ନିଶାମୁକ୍ତ ଜିଲା ଗଠନ ଦାବି: ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା

ଭଦ୍ରକ ଅଫିସ,୨।୧୦: ଭଦ୍ରକ ଜିଲା ମିଳିତ ନିଶା ନିବାରଣ ମଞ୍ଚ ପକ୍ଷରୁ ନୂଆବଜାର ଗାନ୍ଧୀ ପଡିଆଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବୁଧବାର ମଞ୍ଚ କର୍ମକର୍ତ୍ତାମାନେ ଧାରଣାରେ ବସିଛନ୍ତି। ଜିଲାରୁ ମଦ ମୁକ୍ତି ଓ ରାଜ୍ୟ ସରକାରଙ୍କ ମଦ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଭଳି ନିଷ୍ପତ୍ତିକୁ ବିରୋଧ କରି ଏହି ଧାରଣା ଚାଲିଥିବା ସେମାନେ କହିଛନ୍ତି।