Categories: ଜାତୀୟ

ନୀତୀଶଙ୍କ ରାଲିରେ ଜେଡିୟୁ ବିଧାୟକଙ୍କୁ ମସାଜ୍‌ କଲେ କର୍ମୀ: ଭିଡିଓ ଭାଇରାଲ

ପାଟନା,୨।୩: ବିହାର ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ଏହାକୁ ଦେଖି ସବୁ ରାଜନୈତିକ ଦଳ ଅଣ୍ଟା ଭିଡିଲେଣି। ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜନୈତିକ ରାଲିର ଶୁଭାରମ୍ଭ କରିଛନ୍ତି। ଏହି ରାଲି ସମୟର ଏକ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ପଟେ ନୀତୀଶ ରାଲି କରୁଥିବା ସମୟରେ ଅନ୍ୟପଟେ ତାଙ୍କ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ଜଣେ ବିଧାୟକ ଥକ୍କା ମାରୁଥିବା ବେଳେ କେତେଜଣ କର୍ମୀ ତାଙ୍କୁ ମସାଜ୍‌ କରୁଥିବା ଦେଖାଯାଇଛି। ଏବେ ଗାନ୍ଧୀ ମଇଦାନର ଏହି ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ବିଧାୟକ କୈଳାଶ ଯାଦବ ଜଣେ କର୍ମୀଙ୍କ କୋଳରେ ମୁଣ୍ଡ ରଖି ଶୋଇଥିବା ବେଳେ ଅନ୍ୟ ଜଣେ କର୍ମୀ ତାଙ୍କୁ ମସାଜ୍‌ କରୁଥିବା ଦେଖାଯାଇଛି।

Share