Categories: ଖେଳ

ନୀତିଶ ୟୁପି ଯୋଦ୍ଧା ଅଧିନାୟକ

ନୂଆଦିଲ୍ଲୀ, ୧୬ା୭ (ପି.ଟି.)- ଜୁଲାଇ ୨୦ରୁ ଆରମ୍ଭ ହେବ ପ୍ରୋ-କବାଡ଼ି ଲିଗ୍‌ (ପିକେଏଲ୍‌)ର ୭ମ ସଂସ୍କରଣ। ମଙ୍ଗଳବାର ଯୁବ ଡିଫେଣ୍ଡର ନୀତିଶ କୁମାରଙ୍କୁ ୟୁପି ଯୋଦ୍ଧାର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଆଇଟେଲ ସ୍ମାର୍ଟଫୋନ୍‌ ଏହି ଟିମ୍‌ର ଅଫିସିଆଲ ପାର୍ଟନର ରହିଛି। ଗ୍ରେଟର ନଏଡ଼ା ଭିତ୍ତିକ ଏହି ଫ୍ରାଞ୍ଚାଇଜ୍‌ ପିକେଏଲ୍‌ର ୫ମ ସଂସ୍କରଣରେ ପ୍ରଥମ ପଦାର୍ପଣ କରିଥିଲା। ଦଳ ଭାଗ ନେଇଥିବା ଏହାର ଉଭୟ ସଂସ୍କରଣରେ ତୃତୀୟ ସ୍ଥାନ ଅଧିକାର କରିଥିଲ। ୟୁପି ଯୋଦ୍ଧା ଏଥର ଜୁଲାଇ ୨୪ରେ ହାଇଦ୍ରାବାଦରେ ଏହାର ପ୍ରଥମ ଗେମ୍‌ ବେଙ୍ଗଲ ଓ୍ବାରିୟର୍ସ ବିପକ୍ଷରେ ଖେଳିବ।

Share