ନିଶାସକ୍ତ ଶିକ୍ଷକଙ୍କ ଉନ୍ମତ୍ତକାଣ୍ଡ: ରାସ୍ତାରେ ଛାତ୍ରୀଛାତ୍ରଙ୍କୁ ଆଣ୍ଠେଇ ବହିଷ୍କୃତ

ଯାଜପୁର ଅଫିସ,୬।୧୨ – ଯାଜପୁର ଜିଲା ସୁକିନ୍ଦା ବ୍ଲକ ଲେମ୍ବୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଲିଆ ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ଗଣଶିକ୍ଷକ ମକରନ୍ଦ ମହାନ୍ତଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ନିଶାସକ୍ତ ଅବସ୍ଥାରେ ଛାତ୍ରୀଛାତ୍ରଙ୍କୁ ରାସ୍ତା ମଝିରେ ଆଣ୍ଠେଇବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ମର୍ମରେ ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶକ୍ରମେ ସୁକିନ୍ଦା ବ୍ଲକ ଶିକ୍ଷାଧିକାରୀ(ବିଇଓ) ଶିବରାମ ସାହୁ ତାଙ୍କ ପତ୍ରସଂଖ୍ୟା ୧୨୯୩/୫ା୧୨ା୨୦୧୯ରେ ନୋଟିସ ଜାରି କରିବା ସହିତ ଶିକ୍ଷକ ମହାନ୍ତଙ୍କୁ ତୁରନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଯାଜପୁର ଜିଲାପାଳଙ୍କୁ ଏନେଇ ବିଇଓ ସାହୁ ୧୨୯୭/୫ା୧୨ା୨୦୧୯ ପତ୍ରାଙ୍କରେ ସୂଚିତ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗଣଶିକ୍ଷକ ମହାନ୍ତ ପ୍ରାୟ ଶିକ୍ଷା ଦିବସରେ ନିଶାସକ୍ତ ହୋଇ ସ୍କୁଲକୁ ଯାଇଥାନ୍ତି। ଛାତ୍ରୀଛାତ୍ରଙ୍କୁ ମାଡ଼ ମାରିବା ସହିତ ବିଭିନ୍ନ ସମୟରେ ଅକଥନୀୟ ଅତ୍ୟାଚାର କରିଥାନ୍ତି। ଏନେଇ ଗ୍ରାମବାସୀ ପୂର୍ବରୁ ଅନେକ ଥର ତାଙ୍କୁ ତାଗିଦ କରିଥିଲେ ହେଁ କିଛି ସୁଫଳ ମିଳି ନ ଥିଲା। ବୁଧବାର ପୂର୍ବାହ୍ନରେ ଶିକ୍ଷକ ମହାନ୍ତ ନିଶାସକ୍ତ ଅବସ୍ଥାରେ ସ୍କୁଲକୁ ଯାଇ ଛାତ୍ରୀଛାତ୍ରଙ୍କୁ ଧମକଚମକ ଦେଇଥିଲେ। ଏପରିକି ତାଙ୍କ ବାଇକକୁ ରାସ୍ତାରେ ପକାଇ ଦେଇ ଛାତ୍ରୀଛାତ୍ରଙ୍କୁ ଡାକି ଆଣ୍ଠେଇବାକୁ କହିଥିଲେ। ଛାତ୍ରୀଛାତ୍ରମାନେ ରାସ୍ତା ମଝିରେ କାନ ଧରି ଆଣ୍ଠେଇଥିଲେ ା ଏହାକୁ ଦେଖି ଆଖପାଖରେ ଥିବା ଲୋକେ ବାରଣ କରିଥିଲେ ବି ଶିକ୍ଷକ ଜଣକ କାହାରି କଥାକୁ ମାନି ନ ଥିଲେ। ଓଲଟା ଛାତ୍ରୀଛାତ୍ରଙ୍କ ଆଣ୍ଠେଇବାର ଦୃଶ୍ୟ ଦେଖି ମଜା ନେଉଥିଲେ। ବିଡ଼ମ୍ବନା ଯେ ଆଣ୍ଠେଇଥିବା ଛାତ୍ରୀଛାତ୍ରଙ୍କ ସହ ସେ ଝୁଲିଝୁଲି ଫଟୋ ନେବାକୁ କହିଥିଲେ। ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ପୂର୍ବରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ତେବେ ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯିବା ସହିତ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିବାକୁ ଦାବି ହୋଇଛି। ଏ ସଂକ୍ରାନ୍ତରେ ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ସମ୍ପୃକ୍ତ ଶିକ୍ଷକଙ୍କୁ ତୁରନ୍ତ ବହିଷ୍କାର କରିବାକୁ ବିଇଓଙ୍କୁ ନିର୍ଦ୍ଦେଶ ହୋଇଛି। ତେବେ ଆବଶ୍ୟକ ତଦନ୍ତ କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri