ ସମ୍ପର୍କରେ ଏକ ବିଶେଷ ଆଲୋଚନା ହେଉ। ଏହାସହ ଉକ୍ତ କାରଖାନାକୁ କାହିଁକି ଘରୋଇକରଣ କରାଯାଉଛି ତା’ର ସମସ୍ତ ତଥ୍ୟସହ ଏକ ”ଶ୍ୱେତପତ୍ର“ ବିଧାନସଭାରେ ଉପସ୍ଥାପିତ କରାଯାଉ ବୋଲି ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri