ନିୟମିତ ଡାଳିମ୍ବ ଖାଇଲେ ହେବ ନାହିଁ ଏହି ଦୁଇ ମାରାତ୍ମକ ରୋଗ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ଜଙ୍କ୍‌ଫୁଡ୍‌ ତଥା ବାହାର ଖାଦ୍ୟ ଉପରେ ନିର୍ଭରଶୀଳ। ଫଳରେ ଏହା ଆମ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଉତ୍ତମ ସ୍ବାସ୍ଥ୍ୟ ତଥା ନିରୋଗ ରହିବା ପାଇଁ ଦୈନନ୍ଦିନ ଫଳ ଖାଇବା ପାଇଁ ଡାକ୍ତର ମରାମର୍ଶ ଦେଇଥାନ୍ତି। ପ୍ରାୟ ସମସ୍ତ ଫଳ ସ୍ବାସ୍ଥ୍ୟ ପକ୍ଷେ ହିତକର। ମାତ୍ର ଡାଳିମ୍ବରେ ଏପରି ଉପକାରୀ ଗୁଣ ରହିଛି, ଯାହାକୁ ଖାଇଲେ କେତେକ ମାରାତ୍ମକ ରୋଗ ଆଶଙ୍କା ଦୂର ହୋଇଥାଏ। ଜାଣନ୍ତୁ ଏ ସମ୍ପର୍କରେ…

– ଡାଳିମ୍ବରେ ଫାଇବର, ଭିଟାମିନ ସି, ଭିଟାମିନ କେ ଓ ବିଭିନ୍ନ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ରହିଛି। ଯାହା ଆମ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ।

– ନିୟମିତ ଡାଳିମ୍ବ ଖାଇବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗର ହେବାର ଆଶଙ୍କା ଖୁବ୍‌ କମ୍‌ ଥାଏ।

– ଏହାକୁ ଖାଇଲେ ଶରୀରରେ ରକ୍ତ ଜମାଟ ବାନ୍ଧି ନ ଥାଏ।

-ଡାଳିମ୍ବ ଶରୀରରେ କୋଲେଷ୍ଟରଲ ପରିମାଣକୁ ନିୟନ୍ତ୍ରଣ କରିଥାଏ। ଫଳରେ ହୃଦ୍‌ରୋଗ ଆଶଙ୍କା କମ୍‌ କରିଥାଏ।
ଏତଦ୍‌ବ୍ୟତୀତ ନିୟମିତ ଡାଳିମ୍ବ ଖାଇଲେ ରକ୍ତ ସଂଚାଳନ ଠିକ୍‌ ହେବା ସହ ସ୍ମରଣଶକ୍ତି ବୃଦ୍ଧି ପାଇଥାଏ। ହାଡ଼ ମଜଭୁତ ହୁଏ। ତ୍ୱଚା ଉଜ୍ଜ୍ୱଳ ଦିଶିବା ସହ ଚର୍ମଜନିତ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ।