Categories: ଜାତୀୟ

ନୀତୀଶଙ୍କ ମୁଜାଫରପୁର ଗସ୍ତ: ଲୋକେ କହିଲେ ଫେରିଯାଅ ମୁଖ୍ୟମନ୍ତ୍ରୀ

ପାଟନା, ୧୮।୬: ବିହାରରେ ମସ୍ତିଷ୍କ ଜ୍ୱରରେ ଶିଶୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଜାଫରପୁର ଗସ୍ତ କରିଛନ୍ତି। ତେବେ ଉପସ୍ଥିତ ଲୋକେ ଏପର୍ଯ୍ୟନ୍ତ ଶିଶୁ ମୃତ୍ୟୁ ଘଟଣାରେ ନୀତୀଶଙ୍କ ନିଦ ଭାଙ୍ଗି ନ ଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଲୋକେ। ପାଟନା ଏବଂ ମୁଜାଫରପୁର ମଧ୍ୟରେ ଦୂରତା ମାତ୍ର ୮୦ କିଲୋମିଟର। ମାତ୍ର ଏପର୍ଯ୍ୟନ୍ତ ଲୋକଙ୍କ ଦୁଃଖରେ ସମଦୁଃଖୀ ହେବା ପାଇଁ ମୁଖ୍ୟ୍‌fନ୍ତ୍ରୀ ନ ଆସିବାରୁ ଲୋକେ ଉତ୍ୟକ୍ତ ହୋଇ ଉଠିଛନ୍ତି। ନୀତୀଶ ମୁର୍ଦ୍ଦାବାଦ୍‌ ସ୍ଲୋଗାନ୍‌ ଦେବା ସହ ମୁଖ୍ୟମନ୍ତ୍ରୀ ଫେରିଯାଅ ବୋଲି ଲୋକେ କହିଛନ୍ତି। ଏହି ଘଟଣା ଏବେ ରାଜ୍ୟ ରାଜନୀତିରେ ନୂଆ ମୋଡ ନେବାରେ ଲାଗିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share