Categories: ଜାତୀୟ

ନିର୍ଭୟା ମାମଲା: ମୁକେଶଙ୍କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୧୬।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ମୁକେଶଙ୍କୁ ଲାଗିଛି ଆଉ ଏକ ଝଟ୍‌କା। ଗୁରୁବାର ଉପରାଜ୍ୟପାଳ ମୁକେଶଙ୍କ କ୍ଷମା ଆବେଦନକୁ ଖାରଜ କରି ଦେଇଛନ୍ତି। ଏବେ ଏହି କ୍ଷମା ଆବେଦନକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇ ଦିଆଯିବ ବୋଲି ଜଣାପଡିଛି। ବୁଧବାର ମଧ୍ୟ ଦିଲ୍ଲୀ ହାଇକୋର୍ଟ ମୁକେଶଙ୍କୁ ଏକ ଝଟ୍‌କା ଦେଇଥିଲେ। ଦିଲ୍ଲୀ ହାଇକୋର୍ଟ ଡେଥ୍‌ ଓ୍ବାରେଣ୍ଟ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ। ଏହି ମାମଲାର ଶୁଣାଣି ଆଜି ଦିନ ୨ଟାରେ ପଟିଆଲା ହାଉସ କୋର୍ଟରେ ହେବ।

Share