ନୀରବ,ଚୋକ୍‌ସୀଙ୍କ ପଳାୟନର ପ୍ରଭାବ;ରୁପା ଗହଣା ରପ୍ତାନି କମିଛି ୭୫%

ନୂଆଦିଲ୍ଲୀ,୨୩-୪: ହୀରା ବ୍ୟବସାୟୀ ନୀରବ ମୋଦି ଓ ମେହୁଲ ଚୋକ୍‌ସୀଙ୍କ ବିଦେଶ ପଳାୟନ ପରେ ଭାରତୀୟ ରୁପା ଗହଣା ବଜାର ବେଶ୍‌ ପ୍ରଭାବିତ ହୋଇଛି। ଦେଶର ରୁପା ଗହଣା ରପ୍ତାନି ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରାୟ ୭୫% କମିଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ଋଣ ଜାଲିଆତି କରି ନୀରବ ମୋଦି ଓ ମେହୁଲ ଚୋକ୍‌ସୀ ଗତବର୍ଷ ଆରମ୍ଭରେ ବିଦେଶ ଫେରାର ହୋଇଯାଇଥିଲେ। ପଳାୟନ ଯୋଗୁ ସେମାନଙ୍କର ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ପରିଣାମସ୍ବରୂପ, ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶର ରୁପା ଗହଣା ରପ୍ତାନି ୩.୪ ବିଲିୟନ ଡଲାର ଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହା ହ୍ରାସ ପାଇ ମାତ୍ର ୮୩୮ ମିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ଜେମ୍ସ ଆଣ୍ଡ ଜୁଏଲାରୀ ଏକ୍ସପୋର୍ଟ ପ୍ରମୋଶନ କାଉନସିଲ ଦ୍ୱାରା ଜାରି ତଥ୍ୟରୁ ଜଣାପଡିଛି। କାଉନସିଲରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମାମୁ-ଭଣଜା ଫେରାର ହେବା ପରେ ଦେଶର ରୁପା ଗହଣା ରପ୍ତାନି ବେଶ ପ୍ରଭାବିତ ହୋଇଛି। କାରଣ ସେମାନେ ଦର୍ଶାଉଥିବା ରପ୍ତାନି ତଥ୍ୟ କେବଳ କାଗଜକଲମରେ ବୋଲି ଜଣାପଡିଛି। କାରଣ ସେମାନେ କୌଣସି କମ୍ପାନୀ ମାଧ୍ୟମରେ ରପ୍ତାନି କରିଥିବାର ଦର୍ଶାଇ ନାହାନ୍ତି। ସରକାରୀ ଅଧିକାରୀଙ୍କ କହିବାନୁଯାୟୀ, ସୁରଟର ସ୍ପେଶାଲ ଇକୋନୋମିକ ଜୋନ୍‌ ଉପରେ ଗହଣା ରପ୍ତାନିର ସବୁଠାରୁ ବେଶି ପ୍ରଭାବ ଦେଖିବାକୁ ମିଳିଛି। ତେବେ ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ। ନୀରବ ଓ ମେହୁଲ କେବଳ କାଗଜ କଲମରେ ହିଁ ସେମାନଙ୍କର ଗହଣା ରପ୍ତାନି ଦର୍ଶାଉଥିଲେ ବୋଲି ମନେ କରାଯାଉଛି। କାରଣ ଅନ୍ୟ କୌଣସି କ୍ଷେତ୍ରରେ ଏଭଳି ବ୍ୟତିକ୍ରମ ଦେଖାଯାଇନାହିଁ। ୨.୫ ବିଲିୟନ ଡଲାରରୁ ଅଧିକ ରୁପା ଗହଣା ରପ୍ତାନି ହ୍ରାସ ପାଇଛି। ଏହି କାରଣରୁ ଜେମ୍ସ ଆଣ୍ଡ ଜୁଏଲାରୀ ରପ୍ତାନି ୩% କମିବାର ମୁଖ୍ୟ କାରଣ ବୋଲି କୁହାଯାଉଛି। ତେବେ କାଉନସିଲର ଭାଇସ ପ୍ରେସିଡେଣ୍ଟ କୋଲିନ ଶାହଙ୍କ ମତରେ ଜିଏସ୍‌ଟି ରିଫଣ୍ଡ ପାଇବାରେ ବିଳମ୍ବ ଏବଂ ନଗଦ ସଙ୍କଟ ଯୋଗୁ ରପ୍ତାନି ହ୍ରାସ ପାଇଛି। ସୂଚନାଯୋଗ୍ୟ, ଦେଶର ରପ୍ତାନିର ସିଂହଭାଗ ଅଧିକାର କରିଥାଏ ରୁପା ଗହଣା କାରବାର। ଗତବର୍ଷ ସୁନ ପଦକ ଓ ମୁଦ୍ରା ରପ୍ତାନି ୫୫% ହ୍ରାସ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri