Categories: ଜାତୀୟ

‘ନିଷ୍ଠୁରତାକୁ ସାମ୍ନା କରିଛନ୍ତି ବିରୋଧୀ’

ନୂଆଦିଲ୍ଲୀ,୨୬ା୮(ପି.ଟି.):ଶ୍ରୀନଗର ଗସ୍ତବେଳେ ବିରୋଧୀ ଜମ୍ମୁ-କଶ୍ମୀର ପ୍ରଶାସନର ନିଷ୍ଠୁରତା ଓ ସୁରକ୍ଷା ବଳର ନିର୍ମମତାର ସମ୍ମୁଖୀନ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସେହିପରି ଗଣମାଧ୍ୟମ ସହ ମଧ୍ୟ ଅନୁରୂପ ବ୍ୟବହାର ଦେଖାଯାଉଛି। ୨୦ ଦିନ ହେଲା ଜମ୍ମୁ-କଶ୍ମୀରବାସୀଙ୍କ ସ୍ବାଧୀନତା ଓ ନାଗରିକ ଅଧିକାରର ହନନ କରାଯାଉଛି ବୋଲି ରବିବାର ରାହୁଲ ଟୁଇଟ୍‌ କରିଛନ୍ତି।
ପ୍ରକାଶ ଯେ, ରାହୁଲଙ୍କ ନେତୃତ୍ୱରେ ୧୨ ବିରୋଧୀ ଦଳ ନେତା ଶନିବାର ଶ୍ରୀନଗର ଗସ୍ତ କରିଥିଲେ। ସେଠାରେ ପହଞ୍ଚତ୍ବା ପରେ ପ୍ରଶାସନ ତାଙ୍କୁ ବିମାନବନ୍ଦରରୁ ଦିଲ୍ଲୀକୁ ଫେରାଇଦେଇଥିଲା। ବିରୋଧୀ ନେତାମାନେ କଶ୍ମୀର ପ୍ରସଙ୍ଗକୁ ନେଇ ରାଜନୀତି କରୁଥିବା ଅଭିଯୋଗକୁ ରବିବାର କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଖଣ୍ଡନ କରିଛନ୍ତି।

Share