ଖଣ୍ଡପଡ଼ା,୧୪ା୮(ସ୍ବ.ପ୍ର.)-ମନ୍ଦିର ଉନ୍ନତି ନାମରେ ଦେବୋତ୍ତର ବିଭାଗ ବିଭିନ୍ନ ସ୍ଥାନରେ ଥିବା ଦେବୋତ୍ତର ଜାଗାକୁ ବିକ୍ରିକରି ଦେବା ଯୋଗୁ ଏହା କଣ୍ଟିଲୋ ଗ୍ରାମବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ା କାରଣ ଏହି ଭୂମିକୁ ଲୋକେ କ୍ରୟ କରି ଖାଲ, ଢିପ ଓ ସମତୁଲ କରିଦେବା ଫଳରେ ବର୍ଷା ଜଳ ଠିକ୍ ଭାବେ ନିଷ୍କାସିତ ହୋଇ ନ ପାରି ରାସ୍ତା ଉପରେ ଜମା ହୋଇରହୁଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି ା ଅପରପକ୍ଷରେ ରାସ୍ତାର ନିଚ୍ଚ(ତଳିଆ ଅଞ୍ଚଳ)ରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଓ ସବ୍ଷ୍ଟେଶନ ଥିବା ସ୍ଥାନରେ ଜଳ ଜମିରହିବା ଫଳରେ ଏହା କର୍ମଚାରୀ ଓ ଖଣ୍ଡପଡ଼ା ବିଦ୍ୟୁତ୍ ଉପଖଣ୍ଡ ଅଧୀନ କଣ୍ଟିଲୋ ବିଦ୍ୟୁତ୍ ସେକ୍ସନ ଉପଭୋକ୍ତାମାନଙ୍କ ପାଇଁ ବିପଜ୍ଜନକ ପାଲଟିଛି। କଣ୍ଟିିଲୋ ପ୍ରାଣୀ ଚିକିତ୍ସାଳୟ ପରିସର ତଥା ରାସ୍ତାପାର୍ଶ୍ୱସ୍ଥ ବିଦ୍ୟୁତ୍ ଡିଷ୍ଟ୍ରିବ୍ୟୁଶନ ଟ୍ରାନ୍ସଫର୍ମର, ସବ୍ଷ୍ଟେଶନ ବିଭାଗୀୟ କର୍ମଚାରୀଙ୍କ ପ୍ରତି ସମସ୍ୟା ପାଲଟିଛି। ପ୍ରକାଶଯୋଗ୍ୟ, କଣ୍ଟିଲୋ ପଞ୍ଚାୟତ ଅନ୍ତର୍ଗତ ନରେନ୍ଦ୍ରପୁର ପାଟଣା, ମେଡିକାଲ ଛକ, ଛାମୁପାଟଣା, ସେବକ ସାହି, ମଝିସାହି ପାଟଣା ଓ ହାଟମୁଣ୍ଡ ପାଟଣା ଗ୍ରାମର ୨ଶହରୁ ଊର୍ଦ୍ଧ୍ୱ ଉପଭୋକ୍ତାଙ୍କ ପାଇଁ ପ୍ରାଣୀ ଚିକିତ୍ସାଳୟ, ବାଳିକା ପ୍ରାଥମିକ ବିଦ୍ୟାଳୟଠାରୁ ସରକାରୀ ଡାକ୍ତରଖାନା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାପାର୍ଶ୍ୱରେ ଏକ ସବ୍ଷ୍ଟେଶନ ବସିଛି ା ଏଥିରେ ଦୁଇଟି ୧ଶହ କେଭି ଶକ୍ତି ସମ୍ପନ୍ନ ଟ୍ରାନ୍ସଫର୍ମର ବସାଯାଇଛି ା ତେବେ ଏହା ରାସ୍ତା ପତ୍ତନଠାରୁ ନିଚ୍ଚା ସ୍ଥାନରେ ଓ ପ୍ରାଣୀ ଚିକିତ୍ସାଳୟ ପରିସରରେ ରହିଛି ା ନୀଳମାଧବ ଜୀଉ ମନ୍ଦିର, ମଝିସାହି ପାଟଣା ଓ ହାଟମୁଣ୍ଡ ପାଟଣାରୁ ବହି ଆସୁଥିବା ବର୍ଷାଜଳ ବିଶେଷ କରି ଗ୍ରାମର ନର୍ଦ୍ଦମା ପାଣି ରାସ୍ତାକଡ଼ରେଥିବା ଏକ ଖାଲୁଆ ଜାଗାକୁ ନିଷ୍କାସିତ ହୋଇଥାଏ ା ସମ୍ପୃକ୍ତ ଜାଗାକୁ ଦେବୋତ୍ତର ବିଭାଗ ବିକ୍ରି କରିଦେବା ପରେ ବିଭିନ୍ନ କାରଣରୁ ଏଠାରୁ ପାଣି ବାହାରି ରାସ୍ତା ଏବଂ ଅନ୍ୟାନ୍ୟ ସ୍ଥାନରେ ଜମା ହୋଇରହୁଛି। ସବ୍ଷ୍ଟେଶନ ଅଞ୍ଚଳଟି ବର୍ତ୍ତମାନ ଘାସବୁଦା ଏବଂ ଗଛଲତାରେ ପୂର୍ଣ୍ଣ ହୋଇଥିବାରୁ ଫିଉଜ୍ ପକାଇବାକୁ ଆସୁଥିବା କର୍ମଚାରୀମାନେ ହଇରାଣ ହେଉଛନ୍ତି। ଏଠାରେ ବିଷାକ୍ତ ସର୍ପ, ସରୀସୃପ ଆଦି ଚଳପ୍ରଚଳ ହେଉଥିବାରୁ ଜନସାଧାରଣ ଓ କର୍ମଚାରୀଙ୍କ ପାଇଁ ଆତଙ୍କର କାରଣ ପାଲଟିଛି। ଏହାର ପ୍ରତିକାର ପାଇଁ ଖଣ୍ଡପଡ଼ା ଫେଡ଼କୋ ଏସ୍ଡିଓ ଇଂ. ସୁଧାଂଶୁ ଶେଖର ସାହାଣୀଙ୍କୁ ଯୋଗାଯୋଗ କରିବା ପରେ ସେ ଏହି କାର୍ଯ୍ୟ ସେସୁର ବୋଲି ମତ ଦେଇଥିବାବେଳେ ସେସୁ କନିଷ୍ଠ ଯନ୍ତ୍ରୀ ଇଂ. ରମେଶ ଚନ୍ଦ୍ର ସାହୁ ଉକ୍ତ ମେଣ୍ଟେନାନ୍ସ କାର୍ଯ୍ୟ ଫେଡ଼କୋର ବୋଲି କହି ପରସ୍ପରକୁୁ ଦୋଷାରୋପ କରିଥିଲେ ା ପ୍ରଦୂଷିତ ପରିବେଶକୁ ସଜାଡିବା କାର୍ଯ୍ୟର ଦାୟିତ୍ୱ ସମସ୍ତେ ନେବା ଉଚିତ। ତେବେ ଦେବୋତ୍ତର ବିଭାଗ, ସେସୁ, ବିଦ୍ୟୁତ୍ ବିଭାଗ ଏଥିପ୍ରତି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଆଗାମୀ ଦିନରେ ଏହାର ସମାଧାନ ନ ହେଲେ ସମ୍ପୃକ୍ତ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।
Posted inଆମ ଜିଲା ଖବର, ନୟାଗଡ଼ View All
ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…
କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…
ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …
ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…
ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…
ଛତ୍ରପୁର,୮।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…
ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…
ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…
କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…
ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ
ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…
ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…
ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ
ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…
Archives

