ନିର୍ମାଣ ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ: ନ୍ୟାୟ ନ ମିଳିଲେ ଶ୍ରମ ଅଫିସ୍‌ରେ ପଡ଼ିବ ତାଲା

ବାଲେଶ୍ୱର ଅଫିସ, ୨୯।୧୧-ବିଭିନ୍ନ ଶ୍ରମିକ ସଙ୍ଗଠନର ଆହ୍ବାନକ୍ରମେ ଶୁକ୍ରବାର ପୂର୍ବାହ୍ନରେ ଶତାଧିକ ନିର୍ମାଣ ଶ୍ରମିକ ବାଲେଶ୍ୱର ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶ୍ରମିକମାନେ ରେଳଷ୍ଟେଶନରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ ଫାଟକ ନିକଟରେ ପହଞ୍ଚତ୍ଥିଲେ। ଜିଲା ଶ୍ରମ ଅଫିସରେ ଶ୍ରମିକମାନଙ୍କ ପଞ୍ଜିକରଣ ଓ ସହାୟତା ପ୍ରଦାନରେ ବ୍ୟାପକ ଅନିୟମିତତା ବିରୋଧରେ ନାରାବାଜି କରିଥିଲେ।
ଶ୍ରମିକ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଶ୍ରମିକମାନଙ୍କ ପଞ୍ଜିକରଣରେ ପାତରଅନ୍ତର କରାଯାଉଛି। ୨୦୧୫-୧୬ରୁ ଶ୍ରମିକମାନେ ପଞ୍ଜିକରଣ ପାଇଁ ଆବେଦନ କରିଥିଲେ ମଧ୍ୟ ଆଜି ଯାଏ ସେମାନଙ୍କ ପ୍ରମାଣପତ୍ର ମିଳିନି। ସେହିଭଳି ପଞ୍ଜିକୃତ ଶ୍ରମିକମାନଙ୍କୁ ସହାୟତା ପ୍ରଦାନରେ ବ୍ୟାପକ ଲାଞ୍ଚ କାରବାର ଯୋଗୁ ଠିକ୍‌ ଭାବରେ ଆଇନ ପାଳନ ହେଉନି। ଦୁର୍ନୀତି ଅଭିଯୋଗ ଯୋଗୁ ଗତ ୩ମାସ ହେଲା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ପଞ୍ଜିକରଣ କାର୍ଯ୍ୟକୁ ବନ୍ଦ କରାଯାଇଛି। ଏହାର ତଦନ୍ତ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଶ୍ରମିକମାନେ ହନ୍ତସନ୍ତ ହେଉଛନ୍ତି। ବିବାହ, ଶିକ୍ଷା, ସାଇକେଲ୍‌, ଯନ୍ତ୍ରପାତି ଓ ନିରାପତ୍ତା ଉପକରଣ ସହ ମୃତ୍ୟୁପରେ ପରିବାରକୁ ସହାୟତା ପାଇଁ ଆବେଦନକାରୀଙ୍କ ଦରଖାସ୍ତ ବର୍ଷ ବର୍ଷ ଧରି କାର୍ଯ୍ୟାଳୟରେ ପଡ଼ି ରହିଥିବା ଟିୟୁଏସିସିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ପ୍ରକାଶ କରିଛନ୍ତି। ଟିୟୁଏସିସିର ସାଧାରଣ ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ ନିର୍ମାଣ ଶ୍ରମିକମାନଙ୍କୁ ନ୍ୟାୟ ନ ମିଳିଲେ ଜିଲା ଶ୍ରମ ଅଫିସ୍‌ରେ ଶ୍ରମିକମାନେ ତାଲା ପକାଇବାକୁ ବାଧ୍ୟ ହେବେ ବୋଲି କହିଥିଲେ। ବିକ୍ଷୋଭସ୍ଥଳରୁ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳ ସମ୍ବିତ ନାୟକଙ୍କୁ ୩ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ପରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସଦ୍‌ଭାବନା ଗୃହରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ନେତୃବୃନ୍ଦଙ୍କ ସହ ଆଲୋଚନା କରି ଆଇନ୍‌ ଅନୁଯାୟୀ ନିର୍ମାଣ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ ଓ ବକେୟା କାର୍ଯ୍ୟକୁ ପ୍ରାଥମିକତା ଦେବାକୁ ଜିଲା ଶ୍ରମ ଅଫିସର କୁବେର ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯଦି ଜିଲାପାଳଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରୀ ନ ହୁଏ ତେବେ ଜିଲା ଶ୍ରମ ଅଫିସକୁ ଅଚଳ କରିଦିଆଯିବ ବୋଲି ବିକ୍ଷୋଭ ସମାବେଶରେ ଶ୍ରମିକନେତା ଭାଗବତ ପ୍ରତିହାରୀ, ଶାନ୍ତନୁ ଦାସ, ବିଜୟ ପାତ୍ର, ଅରୁଣ ସ୍ବାଇଁ, ପଦ୍ମଭୂଷଣ ରାୟ, ବିକାଶ ଦାସ, ଗଦାଧର ପ୍ରଧାନ, ନିରାକାର ପାଣ୍ଡବ, ସର୍ବେଶ୍ୱର ମିଶ୍ର ଓ ଏକତା ମଞ୍ଚର ନେତା ଅରୁଣ ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri