ଜାତୀୟ ସ୍ବର୍ଣ୍ଣବିଜେତା ଏବେ ଦୀନ ମଜୁରିଆ

କାନପୁର: ନିୟତିର ଗତି ବଡ଼ ବିଚିତ୍ର। ପରିସ୍ଥିତି କେତେବେଳେ ବଦଳିଯାଏ ତାହା କହିହେବନି। ସଫଳତାର ପାହାଚ ଚଢ଼ି ଉପରକୁ ଯାଇଥିବା ଜଣେ ଖେଳାଳି ଏକ ସୁନ୍ଦର ଭବିଷ୍ୟତ ଆଶା କରୁଥିବାବେଳେ ଦୀନ ମଜୁରିଆ ହେବା ଯେ କେତେ ପୀଡ଼ାଦାୟକ ତାହା ଅନୁଭବୀ ହିଁ କହିପାରିବେ। ଏମିତି ଏକ ପରିସ୍ଥିତିକୁ ସାମନା କରିବାକୁ ପଡିଛି ଜାତୀୟସ୍ତରର ଉଦୀୟମାନ ଖେଳାଳି ବିପିନ ସେନ୍‌ଙ୍କୁ। ଉତ୍ତରପ୍ରଦେଶ କାନ୍‌ପୁରର ଅର୍ମାପୁର ବାସିନ୍ଦା ବିପିନ। ଦିନ ମଜୁରିଆ ଭାବେ ତାଙ୍କ ଦୀନ ବିତୁଛି। ଯେଉଁ ପଡ଼ିଆରେ ସେ ଖେଳ ପ୍ରଦର୍ଶନ କରିବାବେଳେ ଦର୍ଶକଙ୍କ ତାଳିରେ ପୂରା ପଡ଼ିଆ ଫାଟିପଡୁଥିଲା ସେହି ପଡ଼ିଆରେ ଘାସ କାଟୁଛନ୍ତି ଅର୍ମାପୁର ବାସିନ୍ଦା ୨୧ ବର୍ଷୀୟ ବିପିନ। ୨୦୧୬ରେ ରାଜ୍ୟସ୍ତରୀୟ କୁମ୍ଫୁ ପ୍ରତିଯୋଗିତାରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି। ୨୦୧୬-୧୭ରେ ରାଜ୍ୟସ୍ତରରେ କିକ୍‌ ବକ୍ସିଂରେ ସ୍ବର୍ଣ୍ଣ ପଦକ ଜିତିବା ସହ ସେହି ବର୍ଷ ହରିୟାଣା କୁରୁକ୍ଷେତ୍ରରେ ଅନୁଷ୍ଠତି ଜାତୀୟ ପ୍ରତିଯୋଗିତାରେ ତାଙ୍କୁ ମିଳିଥିଲା ସ୍ବର୍ଣ୍ଣ ପଦକ । ଏହି ସଫଳତା ପାଇବା ପରେ ସେ ଏସିଆଡ୍‌ ଓ ଅଲିମ୍ପିକ୍‌ରେ ପଦକ ଜିତିବାର ଲକ୍ଷ୍ୟ ରଖିଛନ୍ତି, କିନ୍ତୁ ଏଥିରେ ବାଧକ ସାଜିଛି ଅର୍ଥ। ତଥାପି ତାଙ୍କ ମନବଳ ଭାଙ୍ଗିଯାଇନି। ସେ ଦିନରେ ଗ୍ରୀନ୍‌ପାର୍କର ଘାସ କାଟୁଛନ୍ତି ଓ ରାତିରେ କିକ୍‌ ବକ୍ସିଂ ଅଭ୍ୟାସ କରୁଛନ୍ତି। ୨୦୧୬ରେ ବିପିନଙ୍କ ପିତାଙ୍କ ଦେହାନ୍ତ ହେବା ପରେ ପରିବାରର ଦାୟିତ୍ୱ ପଡିଥିଲା ତାଙ୍କ ଉପରେ। ମା’ ରାମଲଲିଙ୍କୁ ସାହାଯ୍ୟ କରିବା ତଥା ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ତାଙ୍କୁ ମଜୁରି ଲାଗିବାକୁ ପଡିଛି। ଗ୍ରୀନ ପାର୍କରେ ଘାସ କାଟିବା କାମ କଲେ ସେଠାରେ ତାଙ୍କୁ ଅଭ୍ୟାସର ସୁଯୋଗ ମିଳୁଛି ବୋଲି ବିପିନ କହିଛନ୍ତି। ସାହାସ, ମନବଳ ଓ ଏକାଗ୍ରତା ତାଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇପାରିବ ବୋଲି ସେ ଦୃଢ ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri