Categories: ଜାତୀୟ

ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଗାଡ଼ି ପୋଡ଼ିଲେ ମାଓବାଦୀ

ରାଞ୍ଚି,୩୧।୧୨: ଝାଡ଼ଖଣ୍ଡରେ ମାଓବାଦୀମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଗାଡ଼ି ପୋଡ଼ିଛନ୍ତି। ଲାଟେହାର ଜିଲାର ମହୁଆ ମିଲାନ ରେଲଓ୍ବେ ଷ୍ଟେଶନ ନିକଟରେ ମାଓବାଦୀଙ୍କ ଗରିଲା ବାହିନୀ ୪ଟି ଗାଡ଼ି ନିଆଁ ଲଗାଇ ପୋଡ଼ିଦେଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ନିଆଁ ଲଗାଇବା ସମୟରେ ମାଓବାଦୀମାନେ ଫାଙ୍କା ଗୁଳି ଚାଳନା କରିଥିଲେ। ସେହିପରି ପାଲାମୁ ଜିଲାର ମୁନକେରୀ ଗାଁରେ ଗୋଟିଏ ଟ୍ରକ୍‌ରେ ମାଓବାଦୀମାନେ ନିଆଁ ଲଗାଇଛନ୍ତି। ଟ୍ରକ୍‌ ଡ୍ରାଇଭରକୁ ମାରଧର କରିଥିବା କୁହାଯାଉଛି। ଏସବୁ ସ୍ଥାନରେ ମାଓପୋଷ୍ଟର ମଧ୍ୟ ଲଗାଯାଇଛି।

Share