Categories: ଜାତୀୟ

ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ: ୬ ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟ ଧ୍ୱଂସ

ଶ୍ରୀନଗର,୨।୧୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଗତ ୩ ଦିନ ଧରି ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ଭାରତୀୟ ପୋଷ୍ଟଗୁଡ଼ିକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ ଜାରି ରହିଥିଲା। ତେବେ ଭାରତୀୟ ସେନା ପକ୍ଷରୁ ଶାହପୁର ସେକ୍ଟରରେ ରବିବାର ବିଳମ୍ପିତ ରାତିରେ ଏହାର କଡ଼ା ଜବାବ ଦିଆଯାଇଛି। ଭାରତୀୟ ସେନାଙ୍କ ଗୁଳିଗୋଳା ମାଡ଼ରେ ୬ଟି ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟ ଧ୍ୱଂସ ହୋଇଛି। ଏହା ସହିତ ୨ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ସେହିପରି ୧୨ରୁ ଅଧିକ ପାକିସ୍ତାନୀ ସୈନ୍ୟ ଆହତ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ପାକିସ୍ତାନ ପକ୍ଷରୁ କିରନି,କସବା,ଗୁନତରିୟା ଆଦି ସେକ୍ଟର ଉପରେ ଲଗାତାର ମୋର୍ଟାର ଶେଲିଂ ମାଡ଼ କରାଯାଇଥିଲା।

Share