ନିର୍ମାଣାଧୀନ ବ୍ରିଜ୍‌ କଡ଼ରୁ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ ଆରମ୍ଭ

ଢେଙ୍କାନାଳ ଅଫିସ,୨୨।୨: ଢେଙ୍କାନାଳ ଜିଲା ସଦର ଥାନା ସପ୍ତଶଯ୍ୟା – ଶଙ୍କରପୁର ରାସ୍ତାର ଏକ ନିର୍ମାଣାଧୀନ ବ୍ରିଜ୍‌ କଡ଼ରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ଗୋବିନ୍ଦପୁର ଫାଣ୍ଡି ତାଳବରୋକାଟେ ଗ୍ରାମର ପ୍ରହଲ୍ଲାଦ ବେହେରା। ସକାଳୁ କ୍ଷତବିକ୍ଷତ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ଏକ ବାଇକ୍‌ ପଡିଥିବା ଦେଖିବାକୁ ପାଇଛି। ହତ୍ୟା ସନ୍ଦେହ କରି ତଦନ୍ତ ଚଳାଇଛି।