ନିଶ୍ଚିନ୍ତକୋଇଲି ବ୍ଲକରେ ପ୍ରଶାସନିକ ଅବହେଳା: ୨୧ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର କାର୍ଯ୍ୟ ଅଧାପନ୍ତରିଆ, ଫେରିଲେ ୫୨ ପ୍ରବାସୀ

ନିଶ୍ଚିନ୍ତକୋଇଲି,୮।୫(ସ୍ବ.ପ୍ର.)- କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଳକ ୪୧ଟି ପଞ୍ଚାୟତ ମଧ୍ୟରୁ ମାତ୍ର ୨୦ଟି ପଞ୍ଚାୟତରେ ପ୍ରବାସୀ ଓଡିଆଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଅନ୍ୟ ୨୧ଟି ପଞ୍ଚାୟତରେ କାର୍ଯ୍ୟ ଅଧାପାନ୍ତରିଆ ହୋଇପଡିଛି। ବ୍ଲକ ପ୍ରଶାସନର ବ୍ୟାପକ ଅବହେଳା ପାଇଁ ସଙ୍ଗରୋଧ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଜଣାଯାଇଛି। ଅପରପକ୍ଷରେ ଗୁରୁବାର ଶେଷ ସୁଧା ୫୧ ଜଣ ପ୍ରବାସୀ ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ପହଞ୍ଚିିଥିବା ଜଣାଯାଇଛି। ତେବେ ବହିରାଗତ ଗାଁ ମୁହାଁ ହୋଇଥିବା ବେଳେ ବ୍ଲକ ପ୍ରଶାସନର ଦୁରଦୃଷ୍ଟିର ଅଭାବ ହେତୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ର ପ୍ରସ୍ତୁତି ହେବା ବ୍ଲକ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମସ୍ତ ପଞ୍ଚାୟତରେ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ବହିରାଗତକୁ ସଙ୍ଗରୋଧ କେନ୍ଦ୍ରରେ ରଖିବା ପାଇଁ ବିଭିନ୍ନ ସମସ୍ୟା ଉପୁଜିଛି। କେତେକ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ରଗୃହ ପ୍ରସ୍ତୁତ ହୋଇଥିବା ବେଳେ କେତେକ ସ୍ଥାନରେ ବେଡ ଓ ଆନୁସଙ୍ଗିକ ଜିନିଷପତ୍ର ପହଞ୍ଚିନାହିଁ। ଆଉ କେଉଁଠି ଗାଧୁଆ ଘର ଓ ଶୌଚାଳୟ ମଧ୍ୟ ପ୍ରସ୍ତୁତ ସରିନାହିଁ । କିଛି ପଞ୍ଚାୟତରେ ଆଲୋକିକରଣ କାର୍ଯ୍ୟ ମଧ୍ୟ ଅଧାପାନ୍ତରିଆ ହୋଇ ରହିଛି। ତେବେ କେତୋଟି ସଙ୍ଗରୋଧ କେନ୍ଦ୍ରକୁ ପ୍ରସ୍ତୁତି କରାଇ ଜିଲାପାଳଙ୍କ ଦୃଷ୍ଟିକୁ ଆଣି ବ୍ଲକ ପ୍ରଶାସନ ବାହାବାହା ନେଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ।

ଅପରପକ୍ଷରେ ୩ ତାରିଖ ସୁଦ୍ଧା ସମସ୍ତ କେନ୍ଦ୍ର ପ୍ରସ୍ତୁତି କରିବା ପାଇଁ ଜିଲାପାଳ ଭବାନୀ ଶଙ୍କର ଚଇନି ନିର୍ଦ୍ଦେଶ ଦେଇଥିଲେ। ୮ ତାରିଖ ସୁଧା ମଧ୍ୟ ବହୁ କେନ୍ଦ୍ର ଏବେ କାର୍ଯ୍ୟ ଚାଲିଛି। ତେବେ ନିକଟରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା ବୈଠକରେ ତୁରନ୍ତ ସଙ୍ଗରୋଧ କେନ୍ଦ୍ରରେ ୪ ହଜାର ଶଯ୍ୟା ପକାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଅଦ୍ୟାବଧି ୧୮ଶହ ଶଯ୍ୟାମଧ୍ୟ ପ୍ରସ୍ତୁତ ହୋଇନାହିଁ। ଅପରପକ୍ଷରେ ୪ ତାରିଖଠାରୁ ବିଭିନ୍ନ ପଞ୍ଚାୟତକୁ ବହିରାଗତଙ୍କ ଆଗମନ ହୋଇଛି। ତେବେ ବାହାରୁ ଆସିଥିବା ୫୧ ଜଣ ମୁଖ୍ୟତଃ ବାଙ୍ଗାଲୋର ଓ ହାଇଦ୍ରାବାଦ ଫେରନ୍ତା ବୋଲି ଜଣାପଡ଼ିଛି। ତେବେ ଏହି ବ୍ଲକର ବାବୁଜଙ୍ଗ ପଂଚାୟତର ୨ ଜଣ, ବନ୍ଧକାଟିଆ, ବରାଦୋ,ଦାଉଦପୁର, ଫୋଗଳ, ଜମରା, ଝାଡେଶ୍ୱରପୁର, କଳମିଶ୍ରି, କଟରପଡା, ମଣିଜଙ୍ଗ, ନଗସପୁର,ତରତସାଶନ, ଉତରକୂଳ ପଞ୍ଚାୟତକୁ ଜଣେ ଲେଖାଏ ଫେରିଥିବା ବେଳେ ଜୟରାମପୁର ପଞ୍ଚାୟତରେ ୪ ଜଣ, ଝାଡେଶ୍ୱର ପଂଚାୟତକୁ ୨ ଜଣ, ଜିଗ୍ନିପୁର ୪ ଜଣ,କଟିକଟା ୩ ଜଣ, ନରୋନ୍ଦ୍ରପୁର ୫ଜଣ, ନତକାଇ ୫ ଜଣ,ନେମାଳ୨ ଜଣ, ପାଳଦା ୪ ଜଣ,ରାମକୃଷ୍ଣପୁର ୫ ଜଣ ଓ ଶୁକରପଡା ୩ ଜଣ ପ୍ରବାସୀ ଫେରିଥିବା ବ୍ଳକ ପ୍ରଶାସନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri