ନିଶା ନିବାରଣ ନାଁରେ ଯୌନ ନିର୍ଯାତନା

ଅବୁଜା,୧୫।୧୦: ନାଇଜେରିଆର ଏକ ସ୍କୁଲରେ ନିଶାନିବାରଣ ପାଇଁ ଶିକ୍ଷା ଦିଆଯାଉଛି। ହେଲେ ପୋଲିସକୁ ମିଳିଥିବା ସୂଚନା ଅନୁଯାୟୀ, ଇସଲାମିକ ବୋର୍ଡିଂ ସ୍କୁଲରେ ପିଲାମାନଙ୍କ ସହ ଅମାନବୀୟ ବ୍ୟବହାର କରାଯାଉଛି। ଏମିତି ସୂଚନା ମିଳିବା ପରେ ପୋଲିସ ରବିବାର ଉକ୍ତ ସ୍କୁଲରେ ଚଢାଉ କରିଥିଲା। ଏହି ସମୟରେ ସ୍କୁଲ ମଧ୍ୟରେ ୩ଶହରୁ ଉର୍ଦ୍ଧ୍ୱ ପିଲା ଚେନ୍‌ରେ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଥିଲେ ଏବଂ ଏମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଜଣାପଡିଥିଲା। ଏହାପରେ ପୋଲିସ ୩ଶହ ପିଲାଙ୍କୁ ଉଦ୍ଧାର କରିଥିଲା।

Share