ନିୟମ ନ ମାନି ୩ ଚା ଦୋକାନୀ ଗିରଫ

ବୁଗୁଡ଼ା,୨୪ା୩(ଡି.ଏନ.ଏ.)- ବୁଗୁଡ଼ା ସହରରେ ଲକ୍‌ ଡାଉନ ଯୋଗୁ ଗାଡ଼ି ମଟର ସହ ସମସ୍ତ ଦୋକାନ ବନ୍ଦ ରହିଥିବାବେଳେ କେତେକ ଚା’ ଦୋକାନୀ ନିୟମ ନମାନି ଦୋକାନ ଖୋଲିଥିଲେ। ମଙ୍ଗଳବାର ସକାଳେ ୩ ଚାହା ଦୋକାନୀଙ୍କୁ ପୋଲିସ ଉଠାଇନେବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡ଼ଛି। ଗିରଫମାନେ ହେଲେ ବୈଦ୍ୟନାଥ ପାଢ଼ୀ, ସନ୍ତୋଷ କୁମାର ଡ଼ାକୁଆ ଓ ରବୀନ୍ଦ୍ର କୁମାର ସାହୁ। ନଂ.୬୮, ୬୯, ୭୦/୨୦ରେ ତିନୋଟି ମାମଲା ରୁଜୁ କରାଯାଇ ବ୍ୟକ୍ତିଗତ ମୁଚାଲିକାରେ ଛଡ଼ାଯାଇଥିବା ଜଣାପଡ଼ିଛି।