ନିଷ୍କାସିତ ହୋଇପାରୁନି ନର୍ଦ୍ଦମା, ବର୍ଷା ଜଳ: ପଦକ୍ଷେପ ନ ହେଲେ ଆନ୍ଦୋଳନ ଚେତାବନୀ

ଖଣ୍ଡପଡ଼ା,୧୪ା୮(ସ୍ବ.ପ୍ର.)-ମନ୍ଦିର ଉନ୍ନତି ନାମରେ ଦେବୋତ୍ତର ବିଭାଗ ବିଭିନ୍ନ ସ୍ଥାନରେ ଥିବା ଦେବୋତ୍ତର ଜାଗାକୁ ବିକ୍ରିକରି ଦେବା ଯୋଗୁ ଏହା କଣ୍ଟିଲୋ ଗ୍ରାମବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ା କାରଣ ଏହି ଭୂମିକୁ ଲୋକେ କ୍ରୟ କରି ଖାଲ, ଢିପ ଓ ସମତୁଲ କରିଦେବା ଫଳରେ ବର୍ଷା ଜଳ ଠିକ୍‌ ଭାବେ ନିଷ୍କାସିତ ହୋଇ ନ ପାରି ରାସ୍ତା ଉପରେ ଜମା ହୋଇରହୁଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି ା ଅପରପକ୍ଷରେ ରାସ୍ତାର ନିଚ୍ଚ(ତଳିଆ ଅଞ୍ଚଳ)ରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଓ ସବ୍‌ଷ୍ଟେଶନ ଥିବା ସ୍ଥାନରେ ଜଳ ଜମିରହିବା ଫଳରେ ଏହା କର୍ମଚାରୀ ଓ ଖଣ୍ଡପଡ଼ା ବିଦ୍ୟୁତ୍‌ ଉପଖଣ୍ଡ ଅଧୀନ କଣ୍ଟିଲୋ ବିଦ୍ୟୁତ୍‌ ସେକ୍ସନ ଉପଭୋକ୍ତାମାନଙ୍କ ପାଇଁ ବିପଜ୍ଜନକ ପାଲଟିଛି। କଣ୍ଟିିଲୋ ପ୍ରାଣୀ ଚିକିତ୍ସାଳୟ ପରିସର ତଥା ରାସ୍ତାପାର୍ଶ୍ୱସ୍ଥ ବିଦ୍ୟୁତ୍‌ ଡିଷ୍ଟ୍ରିବ୍ୟୁଶନ ଟ୍ରାନ୍ସଫର୍ମର, ସବ୍‌ଷ୍ଟେଶନ ବିଭାଗୀୟ କର୍ମଚାରୀଙ୍କ ପ୍ରତି ସମସ୍ୟା ପାଲଟିଛି। ପ୍ରକାଶଯୋଗ୍ୟ, କଣ୍ଟିଲୋ ପଞ୍ଚାୟତ ଅନ୍ତର୍ଗତ ନରେନ୍ଦ୍ରପୁର ପାଟଣା, ମେଡିକାଲ ଛକ, ଛାମୁପାଟଣା, ସେବକ ସାହି, ମଝିସାହି ପାଟଣା ଓ ହାଟମୁଣ୍ଡ ପାଟଣା ଗ୍ରାମର ୨ଶହରୁ ଊର୍ଦ୍ଧ୍ୱ ଉପଭୋକ୍ତାଙ୍କ ପାଇଁ ପ୍ରାଣୀ ଚିକିତ୍ସାଳୟ, ବାଳିକା ପ୍ରାଥମିକ ବିଦ୍ୟାଳୟଠାରୁ ସରକାରୀ ଡାକ୍ତରଖାନା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାପାର୍ଶ୍ୱରେ ଏକ ସବ୍‌ଷ୍ଟେଶନ ବସିଛି ା ଏଥିରେ ଦୁଇଟି ୧ଶହ କେଭି ଶକ୍ତି ସମ୍ପନ୍ନ ଟ୍ରାନ୍ସଫର୍ମର ବସାଯାଇଛି ା ତେବେ ଏହା ରାସ୍ତା ପତ୍ତନଠାରୁ ନିଚ୍ଚା ସ୍ଥାନରେ ଓ ପ୍ରାଣୀ ଚିକିତ୍ସାଳୟ ପରିସରରେ ରହିଛି ା ନୀଳମାଧବ ଜୀଉ ମନ୍ଦିର, ମଝିସାହି ପାଟଣା ଓ ହାଟମୁଣ୍ଡ ପାଟଣାରୁ ବହି ଆସୁଥିବା ବର୍ଷାଜଳ ବିଶେଷ କରି ଗ୍ରାମର ନର୍ଦ୍ଦମା ପାଣି ରାସ୍ତାକଡ଼ରେଥିବା ଏକ ଖାଲୁଆ ଜାଗାକୁ ନିଷ୍କାସିତ ହୋଇଥାଏ ା ସମ୍ପୃକ୍ତ ଜାଗାକୁ ଦେବୋତ୍ତର ବିଭାଗ ବିକ୍ରି କରିଦେବା ପରେ ବିଭିନ୍ନ କାରଣରୁ ଏଠାରୁ ପାଣି ବାହାରି ରାସ୍ତା ଏବଂ ଅନ୍ୟାନ୍ୟ ସ୍ଥାନରେ ଜମା ହୋଇରହୁଛି। ସବ୍‌ଷ୍ଟେଶନ ଅଞ୍ଚଳଟି ବର୍ତ୍ତମାନ ଘାସବୁଦା ଏବଂ ଗଛଲତାରେ ପୂର୍ଣ୍ଣ ହୋଇଥିବାରୁ ଫିଉଜ୍‌ ପକାଇବାକୁ ଆସୁଥିବା କର୍ମଚାରୀମାନେ ହଇରାଣ ହେଉଛନ୍ତି। ଏଠାରେ ବିଷାକ୍ତ ସର୍ପ, ସରୀସୃପ ଆଦି ଚଳପ୍ରଚଳ ହେଉଥିବାରୁ ଜନସାଧାରଣ ଓ କର୍ମଚାରୀଙ୍କ ପାଇଁ ଆତଙ୍କର କାରଣ ପାଲଟିଛି। ଏହାର ପ୍ରତିକାର ପାଇଁ ଖଣ୍ଡପଡ଼ା ଫେଡ଼କୋ ଏସ୍‌ଡିଓ ଇଂ. ସୁଧାଂଶୁ ଶେଖର ସାହାଣୀଙ୍କୁ ଯୋଗାଯୋଗ କରିବା ପରେ ସେ ଏହି କାର୍ଯ୍ୟ ସେସୁର ବୋଲି ମତ ଦେଇଥିବାବେଳେ ସେସୁ କନିଷ୍ଠ ଯନ୍ତ୍ରୀ ଇଂ. ରମେଶ ଚନ୍ଦ୍ର ସାହୁ ଉକ୍ତ ମେଣ୍ଟେନାନ୍ସ କାର୍ଯ୍ୟ ଫେଡ଼କୋର ବୋଲି କହି ପରସ୍ପରକୁୁ ଦୋଷାରୋପ କରିଥିଲେ ା ପ୍ରଦୂଷିତ ପରିବେଶକୁ ସଜାଡିବା କାର୍ଯ୍ୟର ଦାୟିତ୍ୱ ସମସ୍ତେ ନେବା ଉଚିତ। ତେବେ ଦେବୋତ୍ତର ବିଭାଗ, ସେସୁ, ବିଦ୍ୟୁତ୍‌ ବିଭାଗ ଏଥିପ୍ରତି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଆଗାମୀ ଦିନରେ ଏହାର ସମାଧାନ ନ ହେଲେ ସମ୍ପୃକ୍ତ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri